ତନୁଶ୍ରୀଙ୍କ ପରେ ଏବେ ଏହି ଅଭିନେତ୍ରୀଙ୍କୁ ନେଇ ଚର୍ଚ୍ଚା, ଜଣାଶୁଣା ପ୍ରଯୋଜକଙ୍କ ଉପରେ ଆଣିଲେ ଯୌନ ଶୋଷଣର ଅଭିଯୋଗ

ମୁମ୍ବାଇ : କିଛି ଦିନ ହେବ ଯୌନ ଶୋଷଣର ଶିକାର ହୋଇଥିବା ମହିଳାମାନେ # ମି ଠୁ କ୍ୟାମ୍ପେନ୍‌ ମାଧ୍ୟମରେ ନିଜ ସହ ହୋଇଥିବା ଅସଦାଚରଣର ଖୁଲାସା କରିଥିବା ବେଳେ ଏବେ ଏହି ସୂଚୀରେ ଆଉ ଜଣେ ବଲିଉଡ୍‌ ଅଭିନେତ୍ରୀଙ୍କ ନାଁ ଯୋଡ଼ି ହୋଇଛି । ତନୁଶ୍ରୀ-ନାନା ବିବାଦ ପରେ ଏବେ ଫିଲ୍ମ‘ସ୍ତ୍ରୀ’ର ଅଭିନେତ୍ରୀ ନିଜ ସହ ଘଟିଥିବା ଘଟଣା ବିଷୟରେ ସମସ୍ତଙ୍କୁ ଜଣାଇଛନ୍ତି । ଫିଲ୍ମ ‘ସ୍ତ୍ରୀ’ରେ ଭୂତ ଚରିତ୍ରରେ ନଜର ଆସିଥିବା ଅଭିନେତ୍ରୀ ଫ୍ଲୋରା ସୈନି ଏକ ଫେସ୍‌ବୁକ୍‌ ପୋଷ୍ଟ କରି ନିଜ ସହ ହୋଇଥିବା ଅସଦାଚରଣ ଖୁଲାସା କରିଛନ୍ତି । କିଭଳି ଭାବରେ ପ୍ରଯୋଜକ ଗୌରାଙ୍ଗ ଦୋଷୀ ତାଙ୍କୁ ମାଡ଼ ମାରିବା ସହ ତାଙ୍କ ସହ ଶୋଷଣ କରିଥିଲେ ତାହା ସେ ଜଣାଇଛନ୍ତି ।

ନିଜର ଦୁଇଟି ପୁରୁଣା ଫଟୋକୁ ଫେସ୍‌ବୁକ୍‌ରେ ପୋଷ୍ଟ କରି ଏ ଫଟୋରେ ଯାହାକୁ ଆପଣମାନେ ଦେଖୁଛନ୍ତି ସେ ହେଉଛି ମୁଁ ବୋଲି ଲେଖିଛନ୍ତି । ୨୦୦୭ ମସିହାର ଭାଲେଣ୍ଟାଇନ୍‌ ଡ଼େ ହୋଇଥାଏ । ଯେଉଁ ଦିନ ପ୍ରଯୋଜକ ଗୌରାଙ୍ଗ ଦୋଷୀ ମୋତେ ମାଡ଼ ମାରିଥିଲେ । ସେ ସମୟରେ ମୁଁ ତାଙ୍କୁ ଭଲ ପାଉଥିଲି ଏବଂ ତାଙ୍କ ସହ ପ୍ରେମ ସଂପର୍କରେ ଥିଲି । ସେ ମୋତେ ମାଡ଼ ମାରିବା ପରେ ସବୁଦିନ ପାଇଁ ମୋ ଶରୀରରେ କେବେ ଭଲ ନ ହେବା ଭଳି କ୍ଷତ ସ୍ଥାନ ସୃଷ୍ଟି ହୋଇ ଯାଇଥିଲା । ସେ ସମୟରେ ମୁଁ ଏ ବିଷୟରେ କହିବାକୁ ଅନେକ ଥର ଚେଷ୍ଟା କରିଥିଲି । କିନ୍ତୁ ଏହି ଲାଇନ୍‌ରେ ମୁଁ ନୂଆ ହୋଇଥିବାରୁ ମୋ କଥାକୁ କେହି ବିଶ୍ୱାସ କରି ନଥିଲେ ବୋଲି ଫ୍ଲୋରା କହିଛନ୍ତି । ଏହା ସହ ଗୌରାଙ୍ଗ ତାଙ୍କୁ ଅନେକ ଫିଲ୍ମରୁ ମଧ୍ୟ ବାହାର କରି ଦେଇଥିଲେ ବୋଲି କହିଛନ୍ତି ଫ୍ଲୋରା ।

ସମ୍ବନ୍ଧିତ ଖବର