କେକେଆର୍‌ର ଏହି ଯୁବ ଖେଳାଳି ଉପରେ ଶାହରୁଖ୍‌ଙ୍କ ଝିଅ ହେଲେ ଫିଦା ! ପଡ଼ିଆରେ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳିଥିଲା

ନୂଆଦିଲ୍ଲୀ: ଆଇପିଏଲ୍‌ ଖେଳ ସମୟରେ ଟିମ୍‌ର ମାଲିକ ମଧ୍ୟ ଖେଳାଳିଙ୍କୁ ମ୍ୟାଚ ସମୟରେ ଉତ୍ସାହିତ କରୁଥିବାର ଦେଖିବାକୁ ମିଳିଥାଏ। ଏମିତିରେ ଖେଳାଳି ଓ ସେମାନଙ୍କ ସେଲିବ୍ରିଟି ସମ୍ପର୍କୀୟ ଚର୍ଚ୍ଚାରେ ରହିଥାଆନ୍ତି। ନିକଟରେ କେକେଆରର କୋ-ଓନର୍‌ ବଲିଉଡ୍‌ କିଙ୍ଗ୍‌ଖାନ୍‌ଙ୍କ ଝିଅ ସୁହାନା ଖାନ୍‌ଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି।

କଥାଟି ହେଉଛି ଏପରି। ଆଇପିଏଲ୍‌ର ଏହି ସିରିଜରେ ଶାହରୁଖଙ୍କ ଅପେକ୍ଷା ତାଙ୍କ ଝିଅ ସୁହାନାଙ୍କୁ ଅଧିକ ଭାବେ ଷ୍ଟାଡିୟମ୍‌ରେ ଦେଖିବାକୁ ମିଳିଥିଲା। ନିକଟରେ ସୋସିଆଲ ମିଡିଆରେ ଏକ ଖବର ଭାଇରାଲ ହୋଇଛି। ଯେଉଁଥିରେ ଗତ ମଇ ୨୨ ତାରିଖରେ ୧୮ବର୍ଷରେ ପ୍ରଦାର୍ପଣ କରିଥିବା କିଙ୍ଗ୍‌ଖାନ୍‌ଙ୍କ ଝିଅ ସୁହାନା ଖାନ୍‌ଙ୍କ ମନ କେକେଆରର ଯୁବ ଖେଳାଳି ଶୁଭମନ ଗିଲ୍‌ଙ୍କ ଉପରେ ଫିଦା ହୋଇଯାଇଛି ବୋଲି ଚର୍ଚ୍ଚା ଚାଲିଛି। କଥାଟା ସତ କି ମିଛ ତାହା ପରେ ଜଣାପଡ଼ିବ।

ଆଇପିଏଲ୍‌ର ଅନେକ ରୋମାଞ୍ଚକ ମୁକାବିଲା ଏହି ସିରିଜ୍‌ରେ ଦେଖିବାକୁ ମିିଳିଛି। କେକେଆର୍‌ ଟିମ୍‌ ବି ଖୁବ୍‌ ଭଲ ପ୍ରଦର୍ଶନ କରିଛି । ଶାହାରୁଖ୍‌ ଏହି ଥରକ ତାଙ୍କ ଖେଳାଳିଙ୍କୁ ଅଧିକ ଚିୟରଅପ୍‌ କରି ପାରିଲେ ନାହିଁ। କାରଣ ସେ ସୁଟିଂରେ ବ୍ୟସ୍ତ ଥିଲେ। କିନ୍ତୁ ଝିଅ ସୁହାନା ବାପାଙ୍କ ଏହି ଟିମ୍‌ର ଖୁବ୍‌ ଉତ୍ସାହ ବଢ଼ାଉ ଥିବାର ଷ୍ଟାଡିୟମ୍‌ରେ ଦେଖିବାକୁ ମିଳିଥିଲା। ତେବେ ସେ ଶୁଭମନ ଗିଲ୍‌ଙ୍କୁ ନେଇ ଅଧିକ ଉତ୍ସାହିତ ଥିବା .ଦେଖିବାକୁ ମିଳିଥିଲା।  ଖେଳ ପରେ ଦୁହେଁ ଅନେକ ସମୟ ଧରି କଥାବାର୍ତ୍ତା ହେଉଥିବାର ଦୁହିଁଙ୍କୁ ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର