ପୁଣି ଶାହାରୁଖଙ୍କ ସାଥ୍‌ ପାଇବେ ଏହି ଟପ୍‌ ନାୟିକା

ମୁମ୍ବାଇ: ଖୁବ୍‌ ଶୀଘ୍ର ଫ୍ଲୋରକୁ ଯିବ ନୂଆ ସିନେମା ‘ଡନ୍‌-୩’। ଏହା ହେଉଛି ଶାହରୁଖ୍‌ ଖାନଙ୍କ ଅଭିନୀତ ‘ଡନ୍‌’, ‘ଡନ୍‌-୨’ର ସିକ୍ୱେଲ୍‌। ପୂର୍ବର ଦୁଇଟି ସିରିଜରେ ନାୟିକା ଭୂମିକାରେ ନଜର ଆସିଥିଲେ ପ୍ରିୟଙ୍କା ଚୋପ୍ରା । ହେଲେ ତାଙ୍କ ପାଖରେ ‘ଡନ୍‌-୩’ ପାଇଁ ସମୟ ନାହିଁ। ଏଣୁ ସେ ଏହାର ଅଂଶ ହେବାକୁ ମନା କରିଛନ୍ତି। ଏହାପରେ ପ୍ରଯୋଜକ ପ୍ରିୟଙ୍କା ଚୋପ୍ରାଙ୍କ ବଦଳରେ କାହାକୁ ନେବେ ବୋଲି ଭାବୁଛନ୍ତି।  ଏଥରେ ଦୀପିକା ପାଦୁକୋନଙ୍କୁ ନେବାର ସ୍ଥିର କରାଯାଇଛି।

photo-navbharattimes

ଆଗରୁ ଦୀପିକା ଶାହରୁଖ୍‌ ଖାନଙ୍କ ଅଭିନୀତ ସୁପରହିଟ୍‌ ସିନେମା ‘ଓମ୍‌ ଶାନ୍ତି ଓମ୍‌’,‘ହାପି ନ୍ୟୁ ଇୟର୍‌’ ଏବଂ ‘ଚେନ୍ନାଇ ଏକ୍ସପ୍ରେସ୍‌’ ଭଳି ସିନେମାରେ ଶାହାରୁଖଙ୍କ ସହ ରୋମାନସ୍‌ କରିଥିଲେ। ଏବେ ସେ ଶାହରୁଖ୍‌ ଖାନଙ୍କ ଅଭିନୀତ ତଥା ଆନନ୍ଦ ଏଲ୍‌ ରାୟ ନିର୍ଦ୍ଦେଶିତ ଅନଟାଇଟଲଡ ସିନେମାରେ ବି ଗେଷ୍ଟ ରୋଲ କରିବାକୁ ରାଜି ହୋଇଥିବା ଜଣାଯାଇଛି। ଏ ଦୃଷ୍ଟିରୁ କିଙ୍ଗ ଖାନଙ୍କ ସହ ଦୀପିକାଙ୍କର ସଂପର୍କ ଖୁବ୍‌ ଭଲ ବୋଲି କୁହା ଯାଇପାରେ। ଯଦି ଏହା ସତ ହୁଏ ତେବେ ଦର୍ଶକ ପୁଣି ଶାହାରୁଖଙ୍କ ସହ ଦୀପିକାଙ୍କୁ ଦେଖିବାକୁ ପାଇବେ ଏଥିରେ। ଏହି ଟପ୍‌ ନାୟିକା ସଂପ୍ରତି ପ୍ରଖ୍ୟାତ ନିର୍ମାତା-ନିର୍ଦ୍ଦେଶକ ସଂଜୟ ଲୀଲା ଭଂସାଲୀଙ୍କ ନୂଆ ସିନେମା ‘ପଦ୍ମାବତୀ’ ପାଇଁ ବିବାଦରେ ଅଛନ୍ତି।

ସମ୍ବନ୍ଧିତ ଖବର