ଷ୍ଟାର୍‌-ସ୍କ୍ରିନ୍‌ ଆଓ୍ଵାର୍ଡ , ଜାଣନ୍ତୁ କିଏ ଜିତିଲେ କେଉଁ ପୁରସ୍କାର

ମୁମ୍ବାଇ: ବହୁ ପ୍ରତୀକ୍ଷିତ ଷ୍ଟାର୍‌-ସ୍କ୍ରିନ୍‌ ଆଓ୍ଵାର୍ଡ ଉତ୍ସବ ଗତକାଲି ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶ୍ରେଷ୍ଠ ଅଭିନେତା ଭାବେ ଦୁଇ ଜଣ କଳାକାରଙ୍କୁ ପୁରସ୍କାର ଦିଆଯାଇଛି। ଏଦୁହେଁ ହେଲେ ରଣବୀର ସିଂହ (ପଦ୍ମାବତ୍‌) ଏବଂ ରାଜକୁମାର ରାଓ (ସ୍ତ୍ରୀୀ) । ଠିକ୍‌ ସେହିପରି ଆଲିଆ ଭଟ୍ଟଙ୍କୁ ‘ରାଜି’ ସିନେମାପାଇଁ ପୁରସ୍କୃତ କରାଯାଇଛି। ତେବେ ଶ୍ରେଷ୍ଠ ଅଭିନେତା (କ୍ରିଟିକ୍‌) ଭାବେ ଗଜରାଜ ରାଓ ଏବଂ ଶ୍ରେଷ୍ଠ ଅଭିନେତ୍ରୀ (କ୍ରିଟିକ୍‌) ଭାବେ ନୀନା ଗୁପ୍ତାଙ୍କୁ ପୁରସ୍କାର ମିଳିଛି। ଶ୍ରେଷ୍ଠ ସିନେମା ଭାବେ ‘ସ୍ତ୍ରୀ’ କୁ ମନୋନୀତ କରାଯାଇଛି।


ଶ୍ରେଷ୍ଠ ନବାଗତ ଭାବେ ଇଶାନ୍‌ ଖଟ୍ଟର (ଧଡ଼କ୍‌),ରାଧିକା ମଦାନ୍‌ (ପଟାଖା),ସହ କଳାକାର ଭାବେ ପଙ୍କଜ ତ୍ରିପାଠୀଙ୍କୁ (ସ୍ତ୍ରୀ)ପୁରସ୍କୃତ କରାଯାଇଛି। ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ଶ୍ରୀରାମ ରାଘବନ୍‌ (ଅନ୍ଧାଧୁନ୍‌),ଶ୍ରେଷ୍ଠ ଫିଲ୍ମ (କ୍ରିଟିକ୍‌) ଭାବେ ‘ମୂଲକ୍‌’କୁ ପୁରସ୍କାର ମିଳିଛି। ଶ୍ରେଷ୍ଠ ଗୀତିକାର ଭାବେ ଗୁଲଜାର,ଗାୟିକା ଭାବେ ହର୍ଷଦୀପ୍‌ କୌର ଓ ଗାୟକ ଭାବେ ଅରଜିତ୍‌ ସିଂହ (ରାଜି) ପାଇଁ ଆଓ୍ଵାର୍ଡ ମିଳିଛି। ଏହି ଉତ୍ସବରେ ବରିଷ୍ଠ ଅଭିନେତ୍ରୀ ଶବାନା ଆଜମୀଙ୍କୁ ଲାଇଫ୍‌ ଟାଇମ୍‌ ଆଚିଭିମେଣ୍ଟ୍‌ ଆଓ୍ଵାର୍ଡ ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର