ନିଜର ଦୁଇ ଲକିମାସ୍କଟଙ୍କୁ ନେଇ ଫିଲ୍ମ ତିଆରି କରୁଛନ୍ତି ସୋ’ମ୍ୟାନ୍‌ ସୁଭାଷ ଘାଇ

0

ମୁମ୍ବାଇ:ବଲିଉଡର ସୋ’ମ୍ୟାନ୍‌ ସୁଭାଷ ଘାଇ ଏବେ ଏକ ନୂଆ ସିନେମା ନିର୍ମାଣ କରୁଥିବାର ଖବର ମିଳିଛି। କାଳୀଚରଣ,ବିଶ୍ୱନାଥ,ମେରି ଜଙ୍ଗ୍‌, କର୍ମା, ହିରୋ, ରାମଲଖନ୍‌ ,ବିଧାତା, ସୌଦାଗର,ଖଲନାୟକ,ପରଦେଶ ଓ ତାଲ୍‌ ଭଳି ସୁପରହିଟ୍‌ ସିନେମାର ନିର୍ମାତା-ନିର୍ଦ୍ଦେଶକ ସୁଭାଷଙ୍କ ଶେଷ କେତୋଟି ଫିଲ୍ମ କିନ୍ତୁ ଫ୍ଲପ୍‌ ହୋଇଥିଲା। ଏଥି ମଧ୍ୟରେ ରହିଛି ୟାଦୋଁ, କିଶ୍‌ନା ଯୁବରାଜ ଓ କାଞ୍ଚି ଆଦି ସିନେମା।

ତେବେ ସେ ଯାହା ହେଉନା କାହିଁକି ଏବେ ସୁଭାଷ ଘାଇ କିଛି ବର୍ଷର ବ୍ୟବଧାନରେ ‘ରାମଚନ୍ଦ କିଶନ୍‌ଚନ୍ଦ’ ଟାଇଟଲରେ ଏକ ଫିଲ୍ମ ନିର୍ମାଣ କରୁଛନ୍ତି। ସବୁଠୁଁ ବଡ଼ କଥା ହେଲା ଯେ ଏହି ସେ ତାଙ୍କର ଦୁଇ ଲକି ମାସ୍କଟଙ୍କୁ ହିରୋ ଭାବେ ନେଇଛନ୍ତି। ଏ ଦୁହେଁ ହେଲେ ଅନୀଲ କପୁର ଓ ଜ୍ୟାକିଶ୍ରଫ୍‌।ଏଥିରେ ଅନୀଲ ଓ ଜ୍ୟାକିଙ୍କୁ ୫୦ ବର୍ଷ ବୟସ୍କ ଦୁଇ ପୁଲିସ ଅଧିକାରୀ ଭୂମିକାରେ ଦେଖିବାକୁ ମିଳିବ। ‘ରାମଚନ୍ଦ କିଶନଚନ୍ଦ’ ଏକ କ୍ରାଇମ୍‌-କମେଡି ଫିଲ୍ମ।

photo-navbharattimes

ଏଠାରେ ସୂଚନାଯୋଗ୍ୟ ଯେ ଅନୀଲ କପୁର ଓ ଜ୍ୟାକି ଶ୍ରଫ୍‌ ସୁଭାଷ ଘାଇଙ୍କ ଫିଲ୍ମ ‘ରାମ ଲଖନ୍‌ ’ ଓ ‘କର୍ମା’ ରେ ଏକାଠି କାମ କରି ବେଶ୍‌ ଚର୍ଚ୍ଚିତ ହୋଇଥିଲେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.