ଅଭିନେତ୍ରୀ ଶ୍ରୀଙ୍କ ଖୁଲାସା: ଖ୍ୟାତନାମା ପ୍ରଯୋଜକଙ୍କ ପୁତ୍ର ମୋତେ ଦୁଷ୍କର୍ମ କରିଥିଲେ

ପ୍ରଯୋଜକ, ନିର୍ଦ୍ଦେଶକମାନଙ୍କ ପାଇଁ ଷ୍ଟୁଡିଓ ପାଲଟିଛି ବେଶ୍ୟାଳୟ

ନୂଆଦିଲ୍ଲୀ: ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି, ଟଲିଉଡ୍‌ର ଜନୈକା ଅଭିନେତ୍ରୀ ଶ୍ରୀ ରେଡ୍ଡି, ଗତ ସପ୍ତାହରେ ଟଲିଉଡ୍‌ରେ ଚାଲିଥିବା ‘କାଷ୍ଟିଂ କାଉଚ୍‌’ ତଥା ତାଙ୍କ ସହିତ ଘଟିଥିବା ଯୌନ ଶୋଷଣ ଓ ଯୌନ ନିର୍ଯାତନା ଘଟଣାର ପ୍ରତିବାଦ କରିବାକୁ ଯାଇ ହାଇଦ୍ରାବାଦସ୍ଥିତ ତେଲଗୁ ଫିଲ୍ମ ଚାମ୍ବର ଅଫ୍‌ କମର୍ସ କାର୍ଯ୍ୟାଳୟ ସମ୍ମୁଖରେ ନଗ୍ନ ପ୍ରତିବାଦ କରିବା ଘଟଣା ସମଗ୍ର ଦେଶରେ ଚର୍ଚ୍ଚା ଓ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ତେବେ, ଏହି ଘଟଣା ପରେ ଟଲିଉଡ୍‌ର ମୁଭି ଆର୍ଟିଷ୍ଟସ୍‌ ଆସୋସିଏସନ୍‌ (ଏମ୍‌ଏଏ) ଶ୍ରୀ ଙ୍କ ସଦସ୍ୟତା ରଦ୍ଦ କରିବା ସହ ତାଙ୍କୁ ଅଭିନୟରୁ ବାସନ୍ଦ କରିବା ସହ ଭବିଷ୍ୟତରେ ଯଦି କୌଣସି କଳାକାର ଶ୍ରୀଙ୍କ ସହ ଅଭିନୟ କରନ୍ତି, ତେବେ ତାଙ୍କୁ ମଧ୍ୟ ସାରାଜୀବନ ପାଇଁ ବାସନ୍ଦ କରାଯିବ ବୋଲି ଧମକ ଦେଇଛି।

ତେବେ, ମୁଭି ଆର୍ଟିଷ୍ଟସ୍‌ ଆସୋସିଏସନ୍‌ (ଏମ୍‌ଏଏ)ର ଏ ପ୍ରକାରର ଧମକ ବା ଫତଓ୍ଵାରେ ଆଦୌ ଡରି ଯାଇନାହାନ୍ତି ଅଭିନେତ୍ରୀ ଶ୍ରୀ। ନୂଆଦିଲ୍ଳୀରୁ ପ୍ରକାଶିତ ଏକ ଜାତୀୟ ସ୍ତରର ସଂଭ୍ରାନ୍ତ ନ୍ୟୁଜ୍‌ ମ୍ୟାଗାଜିନ୍‌ ‘ଇଣ୍ଡିଆ ଟୁୁଡେ’କୁ ଏକ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ଟଲିଉଡ୍‌ରେ ଚାଲିଥିବା ‘କାଷ୍ଟିଂ କାଉଚ୍‌’ ତଥା ଯୌନ ଶୋଷଣ ଓ ଯୌନ ନିର୍ଯାତନା ଘଟଣା ସଂପର୍କରେ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି।

