ପ୍ରେମିକାଙ୍କ ସହ ଡିନର ଡେଟ୍‌ରେ ଯାଇଥିବା ବେଳେ ଦୁର୍ଘଟଣାର ଶିକାର ହେଲେ ଅର୍ଜୁନ ରାମପାଲ

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅର୍ଜୁନ ରାମପାଲ ଏକ ବଡ଼ ଦୁର୍ଘଟଣାର ସାମ୍ନା କରିଥିବା ଖବର ତାଙ୍କ ପ୍ରଶଂସକଙ୍କୁ ଦୁଃଖିତ କରିଛି । ନିଜ ପ୍ରେମିକାଙ୍କ ସହ ଡ଼ିନର ଡ଼େଟ୍‌ରେ ଯାଇଥିବା ବେଳେ ସେ ଦୁର୍ଘଟଣାର ଶିକାର ହୋଇଥିଲେ । ଯାହା ପରେ ତାଙ୍କ ଆଣ୍ଠୁରେ ଗଭୀର ଆଘାତ ଲାଗିଥିବା ଜଣା ପଡ଼ିଛି । ଏହି ଦୁର୍ଘଟଣା ପରେ ତାଙ୍କୁ ବେଡ଼୍‍ ରେଷ୍ଟ ପାଇଁ କହିଛନ୍ତି ଡ଼ାକ୍ତର । ଏହି ଖବର ନିଜେ ରାମପାଲ ନିଜ ଇନ୍‌ଷ୍ଟା ଆକାଉଣ୍ଟ ଜରିଆରେ ନିଜ ପ୍ରଶଂସକମାନଙ୍କୁ ଜଣାଇଥିବା ଦେଖାଯାଇଛି ।

Tore my ACL….bummer. Bad timing. #accidents #MRI #bedridden

A post shared by Arjun (@rampal72) on

ଦୁର୍ଘଟଣା ପରେ ତାଙ୍କର ଏମ୍‌ଆର୍‌ଆଇ କରାଯିବା ସମୟର ଏକ ଛୋଟ ଭିଡ଼ିଓ ସେ ଇନ୍‌ଷ୍ଟାରେ ସେୟାର କରିବା ସହ ନିଜ ଦୁର୍ଘଟଣାର ଖବର ସମସ୍ତଙ୍କୁ ଜଣାଇଥିଲେ । ଅର୍ଜୁନଙ୍କ ସ୍ୱାସ୍ଥ୍ୟବସ୍ଥା ବିଷୟରେ ଜାଣି ତାଙ୍କ ପ୍ରଶଂସକମାନେ ତାଙ୍କର ସୁସ୍ଥ ସ୍ୱାସ୍ଥ୍ୟ ପାଇଁ କାମନା କରିଥିବା ଦେଖା ଯାଇଛି । ସୂଚନା ମୁତାବକ, ଅର୍ଜୁନ ଆଗକୁ ରିଲିଜ ହେବାକୁ ଥିବା ଫିଲ୍ମ ପଲ୍‌ଟନ୍‌ରେ ନଜର ଆସିବାକୁ ଥିବା ବେଳେ ଏଥରେ ତାଙ୍କ ସହ ନଜର ଆସୁଛନ୍ତି ହର୍ଷବର୍ଦ୍ଧନ ରାଣେ ଏବଂ ଗୁର୍‌ମିତ୍‌ ଚୌଧୁରୀ ।

ସମ୍ବନ୍ଧିତ ଖବର