ଛୋଟ ପୋଷାକ ପିନ୍ଧି ସୋସିଆଲ ମିଡ଼ିଆରେ ସମାଲୋଚିତ ହେଲେ ଶାହରୁଖ୍‌ ତନୟା ସୁହାନା

ମୁମ୍ବାଇ : ବଲିଉଡ ସୁପରଷ୍ଟାର ଶାହରୁଖ୍‌ ଖାନ୍‌ଙ୍କ ଝିଅ ସୁହାନା ସବୁବେଳେ ତାଙ୍କର ଲୁକ୍‌କୁ ନେଇ ଥାଆନ୍ତି ଚର୍ଚ୍ଚାରେ । କିଛି ଦିନ ପୂର୍ବରୁ ଶାହରୁଖ୍‌ଙ୍କ ପତ୍ନୀ ଗୌରୀ ଖାନ୍‌ ଟୁଇଟରରେ ସୁହାନାଙ୍କର ଏକ ଫଟୋ ସେୟାର କରିଥିଲେ । ଏଥିରେ ସୁହାନା ଏକ ଓ୍ଵାନ ପିସ ପୋଷାକ ପିନ୍ଧିଥିଲେ, ଯେଉଁଥିରେ ତାଙ୍କ ଶରୀରର ଉପର ଭାଗ ଏବଂ ଗୋଡ଼ର କିଛି ଅଂଶ ଦେଖାଯାଉଥିଲା। ଗୌରୀ ଏହି ଫଟୋକୁ ଇନ୍‌ଷ୍ଟାଗ୍ରାମରେ ମଧ୍ୟ ସେୟାର କରିଥିଲେ, ଯେଉଁଥି ପାଇଁ ଜଣେ ବ୍ୟକ୍ତି ସୁହାନାଙ୍କୁ ଟ୍ରୋଲ କରିଥିଲେ । ସେ ଲେଖିଥିଲେ, ‘ସୁହାନା ମୁସଲିମ୍‌ ହେବା ଲାଗି ଯୋଗ୍ୟ ନୁହନ୍ତି , ଜଣେ ମୁସଲମାନ ଝିଅକୁ ସର୍ବଦା ନିଜ ଶରୀର ଘୋଡ଼ାଇ ରଖିବା କଥା । ସୁହାନା ବହୁତ ଜଲଦି ବଡ଼ ହେବା ପାଇଁ ଚେଷ୍ଟା କରୁଛନ୍ତି।’ ପୁଣି ଆଉ ଜଣେ ‘ଟିକେ ରହିଯାଅ’ ବୋଲି କମେଣ୍ଟ କରିଛନ୍ତି।

Hindustan Times

ସୁହାନାଙ୍କ ସେହି ସମାନ ଫଟୋରେ ଟୁଇଟରରେ କମେଣ୍ଟ ଦେଇ ଶାହରୁଖ ଖାନ୍‌ଙ୍କ ଜଣେ ପ୍ରଶଂସକ କହିଛନ୍ତି, ‘ସେ ବୋଧହୁଏ ଠିକ୍‌ ଭାବେ ପ୍ରସ୍ତୁତ ହୋଇନାହାନ୍ତି ଏବଂ ଫଟୋ ଉଠାଇଛନ୍ତି। ଏପରି ପୋଷାକରେ ସେ ବିଲକୁଲ ଭଲ ଦେଖାଯାଉନାହାନ୍ତି। ତୁମେ ଏପରି ପୋଷାକ ନ ପିନ୍ଧି ମଧ୍ୟ ଭଲ ହିରୋଇନ ହୋଇପାରିବ । ଆମେ ଜାଣିଛୁ ତୁମେ ସବୁବେଳେ ଏପରି ପୋଷାକ ପିନ୍ଧ, କିନ୍ତୁ ସୁହାନା ତୁମେ ଏବେ ଛୋଟ ଅଛ ଏପରି କଲେ ତୁମକୁ ଲୋକେ ଠିକ ଭାବିବେ ନାହିଁ।’ ଏହି କମେଣ୍ଟ ଉପରେ ମତ ଦେଇ ଶାହରୁଖ୍‌ଙ୍କ ଅନ୍ୟ ଜଣେ ପ୍ରଶଂସକ ଏହାର ସପକ୍ଷରେ ମଧ୍ୟ କହିଛନ୍ତି।

ବଲିଉଡ଼ ସୁପରଷ୍ଟାର ଶାହରୁଖ୍‌ଙ୍କ ଝିଅ ସୁହାନା ବହୁତ ଶୀଘ୍ର ଚଳଚ୍ଚିତ୍ର ଦୁନିଆରେ ପାଦ ରଖିବାର ସମ୍ଭାବନା ଦେଖାଯାଉଛି। ସେ ବର୍ତ୍ତମାନ ଲଣ୍ଡନରେ ପାଠ ପଢ଼ୁଛନ୍ତି ଏବଂ କଛି ଦିନ ପୂର୍ବରୁ ସେ ତାଙ୍କ ମା’ଙ୍କ ଦ୍ୱାରା ଡ଼ିଜାଇନ କରାଯାଇଥିବା ରେସ୍ତୋରାଁ ‘ଅର୍ଥ’ କୁ ସହଯୋଗ କରୁଥିବାର ଦେଖାଯାଇଥିଲା। ଏହା ଛଡ଼ା ପିତା ଶାହରୁଖ୍‌ଙ୍କ ଜନ୍ମଦିନର ପାର୍ଟିରେ ମଧ୍ୟ ସେ ବେଶ୍‌ ସକ୍ରିୟ ଥିବା ଦେଖାଯାଇଥିଲା।

ସମ୍ବନ୍ଧିତ ଖବର