ଖ୍ୟାତନାମା ପ୍ରଯୋଜକଙ୍କ ପୁତ୍ର ମୋତେ ଦୁଷ୍କର୍ମ କରିଥିଲେ।
‘ଜଣେ ଖ୍ୟାତନାମା ପ୍ରଯୋଜକଙ୍କ ପୁତ୍ର ଯୌନ ନିର୍ଯାତନା ଦେବା ସହ ଏକ ସରକାରୀ ପରିଚାଳନାଧୀନ ଷ୍ଟୁଡିଓ ଭିତରେ ମୋତେ ଦୁଷ୍କର୍ମ କରିଥିଲେ’, ବୋଲି କହିଛନ୍ତି ଶ୍ରୀ। ‘ଏକ ଚଳଚ୍ଚିତ୍ର ସଂପର୍କରେ ଆଲୋଚନା କରିବା ପାଇଁ ସେ ମୋତେ ସେଇ ଷ୍ଟୁଡିଓ ଡାକିଥିଲେ। ମୁଁ ସେଠାରେ ପହଞ୍ଚିବା ପରେ ସେ ମୋତେ ଷ୍ଟୁଡିଓ ଭିତରେ ବଳପୂର୍ବକ ଦୁଷ୍କର୍ମ କରିଥିଲେ। ଘଟଣାର ସବୁ ପ୍ରମାଣ ମୋ ପାଖରେ ଅଛି। ଏପରିିକି ଫଟୋ ସୁଦ୍ଧା ରଖିଛି। ଠିକ୍‌ ସମୟରେ ସମସ୍ତ ତଥ୍ୟ ପ୍ରମାଣ ସହ ତାଙ୍କ ନାମ ସର୍ବ ସାଧାରଣରେ ପ୍ରକାଶ କରିବି’ ବୋଲି ମଧ୍ୟ ସେ କହିଛନ୍ତି।

ପ୍ରଯୋଜକ, ନିର୍ଦ୍ଦେଶକମାନଙ୍କ ପାଇଁ ଷ୍ଟୁଡିଓ ପାଲଟିଛି ବେଶ୍ୟାଳୟ।
ଟଲିଉଡ୍‌ର ଚଳଚ୍ଚିତ୍ର ଷ୍ଟୁଡିଓଗୁଡ଼ିକ ସଂପର୍କରେ ଶ୍ରୀ ଯେଉଁ ଖୁଲାସା କରିଛନ୍ତି, ତାହା ବାସ୍ତବିକ ଚିନ୍ତାଜନକ। ସେ କହିଛନ୍ତି, ‘ବଡ଼ ବଡ଼ ପ୍ରଯୋଜକ, ନିର୍ଦ୍ଦେଶକ ଓ ଅଭିନେତାମାନଙ୍କ ପାଇଁ ଷ୍ଟୁଡିଓ ହେଉଛି ନିରାପଦ ବେଶ୍ୟାଳୟ। ଏମାନେ ସମସ୍ତେ ଷ୍ଟୁଡିଓକୁ ଏକ ନିରାପଦ ରେଡ୍‌ ଲାଇଟ୍‌ ଏରିଆ ଭାବେ ବିବେଚନା କରନ୍ତି। କାରଣ, ଷ୍ଟୁଡିଓ ଭିତରକୁ ପ୍ରବେଶ ପାଇଁ କାହାରି ନିକଟରେ ଅନୁମତି ନଥାଏ। ପୁଣି, ପୋଲିସ୍‌ ମଧ୍ୟ ଷ୍ଟୁଡିଓ ଭିତରକୁ ସାହସ କରି ନଥାନ୍ତି ଏବଂ ଷ୍ଟୁଡିଓ ଭିତରେ ଘଟୁଥିବା ଘଟଣା ଅଘଟଣାକୁ ସରକାର ମଧ୍ୟ ନଜରଅନ୍ଦାଜ କରିଦେଇ ଥାଆନ୍ତି।

ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରରେ ଉତ୍ତର ଭାରତର ଅଭିନେତ୍ରୀମାନେ ସ୍ଥାନ ପାଉଛନ୍ତି କାରଣ ସେମାନେ ଶଯ୍ୟା ସଙ୍ଗିନୀ ସାଜିବାକୁ କୁଣ୍ଠାବୋଧ କରୁ ନାହାନ୍ତି।

