ରାନୁ ମଣ୍ଡଳଙ୍କୁ ନେଇ ମିମ୍‌ କରୁଥିବା ଲୋକଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରି ଏଭଳି କଥା କହିଲେ ୟୁଟୁବର ଭୁବନ ବାମ

ମୁମ୍ବାଇ: ରେଳ ଷ୍ଟେସନରେ ଗୀତ ଗାଇ ଭିକ ମାଗୁଥିବା ରାନୁ ମଣ୍ଡଳ ରାତାରାତି ସୋସିଆଲ ମିଡିଆରେ ଷ୍ଟାର ପାଲଟିଥିଲେ। କିଛିଦିନ ହେବ ରାନୁମଣ୍ଡଳଙ୍କ ସ୍ୱଭାବରେ ପରିବର୍ତ୍ତନ ଦେଖି ସାସିଆଲ ମିଡିଆରେ ବ୍ୟବହାରକାରୀ ରାନୁଙ୍କୁ ଟ୍ରୋଲ କରିବା ଆରମ୍ଭ କରି ଦେଇଥିଲେ। ତେବେ ଏହି ଘଟଣାକୁ ନେଇ କେତେକ ଲୋକ ରାନୁଙ୍କୁ ସମର୍ଥନ କରୁଥିବା ଦେଖିବାକୁ ମିଳିଛି।

ନିକଟରେ ଆୟୋଜିତ ଏକ ଫ୍ୟାସନ୍‌ ସୋ’ରେ ରାନୁ ମଣ୍ଡଳ ମୁଣ୍ଡରେ ଗୋଲାପ ଏବଂ ମୁହଁରେ ଅତ୍ୟଧିକ ମେକ୍‌ଅପ୍‌ ନେଇ ର଼୍ୟାମ୍ପରେ ଚାଲିଥିଲେ। ଯାହାର କିଛିଟା ଫଟୋ ସୋସିଆଲ ମିଡିଆ ଜରିଆରେ ସାମ୍ନାକୁ ଆସିଥିଲା। ଏହି ଫଟୋ ସାମ୍ନାକୁ ଆସିବା ପରେ ରାନୁଙ୍କୁ ବିଭିନ୍ନ ମିମ୍‌ସ କରି ସୋସିଆଲ ମିଡିଆ ବ୍ୟବହାରକାରୀ ଟ୍ରୋଲ କରିଥିଲେ। କିନ୍ତୁ ଚର୍ଚ୍ଚିତ ୟୁଟୁବର ଭୁବନ ବାମ ରାନୁ ମଣ୍ଡଳଙ୍କୁ ସମର୍ଥନ କରୁଥିବା ଦେଖିବାକୁ ମିଳୁଛି।

 

ଭୁବନ ବାମଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଯେଉଁଥିରେ ସେ ଲୋକମାନଙ୍କୁ ଏହା ବୁଝାଇବାକୁ ଚେଷ୍ଟା କରୁଛନ୍ତି କି, ରାନୁଙ୍କୁ ଜଣା ନାହିଁ କି ସେ ଲୋକମାନଙ୍କ ସାମ୍ନାରେ କିଭଳି ସ୍ୱଭାବ ଦେଖାଇବେ। ଏପ୍ରିସିଏସନ୍‌ କେମିତି ରେସପନ୍ସ କରିବାକୁ ହେବ। ଏହି ଭିଡିଓ ପରେ ରାନୁଙ୍କ ସମର୍ଥନରେ ଅନେକ ଲୋକ ସାମ୍ନାକୁ ଆସିଛନ୍ତି।

ସମ୍ବନ୍ଧିତ ଖବର