ପୁଲଓ୍ଵାମା ଆକ୍ରମଣରେ ସହିଦ୍‌ ଯବାନଙ୍କ ପୁଅକୁ ପଢ଼ାଇବାର ସମସ୍ତ ଖର୍ଚ୍ଚ ବହନ କରିବେ ସୋନୁ ସୁଦ୍‌, ସହିଦଙ୍କ ଗାଁରେ ବାଣ୍ଟିଲେ ୨୦୦ସାଇକେଲ

ଚଣ୍ଡିଗଡ଼ : ଅଭିନେତା ସୋନୁ ସୁଦ୍‌ଙ୍କୁ ଅନେକ ସମୟରେ ବଲିଉଡ୍‌ ଅଭିନେତା ଅକ୍ଷୟ କୁମାରଙ୍କ ଭଳି ଅନ୍ୟକୁ ସାହାଯ୍ୟ କରୁଥିବାର ଦେଖା ଯାଇଥାଏ । ଏବେ ସେ ପୁଲଓ୍ଵାମା ଆକ୍ରମଣରେ ସହିଦ୍‌ ହୋଇ ହୋଇଥିବା ଜୈମଲ ସିଂହଙ୍କ ପରିବାର ଲୋକଙ୍କୁ ଭେଟି ତାଙ୍କୁ ସହାୟତାର ହାତ ବଢ଼ାଇଥିବା ଦେଖା ଯାଇଛି । ପଞ୍ଜାବରେ ଜୈମଲଙ୍କ ପରିବାର ଲୋକେ ରହୁଥିବା ବେଳେ ସୋନୁ ସେମାନଙ୍କୁ ଭେଟିବା ପାଇଁ  ସେଠାରେ ପହଞ୍ଚିଥିଲେ । ପରିବାର ଲୋକଙ୍କୁ ଭେଟିବା ପରେ ସେ ଜୈମଲଙ୍କ ପୁଅର ସମସ୍ତ ପଢ଼ା ଖର୍ଚ୍ଚ ଉଠାଇବେ ବୋଲି କଥା ଦେଇଥିବା ଜଣା ପଡ଼ିଛି । ଏହା ସହ ସେ ଜୈମଲଙ୍କ ଗାଁରେ ରହୁଥିବା ଗରିବ ଲୋକଙ୍କୁ ପ୍ରାୟ ୨୦୦ଟି ସାଇକେଲ ଦାନ କରିଥିବା ସାମ୍ନାକୁ ଆସିଛି । ସୋନୁ ନିଜ ଇନ୍‌ଷ୍ଟା ଆକାଉଣ୍ଟରେ ଜୈମଲଙ୍କ ପରିବାର ସହ ଉଠାଇଥିବା ଫଟୋକୁ ସେୟାର କରିବା ପରେ ଖବରଟି ସାମ୍ନାକୁ ଆସିଥିଲା ।

Times Now Hindi

ଫଟୋ ସେୟାର କରି, “ପୁଲଓ୍ଵାମା ଆକ୍ରମଣରେ ସହିଦ୍‌ ହୋଇଥିବା ଜୈମଲ ସିଂହଙ୍କ ପରିବାର ପଞ୍ଜାବରେ ରହନ୍ତି । ବିବାହର ୧୬ବର୍ଷ ପରେ ଜୈମଲ ଜନ୍ମ ନେଇଥିବା ବେଳେ ଆଜି ସେ ଦେଶ ପାଇଁ ନିଜ ମାତା-ପିତାଙ୍କୁ ଛାଡ଼ି ଚାଲି ଯାଇଛନ୍ତି । ଦୟାକରି ତାଙ୍କ ପରିବାରକୁ ସାହାଯ୍ୟ କରିବା ପାଇଁ ଆଗକୁ ଆସନ୍ତୁ” ବୋଲି ଲେଖିଥିଲେ ସୋନୁ ।

ସମ୍ବନ୍ଧିତ ଖବର