ସିନେମା ହଲରେ କ’ଣ ଏମିତି ଘଟିଥିଲା ଯେ ସୋନମ୍ କପୁର କାନ୍ଦି ପକାଇଥିଲେ !

ମୁମ୍ବାଇ: ବଲିଉଡ ନାୟିକାମାନେ ବି ବେଳେ ବେଳେ ଅସଭ ଆଚରଣର ଶିକାର ହୋଇଥାନ୍ତି। ଝିଅମାନଙ୍କ ସହ ଅନେକ ଅସାମାଜିକ ବ୍ୟକ୍ତି ଅଧିକାଂଶ ସମୟରେ ଅସଭ୍ୟ ଆଚରଣ ପ୍ରଦର୍ଶନ କରିଥିବା କଥା ଅତି ସାଧାରଣ। ମାତ୍ର ଆଶ୍ଚର୍ଯ୍ୟର କଥା ହେଉଛି ଏପରି ଦୁର୍ଘଟଣାରୁ ଅନୀଲ କପୁର୍ଙ୍କ ଅଲିଅଳି ଝିଅ ସୋନମ୍ କପୁର୍ ମଧ୍ୟ ନିଜକୁ ରକ୍ଷା କରିପାରି ନଥିଲେ ।


ସୋନମଙ୍କୁ ୧୪ ବର୍ଷ ବୟସ ହୋଇଥିବା ବେଳେ ସେ କେତେ ଜଣ ବନ୍ଧୁଙ୍କ ସହ ମିଶି ଅକ୍ଷୟ କୁମାର ଓ ରବିନା ଟଣ୍ଡନଙ୍କର ଏକ ଚଳଚ୍ଚିତ୍ର ଦେଖିବାକୁ ମୁମ୍ବାଇର ଗେଟି ଥିଏଟର୍କୁ ଯାଇଥିଲେ। ଇଣ୍ଟର୍ଭାଲ ସମୟରେ ସିଙ୍ଗଡ଼ା ଖାଇବା ପାଇଁ ସୋନମ ନିଜ ବନ୍ଧୁଙ୍କ ସହ ବାହାରକୁ ଯାଇଥିଲେ। ଖାଇସାରି ପୁଣିଥରେ ହଲ୍ ଭିତରକୁ ପଶିଲା ବେଳେ କେହି ଜଣେ ବ୍ୟକ୍ତି ପଛ ପଟୁ ଆସି ସୋନମ୍ଙ୍କର ବକ୍ଷୋଜକୁ ଧରି ପକାଇଥିଲେ। ସେହି ସମୟରେ କିଛି ଜାଣି ନ ପାରି ସୋନମ କାନ୍ଦି ପକାଇଥିଲେ। ପରବର୍ତ୍ତୀ ମୁହୂର୍ତ୍ତରେ କାହାକୁ କିଛି ନ କହି ଚଳଚ୍ଚିତ୍ର ଶେଷ ପର୍ଯ୍ୟନ୍ତ ଦେଖିଥିଲେ।

ସମ୍ବନ୍ଧିତ ଖବର