ଅର୍ଜୁନ କପୁରଙ୍କ ଏହି ଭଉଣୀଙ୍କୁ ଜମା ବି ପସନ୍ଦ କରନ୍ତି ନାହିଁ ମଲ୍ଲାଇକା, ମଦ ପିଇ ଦେଇଥିଲେ ଗାଳି

ମୁମ୍ବାଇ: ବଲିଉଡ୍‌ରେ ଏବେ ଅଭିନେତା ଅର୍ଜୁନ କପୁର ଏବଂ ଅଭିନେତ୍ରୀ ମଲ୍ଲାଇକା ଆରୋରାଙ୍କ ପ୍ରେମ ସଂପର୍କକୁ ନେଇ ଖୁବ୍‌ ଚର୍ଚ୍ଚା ଆରମ୍ଭ ହୋଇଛି । ଦୁହେଁ ମଧ୍ୟରାତ୍ର ପର୍ଯ୍ୟନ୍ତ ଏକା ସାଙ୍ଗରେ ପାର୍ଟି କରିବା ସହ ବିଭିନ୍ନ ସ୍ଥାନରେ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳୁଛି । ର‍୍ୟାମ୍ପ ସୋ’ ହେଉ କି କୌଣସି ଇଭେଣ୍ଟ, ଦୁହେଁ ସବୁବେଳେ ସାଥୀରେ ନଜର ଆସୁଛନ୍ତି । ତେବେ ଅର୍ଜୁନକ କପୁରଙ୍କ ଏତେ ପସନ୍ଦ କରୁଥିବା ମଲ୍ଲାଇକା ତାଙ୍କର ଜଣେ ଭଉଣୀକୁ ନାପସନ୍ଦ କରୁଥିବା ଜଣା ପଡ଼ିଛି । ଅର୍ଜୁନ୍‌ଙ୍କ ଭଉଣୀ ସୋନମ କପୁର ମଲ୍ଲାଇକା ଏବଂ ଅର୍ଜୁନଙ୍କ ସଂପର୍କକୁ ନାପସନ୍ଦ କରୁଥିବା ଜଣା ପଡ଼ିଛି ।

Dainik Bhaskar

ସୂଚନା ମୁତାବକ, ଗୋଟେ ପାର୍ଟିରେ ସୋନମ ଏବଂ ମଲ୍ଲାଇକାଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ସମସ୍ତଙ୍କ ଆଗରେ ଦୁହେଁ ପରସ୍ପରକୁ ଗାଳି ଦେବା ସହ ଝଗଡ଼ା କରିଥିଲେ । ବଲିଉଡ୍‌ ଡିଜାଇନର ମନିଷ ମଲହୋତ୍ରାଙ୍କ ଜନ୍ମଦିନ ପାର୍ଟିରେ ଦୁହେଁ ଝଗଡ଼ା କରିଥିଲେ । ମଲ୍ଲାଇକା ଅଧିକ ମଦ ପିଇ ପଡ଼ିଯିବାକୁ ବସିଥିବା ବେଳେ ସୋନମ ତାଙ୍କୁ ସମ୍ଭାଳି ନେଇଥିଲେ । କିନ୍ତୁ ମଲ୍ଲାଇକା ନିଶାରେ ସୋନମଙ୍କୁ ନିଜଠାରୁ ଦୂରରେ ରହିବା ପାଇଁ କହିଥିଲେ । ଏହି ଘଟଣା ପରଠାରୁ ଦୁହେଁ ପରସ୍ପରର ରାସ୍ତରେ ମଧ୍ୟ ଆସନ୍ତି ନାହିଁ । କିନ୍ତୁ ଏବେ ନିଜ ଭାଇ ମଲ୍ଲାଇକାଙ୍କୁ ଡେଟ୍‌ କରୁଥିବା ଜାଣି ନିରାଶ ହୋଇଛନ୍ତି ସୋନମ । କିନ୍ତୁ ସୋନମଙ୍କ ବାପା ଅନୀଲ କପୁର ଏହି ସଂପର୍କକୁ ନେଇ ଖୁସିଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର