ବଲିଉଡର ଲୋକପ୍ରିୟ ନାୟିକା ସୋନମ୍ କପୁର ଏବେ ପ୍ରଥମ ଥରପାଇଁ ଏକ ପୌରାଣିକ ଚରିତ୍ର ନିଭାଇବାକୁ ପ୍ରସ୍ତୁତ ହେଉଛନ୍ତି। ଏହା ହେଉଛି ମହାଭାରତର ଦ୍ରୌପଦୀ ଭୂମିକା। ଏହି ଚରିତ୍ର ସେ ଏକ ସିନେମାରେ ନିଭାଇବେ। ଆଉ ଏହି ସିନେମାଟି ନିର୍ମିତ ହେଉଛି ସୋନମ୍ କପୁରଙ୍କ ହୋମ୍ ପ୍ରଡକସନ୍ ବ୍ୟାନରରେ।
ଏହାର କାହାଣୀ ପ୍ରଖ୍ୟାତ ଲେଖିକା କୃଷ୍ଣା ଉଦୟ ଶଙ୍କରଙ୍କ ରଚିତ ପୁସ୍ତକ ‘ଦ ଆର୍ଯ୍ୟା କ୍ରୋନିକାଲସ୍’ ଉପରେ ଆଧାରିତ। କୃଷ୍ଣା ଉଦୟ ଶଙ୍କର ବି ଏକଥାକୁ ସ୍ୱୀକାର କରିଛନ୍ତି ଯେ ସୋନମ୍ ତାଙ୍କ ବହିର ରାଇଟସ୍ ନେଇଛନ୍ତି। ଏବେ ସୋନମ୍ କପୁର ଉକ୍ତ କାହାଣୀର ଚିତ୍ରନାଟ୍ୟ ପ୍ରସ୍ତୁତ କରାଉଛନ୍ତି । ଏହି ବହିର କଥାବସ୍ତୁକୁ ନେଇ ତିନିଟି ସିନେମା ନିର୍ମାଣ କରିବାର ଯୋଜନା ରଖିଛନ୍ତି
ସୋନମ୍ କପୁର ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/sonam-5.jpg)