ଆଉ ଏକ ସଙ୍ଗୀନ୍‌ ଅଭିଯୋଗ ଆଣି ଶ୍ରୀ କହିଛନ୍ତି, ‘ବିଗତ ୧୦- ୧୫ ବର୍ଷ ଧରି ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରରେ ଉତ୍ତର ଭାରତ ଏବଂ ଅନ୍ୟାନ୍ୟ ରାଜ୍ୟର ଅଭିନେତ୍ରୀମାନେ ବହୁଳ ଭାବେ ସ୍ଥାନ ପାଉଥିବା ବେଳେ ସ୍ଥାନୀୟ ବା ଆଞ୍ଚଳିକ ଅଭିନେତ୍ରୀମାନେ ଅଭିନୟ ପାଇଁ ସୁଯୋଗ ପାଇପାରୁ ନାହାନ୍ତି। ଏହାର ଏକମାତ୍ର କାରଣ ହେଲା, ସେମାନେ ଶଯ୍ୟା ସଙ୍ଗିନୀ ସାଜିବାକୁ କୁଣ୍ଠାବୋଧ କରୁ ନାହାନ୍ତି। ଆଉ ବଡ଼ ବଡ଼ ପ୍ରଯୋଜକ, ନିର୍ଦ୍ଦେଶକ ଓ ଅଭିନେତାମାନଙ୍କ ପାଇଁ ଅଭିନୟରେ ଦକ୍ଷତା ନୁହେଁ ବରଂ ଶଯ୍ୟା ସଙ୍ଗିନୀ ସାଜିବା ପାଇଁ ଦକ୍ଷତା ଥିବା ନିତାନ୍ତ ଜରୁରୀ। ଖାଲି ସେମାନଙ୍କ ଶଯ୍ୟା ସଙ୍ଗିନୀ ନୁହେଁ ସେମାନଙ୍କ ଫାଇନାନ୍‌ସର, ରାଜନେତାଙ୍କ ଠାରୁ ଆରମ୍ଭ କରି ସମସ୍ତଙ୍କର ଯେଉଁମାନଙ୍କ ଠାରୁ ସେମାନଙ୍କ କାମ ଆଦାୟ କରିବାର ଅଛି। ସତେଯେପରି ଆମେ ସବୁ ଏକ ଯୌନ କଣ୍ଢେଇ!
ମୁହଁ ବନ୍ଦ ରଖିବା ପାଇଁ ମୋତେ ପ୍ରଚୁର ଅର୍ଥ ଯଚା ଯାଇଥିଲା।
ଶ୍ରୀ କହିଛନ୍ତି ଯେ ଯେତେବେଳେ ମୁଁ ହାଇଦ୍ରାବାଦସ୍ଥିତ ତେଲଗୁ ଫିଲ୍ମ ଚାମ୍ବର ଅଫ୍‌ କମର୍ସ କାର୍ଯ୍ୟାଳୟରେ ଏସଂପର୍କରେ ଅଭିଯୋଗ କରିବାକୁ ସ୍ଥିର କଲି ସେତେବେଳେ ମୋତେ ମୁଭି ଆର୍ଟିଷ୍ଟସ୍‌ ଆସୋସିଏସନ୍‌ (ଏମ୍‌ଏଏ) ପକ୍ଷରୁ କୋଟିଏ ଟଙ୍କା ଯଚା ଯାଇ ଚୁପ୍‌ ରହିବାକୁ ଅନୁରୋଧ କରାଯାଇଥିଲା। କିନ୍ତୁ, ମୁଁ ମୋ ପାଇଁ ନୁହେଁ ମୋ ପରି ଯୌନ ଶିକାର ହେଉଥିବା ଅନ୍ୟମାନଙ୍କ ପାଇଁ ମୁହଁ ଖୋଲିବାକୁ ନିଷ୍ପତ୍ତି ନେଲି।

ସମ୍ବନ୍ଧିତ ଖବର