ମୁମ୍ବାଇ: ଘରେ ଘରେ ପରିଚିତ ସିନେ ନିର୍ଦ୍ଦେଶକ କରଣ ଜୋହରଙ୍କ ସୋ’ ‘କଫି ଉଇଥ୍ କରଣ’। ଷ୍ଟାର୍ ଓ୍ଵାର୍ଲଡ ଚ୍ୟାନେଲ୍ରେ ଦେଉଥିବା ଏହି ସୋ’ଟି ୫ଟି ସଜିନ୍ ପାର୍ କରି ଏବେ ଷଷ୍ଠ ସିଜିନ୍ରେ ପହଞ୍ଚିଛି।
Sambad is now on WhatsApp
Join and get latest news updates delivered to you via WhatsApp
ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ‘କଫି ଉଇଥ୍ କରଣ’ ର ସିଜିନ୍ ୬ରେ ପ୍ରଥମେ ‘ଧଡକ’ ଅଭିନେତା ଓ ଅଭିନେତ୍ରୀ ଇଶାନ, ଜାହ୍ନବୀ ନଜର ଆସିବେ।
ତା’ପରେ ଚଚ୍ଚିର୍ତଜ ଯୋଡ଼ି ବିରାଟ କୋହଲି ଓ ଅନୁଷ୍କା ଶର୍ମା ବି ନଜର ଆସିବେ। ମାତ୍ର ମଜାଦାର୍ କଥା ହେଉଛି ଯେ ପୂର୍ବରୁ ଏହି ସୋ’ରେ କେବେ ବି ଏକାଥରରେ ୩ ଜଣ ଷ୍ଟାର୍ଙ୍କୁ ଦେଖିବାକୁ ମିଳିନଥିଲା। କଥା ଉଠିଛି ଯେ କରଣଙ୍କ ଏହି ସୋ’ର ଏହି ସିଜିନ୍ରେ ଏକାଥରକେ ସୁପର୍ଷ୍ଟାର୍ ଶାହାରୁଖ ଖାନ, ଦବଙ୍ଗ ବୟ ସଲମାନ ଖାନ ଓ ସଲୁଙ୍କ ପୂର୍ବତନ ପ୍ରେମିକା କ୍ୟାଟ୍ରିନା କୈଫ୍ ନଜର ଆସିବେ।
କ୍ୟାଟ୍ରିନ୍ ନିକଟ ଭବିଷ୍ୟତରେ ଏହି ଦୁଇ ନାୟକଙ୍କ ସହ ଦେଖିବାକୁ ମିଳିବେ। ଶାହାରୁଖଙ୍କ ସହ ‘ଜିରୋ’ରେ ଏବଂ ସଲମାନଙ୍କ ସହ ‘ଭାରତ’ରେ।