ଝିଅକୁ ଗାଳି ଦେଉଛନ୍ତି ମାଆ ଶ୍ରୀଦେବୀ, ଭିଡିଓ ହେଲା ଭାଇରାଲ

ନୂଆଦିଲ୍ଲୀ: ବଲିଉଡ୍‌ ସୁପରଷ୍ଟାର ଶ୍ରୀଦେବୀଙ୍କ ତାଙ୍କ ଦୁଇ ଝିଅଙ୍କ ସହିତ ମାଆ ଅପେକ୍ଷା ସାଙ୍ଗ ଭାବେ ରହିବାକୁ ଅଧିକ ଭଲ ପାଆନ୍ତି। ଶ୍ରୀଦେବୀଙ୍କ ମୃତ୍ୟୁ ପରେ ତାଙ୍କର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏବେ ଶ୍ରୀଦେବୀଙ୍କ ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ସେ ତାଙ୍କ ସାନ ଝିଅ ଖୁସି କପୁରଙ୍କୁ ଗାଳି ଦେଉଥିବାର ଦେଖିବାକୁ ମିଳୁଛି। ଏହା ପୂର୍ବରୁ ଶ୍ରୀଦେବୀ ଝିଅ ଜାହ୍ଵବୀଙ୍କ ହିନ୍ଦୀ କହିବାର ମଜାକ ଉଡାଉ ଥିବାର ଭିଡିଓ ବି ଦେଖିବାକୁ ମିଳିଥିଲା।

ସୋସିଆଲ ମିଡିଆରେ ଖୁସି କପୁରଙ୍କ ଫ୍ୟାନ୍‌ ଖୁସି କପୁର ଓ୍ଵଲର୍ଡ ନାମକ ଜଣେ ଫ୍ୟାନ୍‌ ଏହାକୁ ପୋଷ୍ଟ କରିଛନ୍ତି। ଭିଡିଓ ଦେଖି ଅନୁମାନ ଲାଗାଯାଉଛି କି, ଏହା କୌଣସି ସାକ୍ଷାତକାର କିମ୍ବା ସୁଟିଂ ସମୟ। ଏତିକି ବେଳେ ଖୁସି ହଠାତ୍‌ ଆସି ମାଆ ଶ୍ରୀଦେବୀଙ୍କୁ କ’ଣ କହିବାରେ ଲାଗୁଛନ୍ତି। ଶ୍ରୀଦେବୀ ଏଥିରେ ଡିସ୍‌ଟର୍ବ ହୋଇଯାଉଛନ୍ତି। ଖୁବ୍‌ ଶ୍ରଦ୍ଧାରେ ଝିଅକୁ ଗାଳି ଦେଇ କହୁଛନ୍ତି, ଖୁସି ପ୍ଲିଜ ଯାଅ ଓ ସେଠାରେ ଯାଇ ବସ। ଏହି ଭିଡିଓରେ ଶ୍ରୀଦେବୀ ସହିତ ଜଣେ ମହିଳା ଥିବା ବି ଦେଖିବାକୁ ମିଳୁଛି।

Yeesss my baby girl ?✨?? @khushi05k #kkwvideo

A post shared by Khushi Kapoor (fc) (@khushikapoorworld) on

 

ସମ୍ବନ୍ଧିତ ଖବର