ଆଗାମୀ ସପ୍ତାହରେ ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି ତାମିଲ ସୁପରଷ୍ଟାର ରଜନୀକାନ୍ତଙ୍କ ଝିଅ, ପୁଲିସକୁ ସୁରକ୍ଷା ମାଗିଲେ ପତ୍ନୀ

0 1,912

ଚେନ୍ନାଇ : ଆଗାମୀ ସପ୍ତାହରେ ତାମିଲ ସୁପରଷ୍ଟାର ରଜନୀକାନ୍ତଙ୍କ ଝିଅ ସୌନ୍ଦର୍ଯ୍ୟା ଦ୍ୱିତୀୟ ଥର ବିବାହ କରିବାକୁ ଯାଉଥିବା ବେଳେ ଏବେଠୁ ସବୁ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି । ସୌନ୍ଦର୍ଯ୍ୟାଙ୍କ ମା’ ତଥା ରଜନୀକାନ୍ତଙ୍କ ପତ୍ନୀ ଲତା ସୁରକ୍ଷାକୁ ଦୃଷ୍ଟିରେ ରଖି ପୁଲିସକୁ ସାହାଯ୍ୟ ମାଗିଛନ୍ତି । ଫେବୃଆରି ୧୦ ଏବଂ ଫେବୃଆରି ୧୨ ପାଇଁ ସେ ପୁଲିସକୁ ସୁରକ୍ଷା ଲାଗି ସାହାଯ୍ୟ ମାଗିଛନ୍ତି । ସୌନ୍ଦର୍ଯ୍ୟାଙ୍କ ବିବାହ ତାଙ୍କ ଘର ପୋଏସ ଗାର୍ଡ଼େନରେ ହେବ ବୋଲି ଜଣାପଡ଼ିଛି ।

The News Minute

ସୂଚନା ମୁତାବକ, ସୌନ୍ଦର୍ଯ୍ୟା ଅଭିନେତା-ବ୍ୟବସାୟୀ ବିଶାଗନ ବନଙ୍ଗମୁଡିଙ୍କୁ ବିବାହ କରିବାକୁ ଯାଉଛନ୍ତି । ବିବାହକୁ ଭଲ ଭାବରେ କରିବା ପାଇଁ ଲତା ତେନ୍ନେମ୍‌ପେଟ ଥାନା ଇନ୍ସପେକ୍ଟରଙ୍କୁ ଚିଠି ଲେଖିଛନ୍ତି । ବିବାହରେ ଅନେକ ସେଲିବ୍ରିଟି ଅତିଥି ଯୋଗ ଦେବାକୁ ଥିବା ବେଳେ ଟ୍ରାଫିକ ବ୍ୟବସ୍ଥା ଠିକ୍‌ ରଖିବାକୁ ସେ ଚିଠି ଲେଖି ଜଣାଇଛନ୍ତି । ଲତାଙ୍କ ଚିଠି ପାଇବା ପରେ ଫେବୃଆରି ୧୦ ଏବଂ ଫେବୃଆରି ୧୨ଦିନ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି ତେନ୍ନେମ୍‌ପେଟ ଇନ୍ସପେକ୍ଟର କହିଛନ୍ତି ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.