ଶାହରୁଖଙ୍କ ସହ ସୁଶାନ୍ତଙ୍କ ଟକ୍କର ହେବ ନାହିଁ !

ମୁମ୍ବାଇ:ସୈଫ୍‌-ଅମୃତା ସିଂହଙ୍କ ଲଳନା ସାରା ଅଲ୍ଲୀ ଖାନ୍‌ ‘କେଦାର୍‌ନାଥ୍‌’ଫିଲ୍ମରୁ ବଲିଉଡରେ ଡ଼େବ୍ୟୁ କରୁଛନ୍ତି। ଏହି ସିନେମାରେ ସୁଶାନ୍ତ ସିଂହ ରାଜ୍‌ପୁତ୍‌ଙ୍କ ବିପକ୍ଷରେ ନାୟିକା ସାଜିଛନ୍ତି ସାରା। ‘କେଦାର୍‌ନାଥ୍‌’ଫିଲ୍ମକୁ ନେଇ ଏକ ଖବର କିଛି ଦିନ ଧରି ଚର୍ଚ୍ଚାରେ ଥିଲା ଯେ ଯେଉଁ ଦିନ ଆନନ୍ଦ ଏଲ ରାୟଙ୍କ ଶାହରୁଖ୍‌ ଖାନ୍‌, ଅନୁଷ୍କା ଶର୍ମା ଏବଂ କାଟ୍ରିନା କୈଫ୍‌ ଅଭିନୀତ ନାମକରଣ ହୋଇ ନଥିବା ସିନେମା ରିଲିଜ୍‌ ହେବ ସେହି ତାରିଖରେ‘କେଦାର୍‌ନାଥ୍‌’ ରିଲିଜ୍‌ ହେବ।

photo-amarujala

ଏହି ସିନେମା ଆର ବର୍ଷ ଡିସେମ୍ବର ମାସରେ ରିଲିଜ୍‌ ହେବ ବୋଲି‘କେଦାର୍‌ନାଥ୍‌’ର ନିର୍ଦ୍ଦେଶକ ଅଭିଷେକ କପୁର ବହୁ ଆଗରୁ ସୂଚନା ଦେଇଥିଲେ।ହେଲେ ଏବେ ଏହି ନିଷ୍ପତ୍ତିକୁ ତୀବ୍ର ବିରୋଧ କରୁଛନ୍ତି ଫିଲ୍ମର ପ୍ରଯୋଜକ ପ୍ରେରଣା ଅରୋରା । ସେ ଚାହୁଁ ନାହାନ୍ତି କି ତାଙ୍କ ସିନେମାର ଶାହରୁଖ୍‌ ଖାନଙ୍କ ସିନେମା ସହିତ ଟକ୍କର ହେଉ। କିନ୍ତୁ ଏହାକୁ ସହଜରେ ଗ୍ରହଣ କରି ପାରୁ ନାହାନ୍ତିନିର୍ଦ୍ଦେଶକ ଅଭିଷେକ କପୁର। ତାଙ୍କର ଇଚ୍ଛା ‘କେଦାର୍‌ନାଥ୍‌’ର ରିଲିଜ୍‌ ତାରିଖ ବଦଳା ନ ଯାଉ। ତେଣିକି ଶାହରୁଖଙ୍କ ସିନେମା ସେହି ସମାନ ତାରିଖରେ ରିଲିଜ୍‌ ହେଉ କି ନ ହେଉ। ଏହାକୁ ନେଇ ଉଭୟଙ୍କ ଭିତରେ ଟଣାଓଟରା ଚାଲିଥିବା କୁହାଯାଉଥିଲା।

photo-navbharattimes

ହେଲେ ସଦ୍ୟତମ ସୂଚନା ଅନୁଯାୟୀ ଏହି ମାମଲାର ସମାଧାନ ହୋଇଯାଇଚି। କୁହାଯାଉଛି ଯେ ପ୍ରଯୋଜିକା ନିର୍ଦ୍ଦେଶକଙ୍କୁ ମନାଇବାରେ ସଫଳ ହୋଇଛନ୍ତି। ଏହାଫଳରେ ବିବଦର ଅନ୍ତ ଘଟିଛି। ଏବେ ‘କେଦାରନାଥ୍‌’ ଡିସେମ୍ବର ୭ ତାରିଖରେ ରିଲିଜ୍‌ ହେବ ଏବଂ ଶାହରୁଖଙ୍କ ସିନେମା ୨୦୧୮ ଡିସେମ୍ବର ୨୧ରେ ପରଦାକୁ ଆସିବ। ଅତଏବ ଶାହରୁଖଙ୍କସହ ସୁଶାନ୍ତଙ୍କ ଟକ୍କର ହେବ ନାହିଁ।

ସମ୍ବନ୍ଧିତ ଖବର