ଶ୍ରୀଦେବୀଙ୍କ ପ୍ରଥମ ମୃତ୍ୟୁ ବାର୍ଷିକୀରେ ତାଙ୍କର ଏହି ଖାସ୍‌ ଜିନିଷକୁ ନିଲାମ କରିବାକୁ ଯାଉଛନ୍ତି ବୋନି କପୁର, ୪୦ହଜାରରୁ ନିଲାମ ଆରମ୍ଭ

ମୁମ୍ବାଇ : ଗତବର୍ଷ ଫେବୃଆରୀ ୨୪ ତାରିଖରେ ବଲିଉଡ୍‌ର ପ୍ରଥମ ମହିଳା ସୁପର୍‌ଷ୍ଟାର୍‌ ଶ୍ରୀଦେବୀଙ୍କ ମୃତ୍ୟୁ ସମସ୍ତଙ୍କୁ ଶକ୍ତ ଧକ୍କା ଦେଇଥିଲା । ଦୁବାଇକୁ ଏକ ବିବାହ ଭୋଜିରେ ଯୋଗ ଦେବା ପାଇଁ ଯାଇଥିବା ବେଳେ ବାଥ୍‌ ଟବ୍‌ରେ ବୁଡ଼ି ତାଙ୍କର ମୃତ୍ୟୁ ହୋଇଥିଲା । ଆସନ୍ତାକାଲି ତାଙ୍କ ପରଲୋକକୁ ବର୍ଷେ ପୂରିବାକୁ ଯାଉଥିବା ବେଳେ ଶ୍ରୀଦେବୀଙ୍କ ସ୍ୱାମୀ ବୋନି କପୁର ଏକ ଖାସ୍‌ କାମ କରିବାକୁ ଯାଉଛନ୍ତି । ତାଙ୍କର ପ୍ରଥମ ମୃତ୍ୟୁ ବାର୍ଷିକୀରେ ସେ ଶ୍ରୀଦେବୀଙ୍କ ଏକ ଖାସ୍‌ ଜିନିଷର ନିଲାମ କରିବେ ବୋଲି ଘୋଷଣା କରିଛନ୍ତି । ନିଲାମ ପରେ ଯେଉଁ ଟଙ୍କା ଆସିବ, ସେ ଟଙ୍କାକୁ ସେ ଗରିବ ଲୋକମାନଙ୍କୁ ଦାନ କରିବେ ବୋଲି ଜାଣିବାକୁ ମିଳିଛି।

ସୂଚନା ମୁତାବକ, ବୋନି କପୁର ଶ୍ରୀଦେବୀଙ୍କ ମନ ପସନ୍ଦର ଏକ ଶାଢ଼ି ନିଲାମ କରିବେ ବୋଲି ପ୍ରକାଶ କରିଛନ୍ତି। ପରିସେରା ନାମକ ଏକ ଓଏବ୍‌ସାଇଟ୍‌ରେ ଶ୍ରୀଦେବୀ ଶାଢ଼ିର ନିଲାମ ଆରମ୍ଭ ହୋଇ ଯାଇଛି । ଲୋକେ ଏବେ ଶାଢ଼ିର ଦାମ୍‌ ଲଗାଇବା ଆରମ୍ଭ କରିଛନ୍ତି । ୪୦ହଜାରରୁ ଶାଢ଼ିର ଦାମ୍‌ ଆରମ୍ଭ ହୋଇଥିବା ବେଳେ ଏବେ ଏହା ୧,୩୦,୦୦୦ଟଙ୍କାରେ ପହଞ୍ଚି ସାରିଲାଣି। ଦେଖିବାକୁ ବାକି ରହିଲା ଚାନ୍ଦିନୀଙ୍କ ଶାଢ଼ିର ନିଲାମ ଶେଷରେ କେତେ ଟଙ୍କାରେ ଛିଡୁଛି!

ସମ୍ବନ୍ଧିତ ଖବର