ଭୁବନେଶ୍ୱର: ଓଡ଼ିଆ ସିନେ ଜଗତର ଲୋକପ୍ରିୟ ନାୟିକା ପ୍ରିୟଦର୍ଶିନୀଙ୍କୁ କିଛି ମାସ ହେବ ବଡ଼ ପରଦାରେ ଦେଖିବାକୁ ମିଳିନଥିଲେ ହେଁ ସେ ଚର୍ଚ୍ଚାରେ ରହିଛନ୍ତି। ବର୍ଷା ପ୍ରିୟଦର୍ଶିନୀଙ୍କ ନୂଆ ସିନେମା ‘କୁଇନ ଏବେ ରିଲିଜ୍ ଅପେକ୍ଷାରେ ଅଛି। ତେବେ ସେ ବେଳେ ବେଳେ ସିନେମା ଛାଡ଼ିବା କାରଣରୁ ଅତୀତରେ ଚର୍ଚ୍ଚିତା ହୋଇଥିଲେ। ଆସନ୍ତୁ ସେଥିରୁ ଗୋଟିଏ କଥା ମନେ ପକାଇବା.....
ନାୟିକାଭାବେ ବର୍ଷା ପ୍ରିୟଦର୍ଶିନୀଙ୍କ ପ୍ରଥମ ଓଡ଼ିଆ ସିନେମା ହେଲା ‘ ଏ ଯୁଗର କୃଷ୍ଣସୁଦାମା’। ତାଙ୍କୁ ଓଲିଉଡ଼ରେ ବ୍ରେକ୍ ଦେଇଥିବା ପ୍ରଯୋଜନା ସଂସ୍ଥା ବ୍ରଜରାଜ୍ ମୁଭିଜ୍ ତାଙ୍କର ମେଗା ବଜେଟ୍ ଫିଲ୍ମ ‘ଡ଼ନ୍’ରେ ଅନୁଭବଙ୍କ ବିପକ୍ଷରେ ବର୍ଷାଙ୍କୁ ଚୁକ୍ତିବଦ୍ଧ କରିଥିଲେ। ବିନୟ କୁମାର ନାୟକଙ୍କ ପ୍ରଯୋଜିତ ତଥା ସୁଧାଂଶୁ ମୋହନ ସାହୁଙ୍କ ନିର୍ଦ୍ଦେଶିତ ‘ଡ଼ନ୍’ ର ସୁଟିଂ ବି ପୂର୍ବ ନିର୍ଦ୍ଧାରିତ ସମୟରେ ଆରମ୍ଭ ହୋଇଥିଲା।
ବର୍ଷା ବି ସେଥିରେ ଅଂଶ ଗ୍ରହଣ କରିଲେ। ହେଲେ ସେଥିରେ ବର୍ଷା ନିଜର କଷ୍ଟ୍ୟୁମକୁ ନେଇ ଅସହଜ ମନେ କରିଥିଲେ।ଶୁଣିବାକୁ ମିଳେ ଯେ,‘ଡ଼ନ୍’ରେ ନାୟିକାଙ୍କୁ ସୁଇମିଂ ସୁଟ୍ ପିନ୍ଧିବାକୁ ପଡ଼ିବ ବୋଲି ଜାଣିଲାପରେ ବର୍ଷା ପ୍ରିୟଦର୍ଶିନୀ ଏହି ଫିଲ୍ମରେ କାମ କରିବାକୁ ଆଉ ରାଜି ହୋଇ ନ ଥିଲେ ଓ ଏଥିରୁ ଓହରି ଯିବାକୁ ଚାହିଁଥିଲେ। ଏହାକୁ ନେଇ ବିବାଦ ବି ସୃଷ୍ଟି ହୋଇଥିଲା।
/sambad/media/post_attachments/wp-content/uploads/2019/12/lovely-odia-heroine.jpg)
ତେବେ ସେ ଯାହା ହେଉନା କାହିଁକି, ବର୍ଷା ଏହି ଫିଲ୍ମରୁ ଆଉଟ୍ ହେବାପରେ ପ୍ରଯୋଜନା ସଂସ୍ଥା ବଙ୍ଗୀୟ ନାୟିକା ଲଭଲିଙ୍କୁ ‘ଡ଼ନ୍’ରେ ଅନୁଭବଙ୍କ ବିପକ୍ଷରେ ନାୟିକା ଭୂମିକାରେ ସୁଯୋଗ ଦେଇଥିଲେ। ଏହା ପୂର୍ବରୁ ଲଭଲି ବ୍ରଜରାଜ୍ ମୁଭିଜ୍ ଦ୍ୱାରା ପ୍ରଯୋଜିତ ଫିଲ୍ମ ‘ରୋମିଓ ଦ ଲଭର୍ ବୟ୍’ରେ ବାବୁସାନଙ୍କ ବିପକ୍ଷରେ ନାୟିକା ହୋଇ ଓଲିଉଡ଼ରେ ଡ଼େବ୍ୟୁ କରିଥିଲେ। ୨୦୧୦ରେ ମୁକ୍ତିଲାଭ କରିଥିବା ‘ଡ଼ନ୍’ କିନ୍ତୁ ଲଭଲିଙ୍କ ପାଇଁ ବିଶେଷ ଲାଭଜନକ ସାବସ୍ତ୍ୟ ହୋଇନଥିଲା।
ସିନେମାରେ ବାବୁସାନ ଏବଂ ପରେ ଅରିନ୍ଦମ ଓ ଅନୁଭବଙ୍କ ଭଳି ନାୟକଙ୍କ ସାଥ୍ ପାଇ ବି ତାଙ୍କ ଉପରେ ପ୍ରଯୋଜକ, ନିର୍ଦ୍ଦେଶକଙ୍କ ଶୁଭ ଦୃଷ୍ଟି ପଡ଼ି ନଥିଲା। ଅରିନ୍ଦମଙ୍କ ସହ ଲଭଲି ‘ମିତରେ ମିତ’ ଛବିରେ ନଜର ଆସିଥିଲେ। ଏହାର ବେଶ କିଛି ଦିନପରେ ଲଭଲିଙ୍କୁ ମିଳିଥିଲା ଆଉ ଏକ ଓଡ଼ିଆ ସିନେମା ଯେଉଁଥିରେ ତାଙ୍କୁ ମିଳିଥିଲା ନାୟିକା ଭୂମିକା। ଏହି ସିନେମା ହେଲା ‘ଚଉକା ଛକା’। ଏଥିରେ ସେ ବନିଥିଲେ କମେଡି୍ଆନରୁ ହିରୋ ବନିଥିବା ପପୁ ପମପମଙ୍କ ସାଥ୍ ପାଇଥିଲେ। ସଂଯୋଗବଶତଃ ‘ଚଉକା ଛକା’ ବି ଭଲ ବ୍ୟବସାୟ କରି ନଥିଲା । ଏହାଫଳରେ ପୁଣି ନିରାଶ ହୋଇଥିଲେ ଲଭଲି। ମୋଟାମୋଟିଭାବେ କହିବାକୁ ଗଲେ ଆଜିଯାଏଁ ଓଡ଼ିଆ ସିନେ ଜଗତରେ ଲଭଲି ଜଣେ ସଫଳ ନାୟିକା ହୋଇପାରିନାହାନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/Barsha-Lavly_thumb.jpg)