ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ତଥା ଅନୀଲ କପୁରଙ୍କ କନ୍ୟା ସୋନମ କପୁର୍ଙ୍କ ବିବାହ ଉତ୍ସବର ପ୍ରଥମ ଦିନ ସରିଯାଇଛି। ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁଯାୟୀ ଆଜି ସୋନମଙ୍କ ମେହେନ୍ଦୀ ଉତ୍ସବ ରହିଥିଲା। ଜୁହୁଠାରେ ଥିବା ସୋନମଙ୍କ ବାସଭବନରେ ମେହେନ୍ଦୀ ଉତ୍ସବ ଅବସରରେ କେବଳ ତାଙ୍କର କେତେକ ସଂପର୍କୀୟ ଓ କେତେକ ଘନିଷ୍ଠ ବନ୍ଧୁ ଉପସ୍ଥିତ ଥିଲେ। ସୋନମ ତାଙ୍କର ମେହେନ୍ଦୀ ଉତ୍ସବରେ ଏକ ସୁନେଲୀ ରଂଗର ଲେହେଙ୍ଗା ପରିଧାନ କରିଥିଲେ। ଏହି ଲେହେଙ୍ଗାକୁ ତିଆରି କରିଛନ୍ତି ଆବୁ ଜାନି ସନ୍ଦୀପ କୋସଲା। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ସୋନମଙ୍କର ଏହି ଲେହେଙ୍ଗା ତିଆରି କରିବା ପାଇଁ ଡିଜାଇନର୍ ଦୀର୍ଘ ୧୮ ମାସ ସମୟ ନେଇଥିଲେ। ଲେହେଙ୍ଗାଟିରେ କାଚ ଲଗାଯାଇ ପୂରା ଦେଶୀ ଢଙ୍ଗରେ ତିଆରି କରାଯାଇଛି।
ଡିଜାଇନ୍ରଙ୍କ କହିବା ଅନୁଯାୟୀ, ଲେହେଙ୍ଗାର ପ୍ରତିଟି ପାର୍ଶ୍ୱକୁ ଖୁବ୍ ଯତ୍ନର ସହ ତିଆରି କରାଯାଇଛି। ସବୁ ସ୍ଥାନରେ କିଛି ନା କିଛି ସ୍ୱତନ୍ତ୍ରତା ରହିଛି। ଏଥିରେ ସୁନା ଏବଂ ରୁପା ଜରି ପାତ ଦିଆଯାଇଛି। ମୋତି, କ୍ରିଷ୍ଟାଲ ଆଦି ଦାମିକିଆ ବସ୍ତୁ ଖଞ୍ଜା ଯାଇଛି ଏହି ଲେହେଙ୍ଗାରେ। ସୋନମ ଏହି ଲେହେଙ୍ଗା ପାଇଁ ୨ ବର୍ଷ ପୂର୍ବରୁ ବରାଦ କରିଥିଲେ ବୋଲି ଡିଜାଇନର୍ କହିଛନ୍ତିି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/05/Sonam-Kapoors-designer-mehandi-lehenga-was-everything-you-wanted-and-more-866x487.jpg)