ଏହି ଅଲ୍‌ଟାଇମ୍‌ ହିଟ୍‌ ଗୀତଟି ସୋନୁ ନିଗମଙ୍କ ହାତରୁ ଖସିଯାଇଥିଲା , ଜାଣନ୍ତୁ ମିଳିଥିଲା କାହାକୁ

ଫିଲ୍ମ ‘ବେଓ୍ଵାଫା ସନମ୍‌’ ଫିଲ୍ମର ଆଚ୍ଛା ସିଲା ଦିଆ ତୁନେ…ଗୀତ ସୁପରହିଟ୍‌ ହେବାପରେ ସୋନୁ ନିଗମ୍‌ ଆଉ ପଛକୁ ଫେରି ଚାହିଁ ନାହାନ୍ତି। ତା’ପରେ ସୋନୁ ନିଗମଙ୍କୁ ଅଧିକ ଲୋକପ୍ରିୟ କରିଥିଲା ଅନୁ ମଲିକଙ୍କ ସ୍ୱର ସଂଯୋଜିତ ‘ବର୍ଡ଼ର୍‌’ଫିଲ୍ମର ‘ସନ୍ଦେଶ ଆତେ ହେଁ…ଓ ନଦୀମ-ଶ୍ରବଣଙ୍କ ସଙ୍ଗୀତ ନିର୍ଦ୍ଦେଶିତ ‘ପରଦେଶ୍‌’ଫିଲ୍ମ ୟେ ଦିଲ୍‌ ଦିଓ୍ଵାନା… ଗୀତ।
ହେଲେ ଆପଣ କ’ଣ ଜାଣନ୍ତି ସୋନୁ ନିଗମ୍‌ଙ୍କ ହାତରୁ ଖସିଯାଇଥିଲା ଏକ ଅଲ୍‌ଟାଇମ୍‌ ହିଟ୍‌ ଗୀତ। ସେହି ଗୀତଟି ହେଲା ‘୧୯୪୨-ଏ ଲଭ୍‌ଷ୍ଟୋରି ଫିଲ୍ମର ‘ଏକ ଲଡ୍‌କି କୋ ଦଖା ତୋ ଐସା ଲଗା…..’। ଏହାର ନିର୍ଦ୍ଦେଶକ ହେଲେ ବିଧୂ ବିନୋଦ ଚୋପ୍ରା । ଏଥିରେ ଅନୀଲ କପୁର,ଜ୍ୟାକି ଶ୍ରଫ୍‌ ଏବଂ ମନୀଷା କୋଇରାଲା ମୁଖ୍ୟ ଭୂମିକାରେ ଥିଲେ।‘୧୯୪୨-ଏ ଲଭ୍‌ଷ୍ଟୋରି ଫିଲ୍ମର ଏହି ଗୀତ କଂପୋଜ୍‌ କରିବା ବେଳେ ସଙ୍ଗୀତ ନିର୍ଦ୍ଦେଶକ ରାହୁଲ ଦେବ ବର୍ମନ ସୋନୁ ନିଗମ୍‌ଙ୍କ କଣ୍ଠରେ ତାହା ରେକର୍ଡ କରିବେ ବୋଲି ସ୍ଥିର କରିଥିଲେ।

 

କିନ୍ତୁ ସୋନୁଙ୍କ ଦୁର୍ଭାଗ୍ୟ ସେହି ସୁପରହିଟ୍‌ ଗୀତଟି କୁମାର ଶାନୁଙ୍କ କଣ୍ଠରେ ରେକର୍ଡ କରାଯାଇଥିଲା। କାରଣ ରେକର୍ଡିଂ ବେଳେ ସୋନ୍‌ ଭାରତରେ ନଥିଲେ। ସେ ଟୁରରେ ଯାଇଥିଲେ ଏବଂ ଶୀଘ୍ର ଫେରିବାର ସମ୍ଭାବନା ବି ନଥିଲା। କହିବାବାହୁଲ୍ୟ ଯେ ଏହି ଗୀତ କୁମାର ସାନୁଙ୍କ କ୍ୟାରିଅରର ଏକ ମାଇଲ ଖୁଣ୍ଟ ହୋଇ ରହିଛି।

ସମ୍ବନ୍ଧିତ ଖବର