ବାପା ଅନିଲଙ୍କ ଭଳି ଜୀବନସାଥୀ ଚାହାନ୍ତି ନାହିଁ ସୋନମ୍‌, ଆସନ୍ତୁ ଜାଣିବା କାହିଁକି ?

ନୂଆଦିଲ୍ଲୀ: ବଲିଉଡର ଷ୍ଟାଇଲ୍‌ ଆଇକନ୍‌ ସୋନମ ଏବଂ ତାଙ୍କ ବହୁ ଦିନର ପୁରୁଷ ବନ୍ଧୁ ଆନନ୍ଦ ଆହୁଜାଙ୍କ ବିବାହ ବର୍ତ୍ତମାନ ମିଡ଼ିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ପ୍ରେମୀଯୁଗଳ ମେ ୮ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହେବା ପାଇଁ ଯାଉଛନ୍ତି । ତେବେ ସାଧାରଣତଃ ମହିଳାଙ୍କ ଇଛା ରହିଥାଏ କି ତାଙ୍କ ଜୀବନ ସାଥୀଙ୍କଠାରେ ତାଙ୍କ ପିତାଙ୍କ ଭଳି ଗୁଣ ରହିଥାଉ । କିନ୍ତୁ ଏହି ମାମଲାରେ ସୋନମଙ୍କ ଚିନ୍ତାଧାରା ସଂପୂର୍ଣ୍ଣ ବିପରୀତ। ସେ ତାଙ୍କ ଜୀବନସାଥୀ ମଧ୍ୟରେ ତାଙ୍କ ପିତା ଅନୀଲ କପୁରଙ୍କ କୌଣସି ଗୁଣ ଚାହୁଁନାହାନ୍ତି । ଅସନ୍ତୁ ଜାଣିବା କ’ଣ ରହିଛି ଏହା ପଛର କାରଣ ।
ସୋନମ ୨୦୧୨ ମସିହାରେ ସିମି ଗ୍ରେଓ୍ଵାଲଙ୍କ ସୋ ଇଣ୍ଡିଆଜ୍‌ ମୋଷ୍ଟ ଡ଼ିଜେୟାରେବଲ ସୋ’ରେ ଅତିଥି ଭାବେ ପହଞ୍ଚିଥିଲେ । ସେଠାରେ ସେ କହିଥିଲେ ମୋ ପିତାଙ୍କ ଭଳି ମୁଁ ମଧ୍ୟ ବାସ୍ତବିକତା ଉପରେ ବିଲକୁଲ ବିଶ୍ୱାସ କରେ ନାହିଁ। ମୁଁ ମୋର ଏକ ଭିନ୍ନ କାଳ୍ପନିକ ଦୁନିଆରେ ରହିବାକୁ ପସନ୍ଦ କରେ । ଏଣୁ ମୁଁ ମୋ ଜୀବନସାଥୀ ମଧ୍ୟରେ ମୋ ପିତାଙ୍କ ଭଳି କାଳ୍ପନିକ ବ୍ୟକ୍ତି ଚାହୁଁନାହିଁ ବରଂ ଯିଏ ମତେ ଭଲ ପାଇବା ସହ ବାସ୍ତବିକତା ସହ ବଞ୍ଚିବାକୁ ପସନ୍ଦ କରୁଥିବ, ସେଭଳି ଜୀବନସାଥି ଚାହିଁବି ।

aajtak.intoday.in

ଏହା ସହ ସୋନମ କହିଥିଲେ ସେ ଏବଂ ତାଙ୍କ ପିତା ଅନେକ ସମୟରେ ବହୁତ ପିଲାଳିଆମି କାମ କରିଥାନ୍ତି । ଏଥି ପାଇଁ ତାଙ୍କ ମା’ ସବୁବେଳେ ଚିନ୍ତିତ ରହିଥାନ୍ତି । ଏଣୁ ମା’ ସବୁବେଳେ ତାଙ୍କ ଭଳି ଚିନ୍ତାଧାର ରଖୁଥିବା ଜୀବନସାଥୀ ମୋ ପାଇଁ ଖୋଜିଥାନ୍ତି ବୋଲି କହିଥିଲେ ସୋନମ । ଏଣୁ ମୋ ପାଇଁ ପୁଅ ଖୋଜିଲା ବେଳକୁ ଏହି କଥା ନିଶ୍ଚିତ ଭାବେ ଧ୍ୟନରେ ରଖିବେ । କିନ୍ତୁ ସୋନମଙ୍କ ପରିବାର ଲୋକ ତାଙ୍କ ପାଇଁ ଜୀବନ ସାଥୀ ଖୋଜିବା ପୂର୍ବରୁ ସେ ତାଙ୍କ ପାଇଁ ଆନନ୍ଦଙ୍କୁ ଖୋଜି ଦେଇଥିଲେ । ତେବେ ଆନନ୍ଦ କେବଳ ସୋନମଙ୍କୁ ପସନ୍ଦ ତାହା ନୁହଁ ସୋନମଙ୍କ ସଂପୂର୍ଣ୍ଣ ପରିବାରର ପସନ୍ଦ ଅଟନ୍ତି ।

ସମ୍ବନ୍ଧିତ ଖବର