ଚୁମ୍ବନ ଦରକାର ବୋଲି ଶ୍ରୀବେଦୀଙ୍କ ବଡ଼ ଝିଅ ଜାହ୍ଵବୀ କାହାକୁ କହିଲେ ଜାଣନ୍ତୁ

0 1,104

ନୂଆଦିଲ୍ଲୀ: ସ୍ୱର୍ଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ଦୁଇଝିଅ ଜାହ୍ଵବୀ ଓ ଖୁସି କପୁର ସିନେମା ଇଣ୍ଡଷ୍ଟ୍ରିରେ ସବୁଠାରୁ ପପୁଲାର୍‌ ଷ୍ଟାର ଡଟର୍ସ ନାମରେ ପରିଚିତ। ଏତଦ୍‌ବ୍ୟତୀତ ଜାହ୍ଵବୀ ଓ ଖୁସିକୁ ସେମାନଙ୍କ ଷ୍ଟାଇଲିଷ୍ଟ ଅନ୍ଦାଜ ପାଇଁ ବି ଲୋକମାନେ ବେଶ୍‌ ପସନ୍ଦ କରି ଆସିଛନ୍ତି। ଶ୍ରୀଦେବୀଙ୍କ ବଡ଼ ଝିଅ ଜାହ୍ଵବୀ ଏବେ ତାଙ୍କ ଡେବ୍ୟୁ ସିନେମା ‘ଧଡକ’ର ପୋଷ୍ଟ ପ୍ରାଡକ୍‌ସନ୍‌ରେ ବ୍ୟସ୍ତ ଅଛନ୍ତି। ନିକଟରେ ଜାହ୍ଵବୀ ଭଗ୍ୟୁ ମାଗାଜିନ୍‌ ପାଇଁ ବି ଫଟୋ ସୁଟ୍‌ କରିଥିଲେ। ଏଇକିଛି ଦିନ ହେବ ତାଙ୍କର ଏକ ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ଜାହ୍ଵବୀ ଓ ଖୁସି ଖୁବ୍‌ ମଜା କରୁଥିବାର ଦେଖିବାକୁ ମିଳୁଛି।

ଭିଡିଓରେ ଜାହ୍ଵବୀ କହୁଛନ୍ତି, ସାଙ୍ଗମାନେ ତୁମ ପାଇଁ ଏକ ସରପ୍ରାଇଜ ଅଛି। ଏହାପରେ ତାଙ୍କ ପଛରେ ଖୁସି କପୁର ଆସି ଯାଉଛନ୍ତି। ଯାହାକୁ ଦେଖି ଜାହ୍ଵବୀ ଖୁସି ହୋଇ ସାନ ଭଉଣୀକୁ ଚୁମ୍ବନ ଦେବାକୁ କହୁଛନ୍ତି। ଭିଡିଓରେ ଦୁଇ ଭଉଣୀଙ୍କ ସ୍ନେହ ଭରା ସମ୍ପର୍କକୁ ସ୍ପଷ୍ଟ ଭାବେ ବାରି ହୋଇପଡ଼ୁଛି।

ଭଗ୍ୟୁ ମାଗାଜିନ୍‌ରେ ଜାହ୍ଵବୀ ସ୍ୱୀକାର କରିଛନ୍ତି କି, ଖୁସି ତାଙ୍କ ମାଆ ଭଳି ତାଙ୍କର ଯତ୍ନ ନେଉଛନ୍ତି। ଗତବର୍ଷ ଶ୍ରୀଦେବୀ ଦେଇଥିବା ଇଣ୍ଟରଭ୍ୟୁରେ କହିଥିଲେ, ତାଙ୍କର ସାନ ଝିଅ ଖୁସି ଏବେ ପରିବାର ସମ୍ଭାଳିବା ପାଇଁ ସମ୍ପୂର୍ଣ୍ଣ ଭାବେ ସକ୍ଷମ। କିନ୍ତୁ ଜାହ୍ଵବୀଙ୍କୁ ସବୁବେଳେ ଦେଖାଚାହାଁ କରିବାକୁ ଦରକାର ପଡେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.