ମୁମ୍ବାଇ: ବଲିଉଡରେ ଏମିତି କେତେ ଜଣ ଅଭିନେତା ଅଛନ୍ତି,ଯେଉଁମାନେ କି ସେମାନଙ୍କ ପତ୍ନୀଙ୍କୁ ବହୁତ ଭଲପାଇବା ସହିତ ମୁଣ୍ଡରେ ବସାଇଛନ୍ତି। ଏଥିସହିତ ଏହି ଅଭିନେତାମାନେ ସେମାନଙ୍କ ପତ୍ନୀଙ୍କୁ ସମସ୍ତ ସମାରୋହରେ ନିଜ ସହିତ ନେବାକୁ ମଧ୍ୟ ଭୁଲିନଥାନ୍ତି।ଏହି ଶ୍ରେଣୀରେ ଯଦି ପ୍ରଥମେ କାହାର ନାମ ଆସିଥାଏ ତ ସିଏ ହେଉଛନ୍ତି, ଅଭିନେତା ଶାହରୁଖ୍ ଖାନ୍ ଓ ତାଙ୍କର ଧର୍ମ ପତ୍ନୀ ଗୌରୀ ଖାନ୍।
Sambad is now on WhatsApp
Join and get latest news updates delivered to you via WhatsApp
ତେବେ ଆପଣଙ୍କ ସୂଚନା ପାଇଁ ଜଣାଅଛୁ କି ବଲିଉଡ୍ର କିଙ୍ଗ୍ ଖାନ୍ ଶାହରୁଖ୍ ମୁସଲ୍ମାନ୍ ହୋଇଥିବାବେଳେ , ଗୌରୀ ହିନ୍ଦୁ ଅଟନ୍ତି, ଯିଏକି ଶାହରୁଖ୍ଙ୍କର ପିଲାଦିନର ବାନ୍ଧବୀ ଅଟନ୍ତି। ହେଲେ ଏହି ଦୁଇ ଯୋଡ଼ି ସେମାନଙ୍କ ପ୍ରେମକୁ ପାଇବା ଲାଗି ବହୁତ ବାଧାବିଘ୍ନ ସମ୍ମୁଖୀନ ହେବାପରେ ଶେଷରେ ବିବାହ କରିଥିଲେ। ତେବେ ଏମାନଙ୍କ ପ୍ରେମ ଆଜି ଯାଏଁ କାୟାମ୍ ରହିଥିବାବେଳେ ଏମାନେ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିିଛନ୍ତି। ଏହାସହିତ ଶାହରୁଖ୍-ଗୌରୀ ୩ଟି ସନ୍ତାନଙ୍କର ପିତାମାତା ମଧ୍ୟ ଅଟନ୍ତି।
ଗୌରୀ ଜଣେ ଇଣ୍ଟେରିଅର୍ ଡିଜାଇନର୍ ଏବଂ ପ୍ରଯୋଜିକା ମଧ୍ୟ । ଶାହରୁଖ୍ ଗୌରୀଙ୍କୁ ବି ଖୁବ୍ ଭୟ କରନ୍ତି ବୋଲି ମାନନ୍ତି। ଖାଲି ସେତିକି ନୁହେଁ ପତ୍ନୀଙ୍କ ପରାମର୍ଶ ବିନା ଶାହରୁଖ କୌଣସି କାମରେ ଆଗାନ୍ତି ନାହିଁ ବୋଲ କୁହାଯାଏ।