ବଲିଉଡ୍‌ରେ ଯୌନ ଶୋଷଣର ଶିକାର ହୋଇ ମଧ୍ୟ ଚୁପ୍‌ ହୋଇ ରହିଛନ୍ତି ସୋନମ କପୁରଙ୍କ ବନ୍ଧୁ, ବାଧକ ସାଜିଛି ୭ଭାଇ-ଭଉଣୀଙ୍କ ଦାୟିତ୍ୱ

ମୁମ୍ବାଇ: କିଛି ଦିନ ତଳେ #ମି ଠୁ ଅଭିଯାନକୁ ନେଇ ଅନେକ ଚର୍ଚ୍ଚା ହୋଇଥିବା ବେଳେ ଅନେକ ମହିଳା ଏବଂ ପୁରୁଷ ନିଜ ସହ ହୋଇଥିବା ଯୌନ ଶୋଷଣ ବିଷୟରେ ଜଣାଇଥିଲେ । ଏହି ଅଭିଯାନର ଶିକାର ବଲିଉଡ୍‌ କଳାକାରମାନଙ୍କ ଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରର ପୁରୁଷ ମଧ୍ୟ ହୋଇଥିଲେ । କିନ୍ତୁ ଏତେ ସବୁ ପରେ ମଧ୍ୟ ଏବେ ବି କିଛି ମହିଳା ନିଜ ସହ ହୋଇଥିବା ଶୋଷଣ ବିଷୟରେ ଜଣାଇ ପାରି ନାହାନ୍ତି । ନିଜ ପରିବାର କଥା ଭାବି କିଛି ମହିଳା ଏବେ ବି ଚୁପ୍‌ ରହିଛନ୍ତି । ଏବେ ଏ ନେଇ ଖୁଲାସା କରିଛନ୍ତି ବଲିଉଡ୍‌ ଅଭିନେତ୍ରୀ ସୋନମ କପୁର ।

India Today

ସୂଚନା ମୁତାବକ, ଅଭିନେତ୍ରୀ ସୋନମ କପୁର କଫି ଉଇଥ୍‌ କରଣରେ ଯୋଗ ଦେଇ #ମି ଠୁ ଅଭିଯାନ ଉପରେ ନିଜର ମତ ରଖିଥିଲେ । ତାଙ୍କ କହିବା ଅନୁଯାୟୀ, ଏହା ସତ କି #ମି ଠୁ ଅଭିଯାନ ଦ୍ୱାରା ଅନେକ ମହିଳା ନିଜ ସହ ହୋଇଥିବା ଯୌନ ଶୋଷଣ ବିଷୟରେ ଜଣାଇଥିଲେ । କିନ୍ତୁ ବଲିଉଡ୍‌ରେ ମୋ ଜଣେ ବନ୍ଧୁ ଅଛନ୍ତି ଯେଉଁମାନେ ଯୌନ ଶୋଷଣର ଶିକାର ହୋଇ ମଧ୍ୟ ମୁହଁ ଖୋଲି ପାରି ନାହାଁନ୍ତି । ୭ ଭାଇ-ଭଉଣୀଙ୍କ ଦେଖାଶୁଣା କରିବାକୁ ଥିବାରୁ ସେ ଏ ନେଇ କିଛି କହି ପାରି ନାହାଁନ୍ତି । ସୋନମ କଫି ଉଇଥ୍‌ କରଣକୁ ନିଜ ଭଉଣୀ ରିହା କପୁର ଏବଂ ଭାଇ ହର୍ଷବର୍ଦ୍ଧନ କପୁରଙ୍କ ସହ ପହଞ୍ଚିଥିଲେ । ଏବେ ସୋନମ ନିଜର ଆଗାମୀ ଫିଲ୍ମ ‘ଏକ୍‌ ଲଡ଼କି କୋ ଦେଖା ତୋ ଐସା ଲଗା’କୁ ନେଇ ବ୍ୟସ୍ତ ଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର