ପ୍ରଶ୍ନର ଭୁଲ ଉତ୍ତର ଦେଇ ଟ୍ଵିଟରରେ ଟ୍ରୋଲ୍‌ ହେଲେ ସୋନମ କପୁର

ମୁମ୍ବାଇ : ଇଣ୍ଟରନେଟ୍‌ରେ ବ୍ୟବହାରକାରୀମାନେ ପଜଲକୁ୍ସ ଖୁବ୍‌ ଭଲ ପାଆନ୍ତି । ବେଳେବେଳେ ସେଥିରେ ଫେସ୍‌ବୁକ୍‌ ବା ହ୍ଵାଟ୍‌ସଆପ୍‌ରେ କିଛି ପ୍ରଶ୍ନ ପଚରା ଯାଇଥାଏ । ଏହାର ଉତ୍ତର ବ୍ୟବହାରକାରୀମାନେ ଖୁବ୍‌ ଉତ୍ସାହର ସହ ରଖି ଥାଆନ୍ତି । ସମସ୍ତଙ୍କର ଉତ୍ତର ଭିନ୍ନ ଭିନ୍ନ ହେଉଥିବା ବେଳେ ସମସ୍ତେ ନିଜ ଉତ୍ତରକୁ ଠିକ୍‌ ବୋଲି ପ୍ରମାଣ କରିବା ପାଇଁ ସେମାନେ ସେ ଉତ୍ତର କିପରି ପାଇଲେ ତାହା ବିସ୍ତାର ଭାବେ ଲେଖି ଥାଆନ୍ତି । ବେଳେବେଳେ ଏହାକୁ ନେଇ ବିତର୍କ ମଧ୍ୟ ହୋଇଯାଏ ।

ଗତକାଲି ‘ଫିଲ୍ମଫେୟାର’ ପତ୍ରିକାର ସଂପାଦକ ଜିତେଶ ପିଲାଇ ଏକ ପଜଲ୍ସ ଟ୍ଵିଟରରେ ଛାଡ଼ିବା ପରେ ସେଭଳି କିଛି ପରିସ୍ଥିତି ଉପୁଜିଥିଲା । ଜିତେଶଙ୍କ ଟ୍ଵିଟ୍‌ ପରେ ଅଭିନେତ୍ରୀ ସୋନମ କପୁର ନିଜର ଉତ୍ତର ଲେଖିବା ସହ ତାହା ହିଁ ଠିକ୍‌ ବୋଲି କହିଥିଲେ ।

ଜିତେଶ ପିଲାଇ ଏକ ଫଟୋ ସେୟାର କରିବା ସହ ସେଥିରେ କେତୋଟି ତ୍ରିଭୁଜ ରହିଛି ତାହା କହିବା ପାଇଁ କହିଥିଲେ । ଜିତେଶଙ୍କ ଏହି ଟ୍ଵିଟ୍‌ ପରେ ଚିତ୍ରରେ ୭ଟି ତ୍ରିଭୁଜ ରହିଛି ବୋଲି ସୋନମ ଉତ୍ତର ଦେଇଥିଲେ ।

ସୋନମ ନିଜର ଉତ୍ତର ସେୟାର କରିବା ପରେ ସଙ୍ଗେ ସଙ୍ଗେ ସେ ଦେଇଥିବା ଭୁଲ ଉତ୍ତରକୁ ନେଇ ଲୋକମାନେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରି ଦେଇଥିଲେ ।

ଟ୍ଵିଟରରେ ନିଜ ଉତ୍ତରକୁ ନେଇ ଟ୍ରୋଲ ହେଉଥିବା ଦେଖି ସୋନମ ସଙ୍ଗେ ସଙ୍ଗେ ଗଣିତରେ ବହୁତ ଖରାପ ବୋଲି ଲେଖି ଟ୍ଵିଟ୍‌ କରିଥିଲେ । ପରେ ନିଜେ ନିଜର ଥଟ୍ଟା କରିବା ସହ ସେ ସେହି ଚିତ୍ରରେ ପଚରା ଯାଇଥିବା ପ୍ରଶ୍ନର ସଠିକ୍‌ ଉତ୍ତର ଜାଣି ନାହାନ୍ତି ବୋଲି କହିଥିଲେ ।

ସମ୍ବନ୍ଧିତ ଖବର