ବାଦ-ବିବାଦ ଭୁଲି ସୋନମଙ୍କୁ ଶୁଭେଚ୍ଛା ଦେବାକୁ ପହଞ୍ଚିଲେ ଐଶ୍‌; ଗୀତର ତାଳେ ତାଳେ ନାଚିଲେ ସଲମାନ ଓ ଶାହାରୁଖ

ମୁମ୍ବାଇ: ଗତକାଲି ବଡ଼ ଧୁମ୍‌ଧାମରେ ମୁମ୍ବାଇଠାରେ ଆୟୋଜିତ ହୋଇଯାଇଛି ପ୍ରେମିକ ଆନନ୍ଦ ଆହୁଜାଙ୍କ ସହ ସୋନମ କପୁରଙ୍କ ବିବାହ। ମୁମ୍ବାଇର ବାନ୍ଦ୍ରାଠାରେ ମାଉସୀ କବିତା ସିଂହଙ୍କ ବାସଭବନ ପରିସରରେ ସୋନମ ବିବାହ ଉତ୍ସବ ଆୟୋଜନ କରାଯାଇଥିଲା। ଅନେକ ଷ୍ଟାର୍‌ମାନଙ୍କର ସୋନମଙ୍କ ବିବାହ ଉତ୍ସବରେ ପହଞ୍ଚିଥିଲେ। ଦୀର୍ଘ ଦିନର ଶତୃତା ଭୁଲି ସୋନମ ନିଜ ବାହାଘର ଉତ୍ସବକୁ ନୀଳନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ନିମନ୍ତ୍ରିତ କରିଥିଲେ।

ଆପଣଙ୍କୁ ଆମେ ମନେ ପକାଇ ଦେଉଛୁ ଯେ ପ୍ରାୟ ୧୦ ବର୍ଷ ତଳୁ ସୋନମ ଓ ଐଶ୍ୱର୍ଯ୍ୟାଙ୍କ ଭିତରେ ଶୀତଳଯୁଦ୍ଧ ଆରମ୍ଭ ହୋଇଯାଇଛି। ସୋନମ ଏକ ସାକ୍ଷାତକାର୍‌ରେ ଏକ ବିବାଦୀୟ ମନ୍ତବ୍ୟ ଦେବା ପରେ ଏହି ଦୁଇ ସୁନ୍ଦରୀ ପରସ୍ପରର ବିରୋଧୀ ପାଲଟି ଯାଇଥିଲେ। ସୋନମ କହିଥିଲେ କି ଐଶ୍ୱର୍ଯ୍ୟା ହେଉଛନ୍ତି ଭିନ୍ନ ଏକ ପିଢ଼ିର ‘ଆଣ୍ଟି’ଙ୍କ ପରି। ସୋନମଙ୍କର ଏହି କଥାକୁ ଟିକେ ଦେହକୁ ନେଇ ଯାଇଥିଲେ ବଚ୍ଚନବଧୂ। ଏପରିକି କେଉଁ ଉତ୍ସବରେ ଯଦି କଦବା କ୍ୱଚିତ ଦୁହେଁ ମୁହାଁମୁହିଁ ହୋଇ ଯାଇଥିଲେ ତେବେ ବାଟ ଭାଙ୍ଗି ଯିବା ବ୍ୟତୀତ ଅନ୍ୟ କିଛି ଘଟୁ ନଥିଲା।

ଏବେ ସୋନମ ତାଙ୍କ ବାହାଘର ଉତ୍ସବକୁ ଐଶ୍ୱର୍ଯ୍ୟାଙ୍କୁ ନିମନ୍ତ୍ରଣ କରିବା ଘଟଣା ଏକ ନୂତନ ସଂପର୍କର ଆଶା ସୃଷ୍ଟି କରିଥିଲା। ଗତକାଲି ବିବାହ ଉତ୍ସବରେ ବିଗ୍‌ ବି ଅମିତାଭ ତାଙ୍କ ପୁଅ ଅଭିଷେକ ଓ ଝିଅ ଶ୍ୱେତାଙ୍କ ସହ ବିବାହ ଉତ୍ସବରେ ପହଞ୍ଚିଥିଲେ। ହେଲେ ଦେଖିବାକୁ ମିଳିନଥିଲେ ନୀଳନୟାନା। ଲୋକଙ୍କ ଭିତରେ କଥା ଚାଲିଥିଲା ଯେ ଐଶ୍ୱର୍ଯ୍ୟା ବୋଧେ ସୋନମଙ୍କୁ କ୍ଷମା କରିନାହାନ୍ତି। ମାତ୍ର ଏହା ଭୁଲ୍‌ ପ୍ରମାଣିତ ହୋଇଛି ଆଜି ସୋନଙ୍କ ଭୋଜିରେ ଉପସ୍ଥିତ ହୋଇଛନ୍ତି ବଚ୍ଚନ ବୋହୂ।

ଉଲ୍ଲେଖଯୋଗ୍ୟ, ସୋନମଙ୍କ ଭୋଜିରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ସହ ଆହୁରି ବଡ଼ ବଡ଼ କଳାକାର ସବୁ ଉପସ୍ଥିତ ହୋଇଛନ୍ତି। ଅଭିନୋତା ସଲମାନ ଓ ଶାହାରୁଖ ନିଧୁମ୍‌ ନାଚିଥିବାର ଦେଖିବାକୁ ମିଳିଛନ୍ତି।

ସମ୍ବନ୍ଧିତ ଖବର