ଯୌନ ଶୋଷଣର ଆରୋପରେ ଛନ୍ଦି ହୋଇ ପଡ଼ିଥିବା ୫୫ବର୍ଷୀୟ ସୁହେଲ ସେଠ୍‌ ୩୭ବର୍ଷୀୟ ସୁପରମଡ଼େଲଙ୍କ ସହ କଲେ ନିର୍ବନ୍ଧ

ନୂଆଦିଲ୍ଲୀ : ଲେଖକ ଏବଂ ସେଲିବ୍ରିଟି କନ୍‌ସଲ୍‌ଟାଣ୍ଟ ସୁହେଲ ସେଠ୍‌ କିଛି ଦିନ ତଳେ ଚର୍ଚ୍ଚାର ପରିସରକୁ ଆସିଥିଲେ । #ମି ଠୁ ଅଭିଯାନ ଦ୍ୱାରା ତାଙ୍କ ଉପରେ କିଛି ମହିଳା ଯୌନ ଶୋଷଣର ଆରୋପ ଲଗାଇବା ପରେ ତାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ଆରୋପ ଲାଗିବାର ଚର୍ଚ୍ଚା କମ ହୋଇ ଆସୁଥିବା ବେଳେ ଏବେ ସୁହେଲଙ୍କ ୩୭ବର୍ଷୀୟ ସୁପରମଡ଼େଲ ଲକ୍ଷ୍ମୀ ମେନନଙ୍କ ସହ ନିର୍ବନ୍ଧ ସମ୍ପନ୍ନ ହୋଇଥିବା ଜଣା ପଡ଼ିଛି । କାହାକୁ ନ ଜଣାଇ ଦୁହେଁ ଲୁଚି ଲୁଚି ନିର୍ବନ୍ଧ କରି ନେଇଥିବା ବେଳେ ଖୁବ୍‌ ଶୀଘ୍ର ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେବେ ବୋଲି ସୂଚନା ମିଳିଛି । ସୁହେଲ ଗୁରୁଗ୍ରାମସ୍ଥିତ ନିଜ ବାସଭବନରେ ଲକ୍ଷ୍ମୀଙ୍କ ସହ ନିର୍ବନ୍ଧ କରିଥିଲେ ।

ଏହି ସମାରୋହରେ ସୁହେଲଙ୍କ ମା’ ଏବଂ ଭାଇଙ୍କ ସମେତ କିଛି ସଂପର୍କୀୟ ମଧ୍ୟ ଉପସ୍ଥିତ ଥିଲେ । ନିର୍ବନ୍ଧ ସରିବା ପରେ ସୁହେଲ ଲକ୍ଷ୍ମୀଙ୍କୁ ନେଇ ଗୋଆ ଯାଇଥିବା ବେଳେ ସେଠାରୁ ସେମାନେ ସୁଇଜର୍‌ଲ୍ୟାଣ୍ଡ ଯିବେ ବୋଲି ଜଣାପଡ଼ିଛି । ତେବେ ନିର୍ବନ୍ଧ ପରେ ସୁହେଲ ନିଜ ବନ୍ଧୁମାନଙ୍କୁ ଡ଼ିସେମ୍ବର ୨୫ର ତାରିଖ ପଠାଇ ସେଭ୍‌ ଦ ଡ଼େଟ୍‌ ମେସେଜ କରିଥିବା ବେଳେ ଦୁହେଁ ଡ଼ିସେମ୍ବର ୨୫ରେ ବିବାହ କରି ପାରନ୍ତି ବୋଲି ଆଶଙ୍କା କରାଯାଉଛି ।

aajtak.intoday.in

ସୂଚନା ମୁତାବକ,୧୯୮୯ରେ ସୁହେଲ ପ୍ରଥମେ ସଂନ୍ଧ୍ୟାଙ୍କୁ ବିବାହ କରିଥିଲେ । ଦୁହିଁଙ୍କ ଏହି ବୈବାହିକ ସଂପର୍କ ୧୯୯୩ ପର୍ଯ୍ୟନ୍ତ ଚାଲିଥିଲା । ଦୁହେଁ ପରସ୍ପରଠାରୁ ଅଲଗା ହେବା ପରେ ଏବେ ସୁହେଲ ଲକ୍ଷ୍ମୀଙ୍କୁ ବିବାହ କରିବାକୁ ଯାଉଛନ୍ତି ।

ସମ୍ବନ୍ଧିତ ଖବର