ବିବାହ ପୂର୍ବରୁ ସୋନମଙ୍କ ଘରେ ଛୁଟିଲା ଉପହାରର ସୁଅ, ଜାଣନ୍ତୁ କାହାଠାରୁ ମିଳିଛି କେଉଁ ଉପହାର

ନୂଆଦିଲ୍ଲୀ: ନିକଟଅତୀତରେ ଚଳିତବର୍ଷ ବହୁ ଷ୍ଟାର୍‌ ବିବାହ ବନ୍ଧନରେ ବାନ୍ଧି ହେବା ପରେ ଏବେ ଚର୍ଚ୍ଚାରେ ରହିଛନ୍ତି ଅନୀଲ ତନୟା ସୋନମ କପୁର୍‌। ପାଖେଇ ଆସିଲାଣି ସୋନମଙ୍କ ବିବାହ ତାରିଖ। ସୋନମଙ୍କ ବିବାହ ଯେତେଯେତେ ପାଖେଇ ଆସୁଛି ସେତେସେତେ ତାଙ୍କ ଘରକୁ ଆସୁଛି ଉପହାର। ବନ୍ଧୁ, ପ୍ରଶଂସକ ଓ ସଂପକୀୟମାନଙ୍କଠୁ ନେଇ ସର୍‌ପ୍ରାଇଜ୍‌ ଗିଫ୍‌ଟର ସୁଅ ଦେଖବାକୁ ମିଳୁଛି ସୋନମଙ୍କ ଘରେ।

ସୋନମ ହେଉଛନ୍ତି ସୋସିଆଲ୍‌ ମିଡିଆରେ ସଦା ସକ୍ରିୟ ରହୁଥିବା କେତେ ଜଣ ବଛା ବଛା ଷ୍ଟାର୍‌ଙ୍କ ଭିତରୁ ଜଣେ। ସେ ତାଙ୍କ ପ୍ରି-େଓ୍ଵଡିଂ ଉପହାରକୁ ନିଜର ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରେ ପୋଷ୍ଟ୍‍ କରି ଖୁସି ପ୍ରକାଶ କରିଛନ୍ତି। ତାଙ୍କ ପ୍ରିୟ ବନ୍ଧୁ ପୋଫି ଚୌଧୁରୀଙ୍କଠାରୁ ଆରମ୍ଭ କରି ଆହୁରି କେତେ ଜଣ ବହୁ ଅର୍ଥପୂର୍ଣ୍ଣ ଉପହାର ସୋନଙ୍କୁ ଦେଇଛନ୍ତି। ତାଙ୍କର କେତେକ ଡିଜାଇନର୍‌ ବନ୍ଧୁ ତାଙ୍କୁ ସ୍କର୍ଟ, ଷ୍ଟୋଲ୍‌, ସ୍ୟାଣ୍ଡେଲ୍‌ ଆଦି ନିଜ ହାତିରେ ତିଆରି କରି ଦେଇଥିବା ହେତୁ ଅନେକ ଉତ୍ସାହିତ ହୋଇଛନ୍ତି ଅନୀଲଙ୍କ ଲାଡଲୀ। ଏହା ବ୍ୟତୀତ ପର୍ସ, ପରିବେଶ ଅନୁକୂଳ ହ୍ୟାଣ୍ଡ୍‌ ବ୍ୟାଗ୍‌ ଆଦି ମଧ୍ୟ ଉପହାର ଆକାରରେ ପାଇଛନ୍ତି। ସୋନମ ଖ୍ୟାତାନାମା ଡିଜାଇନର୍‌ ମାସବା ଗୁପ୍ତାଙ୍କୁ ତାଙ୍କର ଏହି ସୁନ୍ଦର ଉପହାର ପାଇଁ ଧନ୍ୟବାଦ୍‌ ଜଣାଇଛନ୍ତି।

ଉଲ୍ଲେଖଯୋଗ୍ୟ, ଆସନ୍ତା ୮ ତାରିଖରେ ସୋନମ କପୁର୍‌ ନିଜର ଦୀର୍ଘ ଦିନର ପ୍ରେମିକ ଆନନ୍ଦ ଆହୁଜାଙ୍କୁ ବିବାହ କରିବାକୁ ଯାଉଛନ୍ତି। ଆନନ୍ଦ ହେଉଛନ୍ତି ମୁମ୍ବାଇର ଜଣେ ଜଣାଶୁଣା ବ୍ୟବସାୟୀ। ସୋନମ ନିଜ ମାଆଙ୍କୁ ନିକଟରେ ତାଙ୍କର ପ୍ରିୟ ମଣିଷ ବୋଲି ଏକ ସାକ୍ଷାତକାରରେ କହିଛନ୍ତି। ବୈବାହିକ ଜୀବନରେ ସେ ହୁଏତ ନିଜ ମାଆଙ୍କ ପ୍ରେରଣାକୁ ଉପଯୋଗ କରିବେ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର