ବିବାହିତ ପୁରୁଷକୁ ବିବାହ କରିବେ ନାହିଁ ବୋଲି ନିଷ୍ପତ୍ତି ନେଇଥିଲେ, କିନ୍ତୁ ଶେଷରେ ଏହି କାରଣ ପାଇଁ ବୋନି କପୁରଙ୍କୁ ବିବାହ କରିଥିଲେ ଶ୍ରୀଦେବୀ

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ଶ୍ରୀଦେବୀ ଓ ପ୍ରଯୋଜକ ବୋନି କପୁରଙ୍କ ବିବାହ ବଲିଉଡ୍‌ର ସବୁଠାରୁ ଚର୍ଚ୍ଚିତ ଏବଂ ବିବାଦୀୟ ବିବାହ ଥିଲା । ପ୍ରଥମ ପତ୍ନୀ ଥାଉ ଥାଉ ବୋନି କପୁର ଶ୍ରୀଦେବୀଙ୍କୁ ବିବାହ କରିଥିଲେ । ଏମିତି ବି ଚର୍ଚ୍ଚା ହୁଏ କି, ବିବାହ ପୂର୍ବରୁ ଶ୍ରୀଦେବୀ ଗର୍ଭବତୀ ଥିଲେ । ଏହା ପରେ ପ୍ରଥମ ପତ୍ନୀ ମୋନାଙ୍କୁ ଛାଡ଼ପତ୍ର ଦେଇ ଦ୍ୱିତୀୟ ବିବାହ କରି ନେଇଥିଲେ ବୋନି କପୁର । କିନ୍ତୁ ପ୍ରଥମେ ଶ୍ରୀଦେବୀ ବିବାହିତ ପୁରୁଷଙ୍କୁ ବିବାହ କରିବାକୁ ଚାହୁଁ ନ ଥିଲେ ବୋଲି ଜଣାପଡ଼ିଛି ।

boney kapoor
amarujala.com

ସୂଚନା ମୁତାବକ, ୧୯୮୪ରେ ଜିତେନ୍ଦ୍ରଙ୍କ ସହ ଶ୍ରୀଦେବୀଙ୍କ ସଂପର୍କ ଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ ଏ ନେଇ ସ୍ପଷ୍ଟିକରଣ ଦେଇ ଶ୍ରୀଦେବୀ କହିଥଲେ, ଜିତେନ୍ଦ୍ର ବହୁତ ଭଲ । ସୁଟିଂର ପ୍ରଥମ ଦିନରୁ ହିଁ ସେ ମୋତେ ସାହାଯ୍ୟ କରିଛନ୍ତି । କିନ୍ତୁ ମୁଁ କେବେ ବି ବିବାହିତ ପୁରୁଷଙ୍କୁ ବିବାହ କରିବି ନାହିଁ । ମୁଁ ଯେଉଁଠୁ ଆସିଛି, ସେଠାରେ ଦ୍ୱିତୀୟ ପତ୍ନୀ ହେବା ଭଳି କୌଣସି ପ୍ରଥା ନାହିଁ  । କିନ୍ତୁ ପରେ ‘ମିଷ୍ଟର ଇଣ୍ଡିଆ’ର ସୁଟିଂ ସମୟରେ ସେ ବୋନି କପୁରଙ୍କ ସଂପର୍କରେ ଆସିଥିଲେ । ଏହା ପରେ ପରେ ଶ୍ରୀଦେବୀଙ୍କ ମା’ ରୋଗଗ୍ରସ୍ତ ହୋଇ ପରେ ନିଧନ ହେବା ସମୟରେ ଦୁହେଁ ପରସ୍ପରର ନିକଟତର ହେବା ସହ ଦୁହିଁଙ୍କ ମଧ୍ୟରେ ପ୍ରେମ ହୋଇଥିଲା, ଯାହା ପରେ ଦୁହେଁ ବିବାହ କରି ନେଇଥିଲେ ।

ସମ୍ବନ୍ଧିତ ଖବର