ପୁଣି ଥରେ ଭାଇରାଲ ହେଲା ଶ୍ରୀଦେବୀଙ୍କ ଭିଡିଓ : ଝିଅ ଜାହ୍ନବୀଙ୍କ ହିନ୍ଦୀ କହିବା ଶୈଳୀକୁ ଥଟ୍ଟା କରୁଥିଲେ ମା’

ମୁମ୍ବାଇ : ବଲିଉଡର ପ୍ରଥମ ମହିଳା ସୁପରଷ୍ଟାର ଶ୍ରୀଦେବୀଙ୍କ ମୃତ୍ୟୁ ପ୍ରାୟ ଦୁଇ ମାସ ହୋଇ ଗଲାଣି । କିନ୍ତୁ ଏବେ ମଧ୍ୟ ତାଙ୍କୁ କୌଣସି ନା କୌଣସି ବାହାନାରେ ଲୋକେ ମନେ ପକାଉଛନ୍ତି । ଏବେ ତାଙ୍କର ଏକ ପୁରୁଣା ଭିଡ଼ିଓ ସାମ୍ନାକୁ ଆସିଛି ଯେଉଁଥିରେ ସେ ଏବଂ ତାଙ୍କ ବଡ଼ ଝିଅ ଜାହ୍ନବୀ ନଜର ଆସୁଛନ୍ତି । ଜାହ୍ନବୀଙ୍କୁ ହିନ୍ଦୀ କରିବାରେ ଅସୁବିଧା ହେଉଥିବାରୁ ସେ ତାଙ୍କୁ ଥଟ୍ଟା କରୁଥିବା ଦେଖିବାକୁ ମିଳିଛି । ଜାହ୍ନବୀ ଫିଲ୍ମ ଧଡ଼କ ଜରିଆରେ ବଲିଉଡ଼ରେ ପ୍ରବେଶ କରିବାକୁ ଯାଉଥିବା ବେଳେ ହିନ୍ଦୀ ଭାଷାକୁ ଭଲ ଭାବରେ କହିବା ପାଇଁ ଚେଷ୍ଟା କରୁଥିବା ଜଣା ପଡ଼ିଛି ।

The Indian Express

ଏହି ଭିଡ଼ିଓରେ ତାଙ୍କ ହିନ୍ଦୀ କେତେ ଖରାପ ତାହା ସ୍ପଷ୍ଟ ବାରି ହୋଇ ପଡ଼ୁଛି । ଜାହ୍ନବୀଙ୍କୁ ଫିଲ୍ମ ସଂପର୍କିତ କିଛି ପ୍ରଶ୍ନ ପଚରାଯାଇଥିବା ବେଳେ ସେ ଏହାର ଜବାବ ହିନ୍ଦୀରେ ଦେବା ପାଇଁ ଚେଷ୍ଟା କରିଥିଲେ । ଏହି ସମୟରେ ଶ୍ରୀଦେବୀ ଜାହ୍ନବୀଙ୍କୁ ଥଟ୍ଟା କରିଥିବା ବେଳେ ସେଠାରେ ଉପସ୍ଥିତ ଥିବା ଲୋକ ହସିବାକୁ ଲାଗିଥିଲେ । ଶ୍ରୀଦେବୀଙ୍କ ମୃତ୍ୟୁ ପରେ ତାଙ୍କ ସହ ଜଡ଼ିତ ଏମିତି ଅନେକ ଭିଡ଼ିଓ ସାମ୍ନାକୁ ଆସିଛି ।

ସୂଚନା ମୁତାବକ, ଶ୍ରୀଦେବୀଙ୍କ ବିୟୋଗ ପରେ ସ୍ୱାମୀ ବୋନି କପୁର ତାଙ୍କୁ ନେଇ ଏକ ଡ଼କ୍ୟୁମେଣ୍ଟାରି ଫିଲ୍ମ ତିଆରି କରିବେ ବୋଲି ଜଣା ପଡ଼ିଛି । ଏହି ଫିଲ୍ମ ପାଇଁ ତିନୋଟି ଟାଇଟଲ ବଛା ଯାଇଥିବା ବେଳେ କେଉଁଟି ରଖାଯିବ ତାହା ସ୍ଥିର ହୋଇ ନାହିଁ ।

ସମ୍ବନ୍ଧିତ ଖବର