‘ଇଂଲିଶ ଭିଂଲିସ-୨’ରେ ଆସୁଛନ୍ତି ଶ୍ରୀଦେବୀ

ମୁମ୍ବାଇ: ଏଇ କିଛି ଦିନ ହେବ ଅଭିନେତ୍ରୀ ଶ୍ରୀଦେବୀ ଏବଂ ତାଙ୍କ ଝିଅ ଜାହ୍ନବୀ ବହୁ ଚର୍ଚ୍ଚାରେ ଅଛନ୍ତି । ଝିଅ ଜାହ୍ନବୀଙ୍କର ଡ଼େବ୍ୟୁ ଚଳଚ୍ଚିତ୍ର ‘ଧଡ଼କ’ ଆସିବାକୁ ଥିବା ବେଳେ ‘ଇଂଲିଶ–ଭିଂଲିସ୍‌’ର ସିକ୍ୱେଲରେ ଅଭିନୟ କରିବାକୁ ପାଇଁ ରାଜି ହୋଇଛନ୍ତି ଶ୍ରୀଦେବୀ ।

ସୂଚନା ଅନୁଯାୟୀ, ‘ଇଂଲିଶ ଭିଂଲିସ-୨’ ପାଇଁ ନିର୍ଦ୍ଦେଶକ ଗୌରୀ ସିନ୍ଦେ ଶ୍ରୀଦେବୀଙ୍କୁ ଅଫର କରିଥିଲେ ଏବଂ ତାଙ୍କୁ ଏହାର କାହାଣୀ  ତାଙ୍କୁ ବହୁତ ଭଲ ଲାଗିଥିବା ବେଳେ ଖୁବ ଶୀଘ୍ର ଚଳଚ୍ଚିତ୍ରଟିର କାମ ଆରମ୍ଭ ହେବାକୁ ଯାଉଛି। ୨୦୧୨ ମସିହାରେ ଏହାର ପ୍ରଥମ ସଂସ୍କରଣ ‘ଇଂଲିଶ ଭିଂଲିସ’ ଆସିଥିଲା । ଏଥିରେ ଶ୍ରୀଦେବୀଙ୍କ ଚରିତ୍ର ଦର୍ଶକଙ୍କୁ ବହୁ ଆକୃଷ୍ଟ କରିବା ସହ ତାଙ୍କ ଅଭିନୟ ପାଇଁ ସେ ବହୁ ପୁରସ୍କାର ମଧ୍ୟ ପାଇଥିଲେ। ଏହି ଚଳଚ୍ଚିତ୍ରଟିରେ ସେ ଏପରି ଜଣେ ଗୃହିଣୀର ଭୂମିକା ତୁଲେଇଥିଲେ, ଯାହାଙ୍କୁ ଇଂରାଜୀ ଜଣା ନ ଥିଲା। ଏହା ପାଇଁ ପରିବାର ଦ୍ୱାରା ସେ ହୋଇଥିଲେ ଅଣଦେଖା। ପରେ ସେ ଇଂରାଜୀ ଶିଖି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ସହ ଇାଂରଜୀ ଭାଷା ଦ୍ୱାରା କାହାର ଚରିତ୍ର ଜଣାପଡ଼ି ନଥାଏ ବୋଲି ପ୍ରମାଣିତ କରିଥିଲେ। ଏହି ଚଳଚ୍ଚିତ୍ର ଦ୍ୱାରା ବଲିଉଡକୁ କମ୍‌ବ୍ୟାକ କରିଥିଲେ ଶ୍ରୀଦେବୀ ।

ତେବେ ଏହାର ସିକ୍ୱେଲ ‘ଇଂଲିଶ ଭିଂଲିସ-୨’ର କାହାଣୀ ସମାକୁ ଅନୁପ୍ରାଣିତ କରିବା ଭଳି ବୋଲି କହିଛନ୍ତି ନିର୍ଦ୍ଦେଶକ ଗୌରୀ ସିନ୍ଦେ।

ସମ୍ବନ୍ଧିତ ଖବର