ଟିଭି କି ଫିଲ୍ମ ନୁହେଁ, େଓ୍ଵବ୍‌ ସିରିଜ୍‌ କରି ଲୋକପ୍ରିୟ ହେବାରେ ଲାଗିଛନ୍ତି ଏହି କଳାକାର

ମୁମ୍ବାଇ : ଶାଶୁବୋହୂଙ୍କ ଝଗଡ଼ା ଏବଂ ସମାନ କାହାଣୀ ବିଶିଷ୍ଟ ବଲିଉଡ୍‌ ଫିଲ୍ମରୁ ଦର୍ଶକଙ୍କୁ ରକ୍ଷା କରି ପାରିଛି େଓ୍ଵବ୍‌ ସିରିଜ୍‌ । ଆଜିକାଲି ଯୁବପିଢ଼ି ଧାରାବାହିକ ଏବଂ ଫିଲ୍ମ ଦେଖିବା ଛାଡ଼ି େଓ୍ଵବ୍‌ ସିରିଜ୍‌ ଦେଖିବାକୁ ଇଚ୍ଛା କରିବା ଆରମ୍ଭ କରିଛନ୍ତି । ଆଜିକାଲି ୟୁଟ୍ୟୁବ୍‌ରେ ଆସୁଥିବା ବିଭିନ୍ନ ଧରଣର େଓ୍ଵବ୍‌ ସିରିଜ୍‌ ଯୁବପିଢ଼ିଙ୍କୁ ନିଜ ଆଡ଼କୁ ଆକର୍ଷିତ କରିଛି । କିଛି କଳାକାର ଫିଲ୍ମ କି ଧାରାବାହିକ କରିବାକୁ ଇଚ୍ଛା କରିବା ଅପେକ୍ଷା େଓ୍ଵବ୍‌ ସିରିଜ୍‌ ଜରିଆରେ ନିଜର ପରିଚୟ ସୃଷ୍ଟି କରିବାକୁ ଚେଷ୍ଟା ଆରମ୍ଭ କରିଛନ୍ତି । କିଛି କଳାକାର ଏମିତି ମଧ୍ୟ ଅଛନ୍ତି ଯେଉଁମାନେ କୌଣସି ଧାରାବାହିକ କି ଫିଲ୍ମ କଳାକାରଙ୍କଠାରୁ ମଧ୍ୟ ଅଧିକ ଲୋକପ୍ରିୟ । ଆସନ୍ତୁ ଜାଣିବା କେଉଁ କଳାକାର େଓ୍ଵବ୍‌ ସିରିଜ୍‌ ମାଧ୍ୟମରେ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରି ପାରିଛନ୍ତି ।

୧.କିଛି ଦିନ ତଳେ ରିଲିଜ୍‌ ହୋଇଥିଲା ଫିଲ୍ମ ‘ବିରେ ଦି େଓ୍ଵଡ଼ିଙ୍ଗ’ । ଏଥିରେ କରୀନା କପୁରଙ୍କ ପ୍ରେମିକ ଚରିତ୍ରରେ ନଜର ଆସିଥିଲେ ସୁମିତ ବ୍ୟାସ । ଏହି କଳାକାର େଓ୍ଵବ୍‌ ସିରିଜ୍‌ ‘ପର୍‌ମାନେଣ୍ଟ ରୁମ୍‌ମେଟ୍‌’ ମାଧ୍ୟମରେ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରି ପାରିଥିଲେ । ଯାହା ପରେ ତାଙ୍କୁ ଅନେକ ଫିଲ୍ମର ଅଫର ମିଳିଥିବା ଜଣାପଡ଼ିଛି ।

aajtak.intoday.in

୨.ୟୁଟ୍ୟୁବ୍‌ରୁ ନିଜର ଅଭିନୟ ଯାତ୍ରା ଆରମ୍ଭ କରିଥିଲେ ମିଥିଲା ପାଲକର । େଓ୍ଵବ୍‌ ସିରିଜ୍‌ ‘ଦ ଗର୍ଲ ଇନ୍‌ ଦ ସିଟି’ରେ ସେ ଏକ ପ୍ରଭାବଶାଳୀ ଚରିତ୍ରରେ ନଜର ଆସିବା ସହ ତାଙ୍କ ଭିନ୍ନ ଚରିତ୍ର ସମସ୍ତଙ୍କୁ ପସନ୍ଦ ଆସି ପାରିଥିଲା । ଏବେ ୟ୍ୟୁଟ୍ୟୁବ୍‌ରେ ତାଙ୍କ େଓ୍ଵବ୍‌ ସିରିଜ୍‌ର ଲକ୍ଷ ଲକ୍ଷ ଦର୍ଶକ ଥିବା ବେଳେ ତାଙ୍କୁ ଇର୍‌ଫାନ୍‌ ଖାନ୍‌ଙ୍କ ଭଳି କଳାକାରଙ୍କ ସହ ଫିଲ୍ମରେ କାମ କରିବାର ସୁଯୋଗ ମିଳିଛି । ଫିଲ୍ମ ‘କାର୍‌ଓ୍ଵାଁ’ରେ ସେ ନଜର ଆସିଛନ୍ତି ।

aajtak.intoday.in

୩.‘ମସାନ’ ଫିଲ୍ମରେ ନଜର ଆସିଥିବା ଶ୍ୱେତା ତ୍ରିପାଠୀ େଓ୍ଵବ୍‌ ସିରିଜ୍‌ ‘ଦ ଟ୍ରିପ୍‌’ ମାଧ୍ୟମରେ ଚର୍ଚ୍ଚାର ପରିସରକୁ ଆସିଥିଲେ । ଏହି ସିରିଜ୍‌ରେ ଥିବା ତାଙ୍କ ଚରିତ୍ର ସମସ୍ତଙ୍କୁ ପସନ୍ଦ ଆସିବା ସହ ସେ ଲୋକପ୍ରିୟ ହୋଇ ପାରିଥିଲେ।

aajtak.intoday.in

୪.େଓ୍ଵବ୍‌ ସିରିଜ୍‌ ଦୁନିଆର ଏକ ଜଣା ଶୁଣା ଚେହେରା ହେଲେ ନିଧି ବିସ୍ତ । ତାଙ୍କ ନିଖୁଣ ଅଭିନୟ ପାଇଁ ତାଙ୍କୁ ଫିଲ୍ମ ‘ଫିଲୋରି’ରେ ଅଭିନୟ କରିବାର ସୁଯୋଗ ମିଳିଥିଲା ।

aajtak.intoday.in
ସମ୍ବନ୍ଧିତ ଖବର