ଜାଣନ୍ତୁ କେଉଁଠି ହେଉଛି ସୋନମ କପୁରଙ୍କ ବାହାଘର

ମୁମ୍ବାଇ: ମଇ ୭ ତାରିଖରେ ସୋନମ୍‌ କପୁର ତାଙ୍କର ବୟଫ୍ରେଣ୍ଡ୍‌ ଆନନ୍ଦ ଆହୁଜାଙ୍କୁ ବାହା ହେଉଛନ୍ତି। ପଞ୍ଜାବୀ ଶୈଳୀରେ ଏହି ରୟାଲ୍‌ େଓ୍ଵଡିଂ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଏବେ ଆସନ୍ତୁ ଜାଣିବା କେଉଁଠାରେ ଏହି ବିବାହ ଉତ୍ସବ ହେଉଛି।

ମିଳିଥିବା ସୂଚନା ଅନୁଯାୟୀ, ଏହି ବିବାହ ଉତ୍ସବ ସୋନମ୍‌ଙ୍କ ଆଣ୍ଟି ତଥା ଜଣାଶୁଣା ଇଣ୍ଟେରିୟର୍‌ ଡିଜାଇନର କବିତା ସଂହଙ୍କର ବ୍ୟାଣ୍ଡଷ୍ଟାଣ୍ଡ୍‌ ସ୍ଥିତ ଆଲିଶାନ୍‌ ବଙ୍ଗଳାରେ ଅନୁଷ୍ଠିତ ହେବ। ଏହି ବାହାଘର ଘର ଭିତରେ ଥିବା ମନ୍ଦିରରେ କରାଯିବ।

କବିତା ସିଂହଙ୍କର ଏହି ସୁଦୃଶ୍ୟ ବଙ୍ଗଳାର ଆକାର ହେଉଛି ୫୫ ହଜାର ବର୍ଗଫୁଟ। ଏହାର ନାଆଁ ହେଲା ରକ ଡେଲ୍‌ ଓ ଏହା ଖୁବ୍‌ ସୁନ୍ଦର। ମୁମ୍ବାଇର ସବୁଠାରୁ ଦାମିକା ଅଞ୍ଚଳ ସ୍ଥିତ ଏହି ବଙ୍ଗଳାର ମୂଲ୍ୟ ୭୦ କୋଟି ବୋଲି କୁହାଯାଉଛି। ଏହି ସି ଫେସିଂ ବଙ୍ଗଳାରେ ଅଲଗା ହୋଇ ଏକ ପୂଜାଘର ମଧ୍ୟ ରହିଛି, ଯେଉଁଠି ଗଣେଶଙ୍କ ମୂର୍ତ୍ତି ପୂଜିତ ହେଉଛି।

ଏବେ ସଙ୍ଗୀତର ରିହର୍ସାଲ୍‌ ଅନୀଲ କପୁରଙ୍କ ବଙ୍ଗଳାରେ ଚାଲିଛି। ସୋନମ୍‌ ଯେଉଁ ବିଶିଷ୍ଟ ବ୍ୟବସାୟୀ ଅନନ୍ଦ ଆହୁଜାଙ୍କୁ ବାହା ହେଉଛନ୍ତି, ସେ ଓ ଅପେରଲ୍‌ ବ୍ରାଣ୍ଡ୍‌ ଭାନେ ର ମାଲିକ ଅଟନ୍ତି। ଏହାକୁ ଦେଶର ସବୁଠାରୁ ବଡ଼ ରପ୍ତାନିକାରୀ କଂପାନି ବୋଲି କୁହାଯାଉଛି। ଏହାର ବାର୍ଷିକ ଟର୍ଣ୍ଣଓଭର ହେଲା ୪୫୦ ମିଲିଅନ୍‌ ଡଲାର୍‌। ମିଳିଥିବା ସୂଚନା ଅନୁଯାୟୀ ଆନନ୍ଦ ଓ ସୋନମ୍‌ ଲଣ୍ଡନରେ ଏକ ଘର କିଣିଛନ୍ତି।

ସମ୍ବନ୍ଧିତ ଖବର