ମୁମ୍ବାଇ: ତାମିଲ୍ ଧାରାବାହିକରେ ଯୌନ ଉତ୍ପୀଡ଼ନ ଚିତ୍ର ପ୍ରଦର୍ଶନ କରିଥିବା ହେତୁ ‘ସନ୍ ଟିଭି’ ୨.୫ ଲକ୍ଷ ଟଙ୍କା ଜରିମାନା ଦେଇଛି। ବ୍ରଡ୍କାଷ୍ଟିଂ କଣ୍ଟେଣ୍ଟ୍ କମ୍ପ୍ଲେନ କାଉନ୍ସିଲ୍(ବିସିସିସି) ଏହି ଜରିମାନା ଲଗାଇଛି। ଏକ ପ୍ରାଇମ୍ ଟାଇମ୍ ସିରିୟଲ୍ ‘କଲ୍ୟାଣ ବିଦୁ’ରେ ଯୌନ ଉତ୍ପୀଡ଼ନ ଦୃଶ୍ୟ ଦେଖାଯିବା ପରେ ଏହି ଜରିମାନା ଲାଗୁ କରାଯାଇଛି।
ବିସିସିସି ୨.୫ ଲକ୍ଷ ଜରିମାନା କରିବା ସହ ସେପ୍ଟେମ୍ବର ୨୩ରୁ ୨୮ ତାରିଖ ମଧ୍ୟରେ ଦୃଶ୍ୟମାନ ହେବାକୁ ଥିବା ଧାରାବାହିକର ପ୍ରତ୍ୟେକ ଅଧ୍ୟାୟରେ ଏକ କ୍ଷମା ପ୍ରାର୍ଥନା କରିବାକୁ ଦାବି କରିଛି। ଏହି ଧାରାବାହିକର ନିର୍ଦ୍ଦେଶନା ଦେଉଛନ୍ତି ଥିରୁମିରୁଗାନ ଏମ୍।
/sambad/media/post_attachments/wp-content/uploads/2019/09/Kalyaana-veedujpg-300x187.jpg)
ଗତ ମେ ୧୪ ଓ ୧୫ ତାରିଖରେ ପ୍ରସାରିତ ହୋଇଥିବା ଧାରାବାହିକରେ ଦେଖିବାକୁ ମିଳିଥିଲା ଯେ ଜଣେ ମହିଳା ନିଜ ଭଉଣୀର ଗଣଦୁଷ୍କର୍ମ କରିବା ପାଇଁ ୪ ଜଣଙ୍କୁ ବୁଝାଉଥିଲେ। ଏହା ସମାଜ ପାଇଁ ଏକ ନକାରାତ୍ମକ ବାର୍ତ୍ତା ପ୍ରଦାନ କରୁଥିବା ଅଭିଯୋଗ ହୋଇଛି।
ଏହି ଦୁଇ ଅଧ୍ୟାୟ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ବହୁ ଦର୍ଶକ ଅଭିଯୋଗ ଆଣିଥିଲେ ଓ ପରେ ବିସିସିସି ଏହି ମାମଲାରେ ହସ୍ତକ୍ଷେପ କରିଥିଲା।