ସାଉଥର ମଲ୍ଲାଇକା ଅରୋରାଙ୍କୁ ଦେଖିଛନ୍ତି !
ତେଲୁଗୁ ଫିଲ୍ମ ଦୁନିଆଁର ଆକ୍ଟର ହିନା ପାଞ୍ଚାଲ୍ଙ୍କ ଚେହେରା ଏକଦମ୍ ବଲିଉଡ଼୍ର ଜଣେ ଆଇଟମ୍ ଗର୍ଲଙ୍କ ସହିତ ମିଶିଯାଏ। ସେ ହେଲେ ମଲ୍ଲାଇକା ଅରୋରା।ଏଥିପାଇଁ ହିନାଙ୍କୁ ସାଉଥ୍ର ମଲ୍ଲାଇକା ବୋଲି କୁହାଯାଏ। ହିନା ଏଇ ନିକଟରେ ଏକ ଟପ୍ଲେସ୍ ଫଟୋ ସୁଟ୍ କରାଇଥିଲେ,ଯେଉଁଥିପାଇଁ ସେ ଚର୍ଚ୍ଚାରେ ରହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ମଲ୍ଲାଇକାଙ୍କ ଚେହେରା,ଲୁକ୍ ଓ ଷ୍ଟାଇଲ୍ ସହିତ ତାଙ୍କର ସମାନତା ଥିବା ହେତୁ ହିନା ନିଜକୁ ଭାଗ୍ୟବତୀ ମନେ କରୁଛନ୍ତି। ସେ କହିଛନ୍ତି ଯେ, ମଲ୍ଲାଇକା ଅରୋରାଙ୍କ ସହିତ ତାଙ୍କର ତୁଳନା କରାଯିବା ତାଙ୍କ ପାଇଁ ବଡ଼କଥା। ଫୋବର୍ସ ଇଣ୍ଡିଆର ଟପ୍ -୧୦୦ ସେଲିବ୍ରେଟି ତାଲିକାରେ ହିନାଙ୍କୁ ସ୍ଥାନ ମିଳିଥିଲା।
ହିନା ଏଯାବତ୍ ଦକ୍ଷିଣ ଭାରତର ବହୁ ସିନେମାରେ ଆଇଟମ୍ ନମ୍ବର କରି ସାରିଲେଣି।ତାଙ୍କର ଲୋକପ୍ରିୟ ଆଇଟମ୍ ନମ୍ବର ଭିତରେ ରହିଛି‘ମୋଲ୍ଲେଲମେଁ ହୁକ୍କା….’,ବେଓ୍ଵଡ଼ା ଟେଓ୍ଵଡ଼ା….,ବେବୋ ମୋ ବେବୋ….. ରାଜୁ ଓ ରାଜୁ….,ଟକମକ୍ …..ଓ ବଲମ୍ ବମ୍ବାଇ ଆଦି।
ହିନା ତେଲୁଗୁ ସିନେମା ବ୍ୟତୀତ କେତୋଟି ତାମିଲ ସିନେମାରେ ମଧ୍ୟ କାମ କରିଛନ୍ତି। ଏଥିମଧ୍ୟରେ ତିନ୍ ଖୁରାଫାତୀ,ଲାଇଫ୍ ମେଁ ଟ୍ଵିଷ୍ଟ ହେ,ଜଷ୍ଟ ଗମ୍ମଟ୍,ମିସ୍ ଟନକପୁର ହାଜିର ହୋ,ଲୋଡ଼େଡ଼୍,ରକ୍ତମଞ୍ଜରୀ,ଯାଗାବରୟିନମ୍ ବା କାକ୍କା ଓ ବାବୁଜୀ ଏକ ଟିକେଟ୍ ବମ୍ବାଇ ଆଦି ସିନେମା ରହିଛି।କିଛି ଦିନତଳେ ହିନା ଏକ କାର୍ଯ୍ୟକ୍ରମରେ ମଲ୍ଲାଇକା ଅରୋରାଙ୍କ ସହ ଗୋଟିଏ ମଞ୍ଚରେ ନଜର ଆସିଥିଲେ।