ଶ୍ରୀଦେବୀଙ୍କର ଅନ୍ତିମ ଇଚ୍ଛା ପୂରଣଲାଗି ପରିବାର ପକ୍ଷରୁ ଚାଲିଛି ପ୍ରସ୍ତୁତି
ମୁମ୍ବାଇ: ବଲିଉଡ ଡିଭା ଶ୍ରୀଦେବୀ ଚାହୁଁଥିଲେ ଯେ ସେ ଯେବେ ବି ମରିବେ ତାଙ୍କର ଶବଧାରରେ କେବଳ ଧଳା ଫୁଲରେ ସଜାଯିବ । ସେ ନିଜର ଜୀବିତାବସ୍ଥାରେ ବି ଏକଥା କେତେ ଥର ସାକ୍ଷାତକାରରେ କହିଥିଲେ। ଶ୍ରୀଦେବୀଙ୍କର ପ୍ରିୟ ରଙ୍ଗ ଧଳା ଥିଲା। ଏଣୁ ତାଙ୍କୁ ଅଧିକାଂଶ ସିନେମାରେ ଧଳା ଶାଢ଼ିରେ ଦେଖିବାକୁ ମିଳିଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ସେ ରୋମାଣ୍ଟିକ୍ ସିନ ଏବଂ ଗୀତ ଦୃଶ୍ୟରେ ବି ଧଳା ଶାଢ଼ି ବା ସେହି ରଙ୍ଗର ଡ୍ରେସ ପିନ୍ଧୁଥିଲେ। ଏଥିପାଇଁ ଡ୍ରେସ୍ ଡିଜାଇନର୍ ଶ୍ରୀଦେବୀଙ୍କ ପାଇଁ ସ୍ୱତନ୍ତ୍ର ଶୈଳୀର ପୋଷାକ ତିଆରି କରୁଥିଲେ। ଏହାକୁ ତାଙ୍କର ଅନ୍ତିମ ଇଚ୍ଛା ବୋଲି କୁହାଯାଉଛି। ଏବେ ଶ୍ରୀଦେବୀଙ୍କର ପରିବାର ପକ୍ଷରୁ ଧଳା ଗୋଲାପ ଫୁଲ କିଣାଯାଉଛି ଏବଂ ତାଙ୍କର ଶବଧାରରେ ତାହାର ବ୍ୟବହାର କରାଯିବ ବୋଲି ଜଣାଯାଇଛି।