ନିଜର ମୂର୍ତ୍ତି ନିର୍ମାଣ କରିବା ପ୍ରସ୍ତାବ ଉପରେ ଏଭଳି ଉତ୍ତର ରଖିଲେ ସୋନୁ ସୁଦ

ମୁମ୍ବାଇ: କରୋନା ଭାଇରସ୍‌ ମୁକାବିଲାରେ ପୂର୍ବରୁ ଅନେକ ବଲିଉଡ୍‌ ତାରକା ନିଜ ନିଜର ସହାୟତାର ହାତ ବଢ଼ାଇ ସାରିଥିବା ବେଳେ ଏବେ ଏଥିରେ ନିଜକୁ ସାମିଲ୍‌ କରିଛନ୍ତି ବଲିଉଡ୍‌ ଅଭିନେତା ସୋନୁ ସୁଦ୍। ସେ ମୁମ୍ବାଇରେ ଫଶି ରହିଥିବା ପ୍ରବାସୀ ଶ୍ରମିକମାନଙ୍କ ପାଇଁ ଯାନବାହନର ବନ୍ଦୋବସ୍ତ କରି ଏବେ ଚାରିଆଡ଼େ ସୋନୁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ସୋନୁ ସୁଦଙ୍କ କାର୍ଯ୍ୟକୁ ସବୁଠାରେ ପ୍ରଶଂସା କରାଯାଉଛି | ଏଥି ସହିତ ବିହାରରେ ତାଙ୍କର ପ୍ରତିମା ତିଆରି କରିବା ପ୍ରସଙ୍ଗ ସାମ୍ନାକୁ ଆସିଛି।


ଅନ୍ୟପକ୍ଷରେ, ନିକଟରେ ଜଣେ ବ୍ୟକ୍ତି ସୋନୁ ସୁଦଙ୍କ ଶୁଭକାମନା ସହ ଖୁସିରେ ଟ୍ୱିଟ କରି କହିଛନ୍ତି ଯେ ବିହାରର ସିୱାନ ଜିଲ୍ଲାରେ ଲୋକମାନେ ତାଙ୍କ ପ୍ରତିମା ନିର୍ମାଣ କରିବାକୁ ପ୍ରସ୍ତୁତ ହେଉଛନ୍ତି। ବାସ୍ତବରେ, ଜଣେ ବ୍ୟକ୍ତି ଟୁଇଟ୍ କରିବା ସମୟରେ ସୋନୁ ସୁଦଙ୍କୁ ଟ୍ୟାଗ୍ କରି ଲେଖିଥିଲେ, ‘ବିହାରର ସିୱାନ୍ ଜିଲ୍ଲାରେ ଲୋକମାନେ ତୁମର ପ୍ରତିମା ନିର୍ମାଣ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଆପଣଙ୍କୁ ବହୁତ ନମସ୍କାର’ ଉକ୍ତ ବ୍ୟକ୍ତିଙ୍କ ଏହି ଟୁଇଟର ପ୍ରତିକ୍ରିୟାରେ ସୋନୁ ସୁଦ ଲେଖିଛନ୍ତି, ଭାଇ ମୂର୍ତ୍ତି ନିର୍ମାଣ ହେବାକୁ ଥିବା ଟଙ୍କା ଗରିବ ଲୋକଙ୍କୁ ସାହାଯ୍ୟ କରନ୍ତୁ।

ସମ୍ବନ୍ଧିତ ଖବର