ଝିଅ ଜାହ୍ନବୀଙ୍କ ମାଆ ଭୂମିକାରେ ଶ୍ରୀଦେବୀ !

ମୁମ୍ବାଇ: ବଲିଉଡର ଲୋକପ୍ରିୟ ପ୍ରଯୋଜକ ବୋନି କପୁର ଏବଂ ଅଭିନେତ୍ରୀ ଶ୍ରୀଦେବୀଙ୍କ କନ୍ୟା ଜାହ୍ନବୀ କପୁରଙ୍କ ଡେବ୍ୟୁ ମୁଭିର ଟାଇଟଲ ହେଲା ‘ଧଡ଼କ୍‌’। କରଣ ଜୋହର ଏହାର ନିର୍ମାତା ଏବଂ ଶଶାଙ୍କ ଖୈତାନ୍‌ ଏହାର ନିର୍ଦ୍ଦେଶକ। ଏହି ରୋମାଣ୍ଟିକ୍‌ ସିନେମା ହେଉଛି ବ୍ଲକବଷ୍ଟର ମରାଠୀ ସିନେମା ‘ସୈରାତ୍‌’ର ରିମେକ୍‌। ଏଥିରେ ଇଶାନ୍‌ ଖଟ୍ଟରଙ୍କ ବିପକ୍ଷରେ ଅଛନ୍ତି ଜାହ୍ନବୀ କପୁର ।

‘ଧଡ଼କ୍‌’ ସଂପର୍କରେ ଆଉ ଏକ ରୋଚକ କଥା ସାମ୍ନାକୁ ଆସିଛି। ଶୁଣିବାକୁ ମିଳୁଛି ଯେ ଏଥିରେ ଶ୍ରୀଦେବୀ ଝିଅ ଜାହ୍ନବୀଙ୍କ ପ୍ରଥମ ସିନେମାରେ ବି ମାଆ ଭୂମିକା ନିଭାଇବେ। କୁହାଯାଉଛି ଯେ ଏହି ସିନେମାରେ ନାୟିକାର ମାଆ ଚରିତ୍ରଟି ଖୁବ୍‌ ସଂକ୍ଷିପ୍ତ ହେଲେ ତାହା କାହାଣୀର ଏକ ମୁଖ୍ୟ ପାତ୍ର। ନିଜେ ନିର୍ଦ୍ଦେଶକ ଶ୍ରୀଦେବୀଙ୍କୁ ଉକ୍ତ ଭୂମିକା ନିଭାଇବାଲାଗି ଅନୁରୋଧ କରିଛନ୍ତି । ତେବେ ଶ୍ରୀଦେବୀ ଏଯାବତ୍‌ କୌଣସି ନିଷ୍ପତ୍ତି ନେଇନାହାନ୍ତି।

ସମ୍ବନ୍ଧିତ ଖବର