କଙ୍ଗନା ରାନାଓ୍ଵତଙ୍କ ସଂପର୍କରେ ଏଭଳି ଟିପ୍ପଣୀ ଦେଇ ଚର୍ଚ୍ଚାରେ ସୋନମ୍‌ କପୁର

ମୁମ୍ବାଇ: ନିକଟରେ ବଲିଉଡ ନାୟିକାସୋନମ କପୁର୍ ଏକଟକ୍‌ ସୋ’ରେ ଯୋଗ ଦେଇଥିେଏ। ଏଥିରେ ସେ ଏକା ଆସି ନଥିଲେ। ତାଙ୍କ ସହ ପତି ଆନନ୍ଦ ଆହୁଜା ବି ସେହି ସୋ’ରେ ଉପସ୍ଥିତ ଥିଲେ। ଏହା ହେଲା ଅନୀତା ଶ୍ରଫ୍‌ ଅଦଜାନିଆଙ୍କ ଟକ୍‌ ସୋ’ ‘ଫିଡ୍‌ ଅପ୍‌ ଉଇଥ୍‌ ଦ ଷ୍ଟାରସ୍‌’ । ଏଥିରେ କେତେକ କଥା ର ଉତ୍ତର ଖୁବ୍‌ ନିର୍ଭିକଭାବେ ଦେଇଥିଲେସୋନମ କପୁର୍‌।

ସେ ନିଜର ମନ କଥା ଖୋଲି କହିବାରେ କେବେ ବି କୁଣ୍ଠାବୋଧ କରନ୍ତି ନାହିଁ। ସେ ସବୁବେଳେ ପ୍ରଶ୍ନର ସିଧା ଉତ୍ତର ରଖନ୍ତି ବୋଲି ତାଙ୍କର ଖ୍ୟାତି ରହିଛି। ଅନ୍ୟ ଷ୍ଟାର୍ମାନଙ୍କ ପରି ତାଙ୍କ ଉତ୍ତରରେ ଜଟିଳତା ନଥାଏ। ଅନୀତା ଶ୍ରଫ୍‌ ଅଦଜାନିଆଙ୍କ ଟକ୍‌ ସୋ’ ‘ଫିଡ୍‌ ଅପ୍‌ ଉଇଥ୍‌ ଦ ଷ୍ଟାରସ୍‌’ରେ ଯେତେବେଳ ସୋନମଙ୍କୁ ଟ୍ରବଲ ମେକର ସଂପର୍କରେ ପଚରାଗଲା

ସେ ତତକ୍ଷଣାତ୍‌ ଅବିଚଳିତଭାବେ କଙ୍ଗନା ରାନାଓ୍ଵତଙ୍କ ନାଆଁ ନେଇଥିଲେ। ସୋନମ୍‌ କହିଥିଲେ ଯେ ଏଥିପାଇଁ କଙ୍ଗନା ହିଁ ଯଥେଷ୍ଟ। ସେ କାଚର ଛାତକୁ ଭାଙ୍ଗିବା ଜାଣନ୍ତି। ଏଥିପାଇଁ ତାଙ୍କ ସାହାସକୁ ପ୍ରଶଂସା କରାଯିବା ଉଚିତ। ଏଭଳି ଟିପ୍ପଣୀ କଙ୍ଗନାଙ୍କୁ ଖରାପ ଲାଗିପାରେ ହେଲେ ଯାହା ସତ ବୋଲି ସେ ଅନୁଭବ କରିଛନ୍ତି ତାହା ହିଁ ପ୍ରକାଶ କରିଛନ୍ତି ସୋନମ୍‌ କପୁର।

ସମ୍ବନ୍ଧିତ ଖବର