ମଦ ପିଇବାର ନିଶା ପାଇଁ ଅଭିନୟରୁ ବିରତି ନେଇଥିଲେ ଶ୍ରୁତି

ମୁମ୍ବାଇ: ସାଉଥ ସୁପରଷ୍ଟାର କମଲ ହାସନ ଓ ସାରିକାଙ୍କ ଝିଅ ଶ୍ରୁତି ହାସନ ସାଉଥ ସିନେମା ସହ ବଲିଉଡ ଫିଲ୍ମରେ ମଧ୍ୟ ନଜର ଆସିଛନ୍ତି | ତେବେ ଶ୍ରୁତି ନିଜ ବାପାଙ୍କ ଭଳି ପରିଚୟ ସୃଷ୍ଟି କରିପାରିନଥିଲେ ବି ସବୁବେଳେ ଚର୍ଚ୍ଚାରେ ଥାଆନ୍ତି | ବହୁତ କମ ଲୋକ ଜାଣନ୍ତି ଯେ ଶ୍ରୁତିଙ୍କ ଜନ୍ମ ନିଜ ବାପା-ମାଙ୍କର ବିବାହର ଦୁଇ ବର୍ଷ ପୂର୍ବରୁ ହୋଇସାରିଥିଲା | ଆଜିର ଦିନରେ ଶ୍ରୁତି ଜନ୍ମଗ୍ରହଣ କରିଥିଲେ | ଶ୍ରୁତି ନିଜର ପାଠପଢା ଚେନ୍ନାଇରେ କରିଥିବାବେଳେ ସଂଗୀତ ଶିକ୍ଷା ପାଇଁ କାଲିଫର୍ଣ୍ଣିଆ ମଧ୍ୟ ଯାଇଥିଲେ | ସେ ନିଜ ବାପାଙ୍କ ଫିଲ୍ମ ଚାଚି ୪୨୦ରେ ମଧ୍ୟ ଗୀତ ଗାଇଥିଲେ |

Photo-zeenews

କମଲ ହାସନ ଓ ସାରିକା ଦୁଇ ଜଣ ଲିଭ ଇନ ରିଲେସନସିପରେ ଥିଲେ | ଏହି ସମୟରେ ସାରିକା ଗର୍ଭବତୀ ହୋଇଥିଲେ | ଏହା ପରେ ସେ ଶ୍ରୁତିଙ୍କୁ ଜନ୍ମ ଦେଇଥିଲେ | ଝିଅ ଜନ୍ମର ଦୁଇ ବର୍ଷ ପରେ ୧୯୮୮ ମସିହାରେ କମଲ ହାସନ ସାରିକାଙ୍କୁ ବିବାହ କରିଥିଲେ |

ଫିଲ୍ମ ସହ ନିଜ ପ୍ରେମ ଜୀବନକୁ ନେଇ ମଧ୍ୟ ଶ୍ରୁତି ସବୁବେଳେ ଚର୍ଚ୍ଚାରେ ରହିଛନ୍ତି | ନିଜ ପ୍ରେମିକାଙ୍କ ସହ ମାଇକେଲ କାରସଲଙ୍କ ସହ କିଛି ବର୍ଷ ବିତାଇବା ପରେ ବ୍ରେକଅପ ହୋଇଥିଲା | ଏକ ସାକ୍ଷାତକାରରେ ଶ୍ରୁତି କହିଥିଲେ ଯେ ବ୍ରେକଅପ ପରେ ତାଙ୍କୁ ମଦ୍ୟପାନର ନିଶା ଲାଗିଯାଇଥିଲା | ମଦ ନିଶା ପାଇଁ ତାଙ୍କ କ୍ୟାରିୟର ଉପରେ ଅସର ହୋଇପଡ଼ିଥିଲା | ମଦ ନିଶାରେ ଶ୍ରୁତି ଏତେ ହଜିଯାଇଥିଲେ ଯେ ତାଙ୍କୁ କିଛି ଦିନ ଅଭିନୟରୁ ବିରତି ନେବାକୁ ପଡିଥିଲା |

ସମ୍ବନ୍ଧିତ ଖବର