ବହୁ ଦେଶରେ କାମ ଖୋଜିବା ପରେ ଭାରତରେ ପହଞ୍ଚିଥିଲେ ‘ଲଭ୍‌ରାତ୍ରୀ’ର ଅଭିନେତ୍ରୀ ଓ୍ଵରିନା ଏବଂ ତାଙ୍କ ମା’, ସେଲ୍‌ସ ଗର୍ଲରୁ ବନିଲେ ବଲିଉଡ୍‌ ନାୟିକା

ମୁମ୍ବାଇ : ବଲିଉଡ୍‌ର ସୁଲତାନ ସଲମାନ ଖାନ୍‌ ନିଜ ଭିଣୋଇ ଆୟୁଷ ଶର୍ମାଙ୍କୁ ଫିଲ୍ମ ଲଭ୍‌ରାତ୍ରୀ ଜରିଆରେ ବଲିଉଡ୍‌ରେ ପ୍ରବେଶ କରାଇବାକୁ ଯାଉଛନ୍ତି । ଏହି ଫିଲ୍ମରେ ଆୟୁଷଙ୍କ ବିପକ୍ଷରେ ନଜର ଆସିଛନ୍ତି ଅଭିନେତ୍ରୀ ଓ୍ଵାରିନା ହୁସେନ । ଓ୍ଵାରିନାଙ୍କୁ ସଲମାନ ବଲିଉଡ୍‌ରେ କାମ କରିବା ପାଇଁ ସୁଯୋଗ ଦେଇଥିବା ବେଳେ ତାଙ୍କ ଅତୀତ କେତେ ସଂଘର୍ଷମୟ ଥିଲା ତାହା ଜଣାପଡ଼ିଛି ।

ଓ୍ଵରିନା ଆଫ୍‌ଗାନିସ୍ଥାନରେ ରହୁଥିବା ବେଳେ ତାଙ୍କ ବାପା-ମା’ ଅଲଗା ହୋଇଯିବା ଯୋଗୁଁ ତାଙ୍କ ମା’ ତାଙ୍କୁ ପାଳିଥିଲେ । ଆଫ୍‌ଗାନିସ୍ଥାନରେ ଚାକିରିର ସୁବିଧା ନଥିବାରୁ ତାଙ୍କ ମା’ ଅନେକ ଦେଶ ବୁଲିଥିଲେ । ଶେଷରେ ୨୦୧୨ରେ ସେ ଓ୍ଵରିନାଙ୍କୁ ନେଇ ଦିଲ୍ଲୀରେ ପହଞ୍ଚିଥିଲେ । ଦିଲ୍ଲୀରେ ପାଠ ପଢ଼ିବା ପରେ ଓ୍ଵରିନା ଜଣେ ଫ୍ୟାସନ ଡ଼ିଜାଇନର ହେବେ ବୋଲି ଆଶା କରିଥିଲେ । କିନ୍ତୁ ଟଙ୍କାର ଅଭାବ ଥିବାରୁ ତାଙ୍କ ଏହି ସ୍ୱପ୍ନ ପୂରା ହୋଇ ପାରି ନଥିଲେ । ଘରର ଅବସ୍ଥା ଠିକ୍‌ ନ ଥିବାରୁ ସେ ପ୍ରଥମେ ପାଠ ପଢ଼ା ସହ ସେଲ୍‌ସ ଗର୍ଲ ଭାବରେ କାମ କରିଥିଲେ। ଏହା ପରେ ସେ ଧିରେ ଧିରେ ମଡ଼େଲିଂ ଆରମ୍ଭ କରିଥିଲେ । ଅଧିକ ସୁଯୋଗ ଆଶାରେ ଓ୍ଵରିନା ନିଜ ମା’ଙ୍କ ସହ ୨୦୧୪ରେ ମୁମ୍ବାଇ ଆସିଥିଲେ । ଅନେକ ଶାଢ଼ି ବିଜ୍ଞାପନରେ ସେ କାମ କରିବା ପରେ ଅଭିନୟ କରିବା ପାଇଁ ଅଡ଼ିସନ ଦେବା ଆରମ୍ଭ କରିଥିଲେ ।

DNA India

ଭଲ ଭାବରେ ହିନ୍ଦୀ ଶିଖିବା ପରେ ସେ ନିଜ ଫଟୋ ଏବଂ ଭିଡ଼ିଓ ସୋସିଆଲ ମିଡ଼ିଆରେ ଅପ୍‌ଲୋଡ଼ କରିଥିଲେ । କିଛି ଦିନ ପରେ ସଲମାନଙ୍କ କାଷ୍ଟିଙ୍ଗ ଡ଼ିରେକ୍ଟର ଓ୍ଵରିନାଙ୍କୁ ଫୋନ କରିବା ସହ ତାଙ୍କୁ ଏକ ଫିଲ୍ମ ପାଇଁ ମନୋନୀତ କରାଯାଇଥିବା କହିଥିଲେ । ଏହି ଫିଲ୍ମ ପରେ ଓ୍ଵରିନା ଏବେ ନିଜ ସ୍ୱପ୍ନକୁ ବଞ୍ଚୁଥିବା କହିଛନ୍ତି । ଏତେ କଷ୍ଟ ପରେ ତାଙ୍କ ସ୍ୱପ୍ନ ପୂରଣ ହୋଇଛି ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର