ବିବାହ ପରେ ବି ପିତା ଅନୀଲ କପୁରଙ୍କ ଘରେ କାହିଁକି ରହୁଛନ୍ତି ଅଭିନେତ୍ରୀ ସୋନମ୍‌ , ଦେଲେ ଚାଞ୍ଚଲ୍ୟକର ତଥ୍ୟ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସୋନମ୍‌ କପୁର୍‌ଙ୍କ ବାହାଘରକୁ ଏପର୍ଯ୍ୟନ୍ତ ଦୁଇ ମାସ ପୁରି ନଥିଲେ ବି ସେ ଶାଶୂଘରେ ରହିବା ପରିବର୍ତ୍ତେ ପିତା ଅନୀଲ୍‌ କପୁରଙ୍କ ଘରେ ରହୁଛନ୍ତି। ତେବେ ସୋନମ୍‌ଙ୍କୁ ଯେତେବେଳେ ଏହାର କାରଣ ବିଷୟରେ ପଚରାଗଲା ସେ ଏହାର ଉତ୍ତର ମାଧ୍ୟମରେ ତାଙ୍କର ଏକ ଚାଞ୍ଚଲ୍ୟକର କଥା କହିଛନ୍ତି , ଯାହାକି ଶୁଣିଲାପରେ ଆପଣଙ୍କୁ ବି ଝଟ୍‌କା ଲାଗିପାରେ।ତେବେ ଆପଣଙ୍କୁ ଆଶ୍ଚର୍ଯ୍ୟ ହେବାର ଆଦୌ ଦରକାର ନାହିଁ। କାରଣ ଅଭିନେତ୍ରୀ ସୋନମ୍‌ କପୁର୍‌ ପିତା ଅନୀଲ୍‌ଙ୍କ ଘରେ ରହିବାର କାରଣକୁ ନେଇ କହିଛନ୍ତି ଯେ,ତାଙ୍କ ଶାଶୂ- ଶଶୁର ଲାଇମ୍‌-ଲାଇଟ୍‌ଠାରୁ ଦୂରେଇବାକୁ ପସନ୍ଦ କରନ୍ତି। ଏଥିସହିତ ସେମାନଙ୍କୁ ବି ନିଜର ବ୍ୟକ୍ତିଗତ ତଥ୍ୟକୁ ସାର୍ବଜନୀନ କରିବା ଆଦୌ ହିଁ ପସନ୍ଦ ନୁହେଁ। ତେବେ ସୋନମ୍‌ଙ୍କ ଅନୁସାରେ ତାଙ୍କ ଶାଶୂ-ଶଶୁରଙ୍କର ମଧ୍ୟ ଫିଲ୍ମଦୁନିଆ ପ୍ରତି କୌଣସି ହେଲେ ବି ରୁଚି ନାହିଁ।ଏଥିସହିତ ସେମାନେ ଉଭୟ ହିଁ ମଧ୍ୟ ନିଜର ବ୍ୟକ୍ତିଗତ ତଥ୍ୟକୁ କାହାରିକୁ କହିବାକୁ ଉଚିତ୍‌ ମନେ କରନ୍ତିନି।

 


ଏଥିସହିତ ନିଜ ଶାଶୂଙ୍କ ସହ ସୋନମ୍‌ଙ୍କ ସଂପର୍କକୁ ନେଇ ଯେତେବେଳେ ପ୍ରଶ୍ନ ପଚରାଗଲା,ସେତେବେଳେ ବଲିଉଡର ଏହି ଅଭିନେତ୍ରୀ ଏହାର ଉତ୍ତର ଦେଇ କହିଛନ୍ତି ଯେ,ସେ ତାଙ୍କ ଶାଶୂସହିତ ଭାରି ଭଲ ଓ ତାଙ୍କ ସହିତ ବି ବହୁତ କଥା ହୁଅନ୍ତି। ହେଲେ ଶାଶୂଘର ଛାଡି କାହିଁକି ସୋନମ୍‌ ଏବେ ବି କ’ଣ ପାଇଁ ବାପଘରେ ରହିଛନ୍ତି ଏହାର ଉତ୍ତର ଦେବାକୁ ଯାଇ ସୋନମ୍‌ କହିଛନ୍ତି ଯେ ,ମୁମ୍ବାଇରେ ଥିବା ତାଙ୍କ ପତି ଆନନ୍ଦ ଆହୁଜାଙ୍କ ଘରର ଇଣ୍ଟରିଅର୍‌ ପସନ୍ଦ ନ ଆସିବା କାରଣକୁ ନେଇ ସେ ପିତା ଅନୀଲ୍‌ଙ୍କ ଘରେ ରହୁଛନ୍ତି।

ସମ୍ବନ୍ଧିତ ଖବର