ଟାଇଗର୍‌ ଶ୍ରଫ୍‌ଙ୍କୁ ନେଇ ସୋନମ କପୁରଙ୍କ ସଚ୍ଚୋଟ ସ୍ୱୀକାରୋକ୍ତି!

ମୁୁମ୍ବାଇ: ନିକଟ ଅତୀତରେ ସୋନମ କପୁର ଏକ ଟକ୍‌ ସୋ’ରେ କହିଛନ୍ତି କି ସେ ଅଭିନେତା ଟାଇଗର୍‌ ଶ୍ରଫ୍‌ଙ୍କୁ ଇନ୍‌ଷ୍ଟାଗ୍ରାମରେ ଲୁଚି ଲୁଚ ଦେଖନ୍ତି ବୋଲି। ତାଙ୍କୁ ଟାଇଗର୍‌ଙ୍କ ଷ୍ଟାଇଲ୍‌ ଓ ଅନ୍ଦାଜ ଭଲ ଲାଗେ ବୋଲି ଦେଇଥିବା ପରି ସଚ୍ଚୋଟ ସ୍ୱୀକାରୋକ୍ତି ଏବେ ଚର୍ଚ୍ଚା ବିଷୟ ପାଲଟିଛି।

ନିକଟରେ ‘କଫି ଉଇଥ୍‌ କରଣ’ରେ କପୁର ଭାଇ-ଭଉଣୀ ଦେଖିବାକୁ ମିଳିଥିଲେ। କରଣଙ୍କ ସହ ସମୟ କାଟିବାକୁ ମଞ୍ଚରେ ଉପସ୍ଥିିତ ହୋଇଥିଲେ ସୋନମ କପୁର, ରେହା କପୁର ଓ ହର୍ଷବର୍ଦ୍ଧନ କପୁର। ସେଠାରେ ରେହା କପୁରଙ୍କ ପାଇଁ କରଣ ଏକ ରାପିଡ୍‌ ଫାୟାର ରାଉଣ୍ଡ୍‌ ରଖିଥିଲେ। ରେହାଙ୍କ ପାଇଁ ଏକ ପ୍ରଶ୍ନ ଥିଲା ବିନା କପଡ଼ାରେ କେଉଁ ହିରୋଙ୍କ ଶରୀର ଦେଖିବାକୁ ଭଲ ଲାଗେ?

ରେହାଙ୍କ ପାଇଁ ପଚରା ଯାଇଥିବା ଏହି ପ୍ରଶ୍ନ ଭିତରେ ମଝିର ପଶି ନିଷ୍କପଟ ଭାବେ ଉତ୍ତର ଦେଇଥିଲେ ସୋନମ। ସେ ସାଙ୍ଗେ ସଙ୍ଗେ ହସି କରି କହିଥଲେ ଟାଇଗର୍‌ ଶ୍ରଫ୍‌। ସେ ଆହୁରି ବି କହିଛନ୍ତି ତାଙ୍କର ଓ୍ଵାର୍କଆଉଟ୍‌ ଭିଡିଓ ଓ ଡ୍ୟାନ୍ସିଂ ବହୁତ କୁଲ୍‌ ଅଟେ।

ସମ୍ବନ୍ଧିତ ଖବର