ଶ୍ରୀଦେବୀଙ୍କ ଅନ୍ତିମ ଦର୍ଶନ ପାଇଁ ମୁମ୍ବାଇ ସେଲିବ୍ରେସନ୍‌ କ୍ଲବ୍‌ରେ ବଲିଉଡ୍‌ କଳାକାରଙ୍କ ସୁଅ ଛୁଟିଲା

0 501

ମୁମ୍ବାଇ: ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟାଇ ଶେଷରେ ମଙ୍ଗଳବାର ସଂଧ୍ୟାରେ ଭାରତ ପହଞ୍ଚିଥିଲା ଅଭିନେତ୍ରୀ ଶ୍ରୀଦେବୀଙ୍କ ମର ଶରୀର। ଶ୍ରୀଦେବୀଙ୍କ ପାର୍ଥିବ ଶରୀରକୁ ଗ୍ରହଣ କରିବାକୁ ବୋନି କପୁରଙ୍କ ସାନ ଭାଇ ଅନୀଲ କପୁରଙ୍କ ସମେତ ବହୁ ବଲିଉଡ୍‌ ଷ୍ଟାର୍‌ ମୁମ୍ବାଇ ବିମାନ ବନ୍ଦରରେ ଉପସ୍ଥିତ ରହିଥିଲେ। ଶ୍ରୀଦେବୀଙ୍କ ମର ଶରୀରକୁ ଗତକାଲି ମୁମ୍ବାଇ ସ୍ଥିତ ତାଙ୍କ ବାସଭବନରେ ରଖାଯାଇଥିଲା। ବୁଧବାର ସକାଳୁ ପ୍ରଶଂସକ ଓ ପ୍ରିୟଜନଙ୍କ ଅନ୍ତିମ ଦର୍ଶନ ପାଇଁ ଶ୍ରୀଦେବୀଙ୍କ ପାର୍ଥିବ ଶରୀରକୁ ମୁମ୍ବାଇ ସେଲିବ୍ରେସନ୍‌ କ୍ଲବ୍‌କୁ ଅଣାଯାଇଛି। ଆଜି ଅପରାହ୍ନରେ ଅନ୍ତିମ ସଂସ୍କାର ହେବ ବୋଲି ସୂଚନା ରହିଛି। ସେଠାରେ ଏବେ ବହୁ ବଲିଉଡ୍‌ କଳାକାରଙ୍କୁ ଦେଖିବାକୁ ମିଳୁଛି। ଖାଲି ବଲିଉଡ୍‌ କଳାକାର ନୁହନ୍ତି, ସେଲିବ୍ରେସନ୍‌ କ୍ଲବ୍‌ ସାମ୍ନାରେ ଏବେ ହଜାର ହଜାର ଲୋକ ଭିଡ଼ ଦେଖିବାକୁ ମିଳୁଛି।

ସୂଚନା ଅନୁସାରେ, ସକାଳ ୮ଟାରୁ ୧୧ଟା ମଧ୍ୟରେ ଶ୍ରୀଦେୀବୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ପାଇଁ ପ୍ରଶଂସକମାନଙ୍କୁ ଅନୁମତି ରହିଛି। ତା’ପରେ ଅନ୍ତିମ ଯାତ୍ରା ଆରମ୍ଭ ହେବ। ପୁଲିସ୍‌ ଫୋର୍ସ ସେଲିବ୍ରେସନ୍‌ କ୍ଲବ୍‌ ସାମ୍ନାରେ ସୁରକ୍ଷା ସକାଶେ ନିୟୋଜିତ ହୋଇଛି। ଏବେ ସୁଦ୍ଧା ସେଲିବ୍ରେସନ୍‌ କ୍ଲବ୍‌ରେ ପହଞ୍ଚିଥିବା ବଲିଉଡ୍‌ କଳାକାରଙ୍କ ମଧ୍ୟରେ ଅଛନ୍ତି, ହେମା ମାଳିନୀ, ସଞ୍ଜୟ କପୁର୍‌, ଇଶା ଦେଓଲ୍‌, ଅକ୍ଷୟ ଖାନ୍ନା, ଫର୍‌ହା ଖାଁ, କରଣ ଜୋହାର, ତବୁ, ସୁବାଷ ଘାଇ, ଆଦିତ୍ୟ ଠାକ୍‌ରେ, ଶାହାରୁଖ୍‌ ଖାନ୍‌ ପ୍ରମୁଖ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.