ଝିଅରୁ ବୋହୂ ପାଲଟିଲେ ଅନୀଲ ତନୟା, ବିବାହ ଉତ୍ସବରେ ନଜର ଆସିଲେ ଏହି ବଲିଉଡ୍‌ କଳାକାର

ମୁମ୍ବାଇ: ବିବାହ ବନ୍ଧନରେ ବାନ୍ଧି ହେଲେ ଅଭିନେତ୍ରୀ ସୋନମ କପୁର୍‌। ନିଜର ଦୀର୍ଘ ଦିନର ବନ୍ଧୁ ଆନନ୍ଦ ଅାହୁଜାଙ୍କୁ ରୀତିନୀତି ଅନୁସାରେ ବିବାହ କରିଛନ୍ତି।  ଶିଖ୍‌ ପରମ୍ପରା ଅନୁଯାୟୀ ତାଙ୍କର ବିବାହ ସମ୍ପନ୍ନ ହୋଇଛି।  ବିବାହ ଅବସରରେ ମଙ୍ଗଳବାର ସୋନମ ମୁମ୍ବାଇର ଏକ ପଞ୍ଚତାରକା ହୋଟେଲ୍‌ରେ ଭୋଜିର ଆୟୋଜନ କରିଛନ୍ତି। ସୋନମ୍ ବିବାହ ସମୟରେ ଏକ ନାଲି ରଙ୍ଗର ପୋଷାକ ପିନ୍ଧିଥିଲେ। ଏକଦମ୍ ଭାରତୀୟ ଶୈଳୀରେ ଓ ଗହଣାରେ ସୁସଜ୍ଜିତ ଅନୀଲ କପୁରଙ୍କ ଏହି ଅଲିଅଳୀ ଝିଅ କୌଣସି ରାଣୀଙ୍କଠାରୁ କମ୍‌ ସୁନ୍ଦର ଦିଶୁନାହାନ୍ତି।

 

A cool click of the couple #anandahuja #sonamkapoor #sonamkishaadi

A post shared by Viral Bhayani (@viralbhayani) on

 

Daddy cool ???? #anilkapoor arrives for #sonamkishaadi

A post shared by Viral Bhayani (@viralbhayani) on

 

#amitabhbachan at #sonamkishaadi

A post shared by Viral Bhayani (@viralbhayani) on

ସୋନମଙ୍କ ବିବାହ ଉତ୍ସବରେ ଯୋଗ ଦେଇଛନ୍ତି ବହୁ ବଡ଼ ବଡ଼ ସିନେ କଳାକାର। ପିତା ଅନୀଲ କପୁର ଏକ ଧଳା ରଂଗର ପାଇଜାମା ପିନ୍ଧି ଏକଦମ ଅଭିନେତାଙ୍କ ଶୈଳୀରେ ଅତିଥିମାନଙ୍କୁ ସ୍ୱାଗତ ସମ୍ବୋଧନ ଜଣାଉଥିବାର ଦେଖିବାକୁ ମିଳିଛି। ଦିନ ୧୧ ସମୟରେ ସୋନମ କନ୍ୟା ବେଶ ହୋଇ ନିଜ ବାସଭବନରୁ ବାହରିଲେ। ସୋନମ ଯେଉଁ କାର୍‌ର ବସି ବିବାହ ମଣ୍ଡପକୁ ଯାଇଥିଲେ ସେହି କାର୍‌କୁ କଳା ରଂଗର କପଡ଼ାରେ ଘୋଡ଼ା ଯାଇଥିଲା। ୧୧ଟା ୪୫ ସମୟରେ ବିଗ୍‌ ବି ଅମିତାଭ ବଚ୍ଚନ ତାଙ୍କ ପୁଅ ଅଭିଷେକ ବଚ୍ଚନ ଭଉଣୀ ଶ୍ୱେତା ନନ୍ଦାଙ୍କ ସହ ବିବାହ ମଣ୍ଡପ ନିକଟରେ ଉପସ୍ଥିତ ହୋଇଥିଲେ। ନିର୍ଦ୍ଦେଶକ କରଣ ଜୋହର ପୂର୍ବରୁ ସ୍ଥାନରେ ପହଞ୍ଚି ସାରିଥିଲେ। ଏହି ଉତ୍ସବକୁ ଆହୁରି ଆକର୍ଷଣୀୟ କରିଥିଲେ ସୋନମଙ୍କ ବଡ଼ବାପା ବୋନି କପୁରଙ୍କ ୨ ଝିଅ ଖୁସି ଓ ଜାହ୍ନବୀ। ଛେଟା ନବାବ ସୈଫ ଅଲ୍ଲୀ ଖାନ, ପତ୍ନୀ କରୀନା ଓ ପୁତ୍ର ତୈମୁରଙ୍କ ସହ ବିବାହରେ ଦେଖିବାକୁ ମିଳିଛନ୍ତି। ଏମାନଙ୍କ ବ୍ୟତୀତ କରିସ୍ମା କପୁର, ରାଣୀ ମୁଖାର୍ଜୀ, ସପତ୍ନୀ ଆମୀର ଖାନ ମଧ୍ୟ .ଯୋଗ .ଦେଇଛନ୍ତି ।

ସମ୍ବନ୍ଧିତ ଖବର