ସୁନୈନାଙ୍କ ପ୍ରେମିକଙ୍କୁ ନେଇ ସାମ୍ନାକୁ ଆସିଲା ବଡ଼ ଖବର, ପ୍ରେମିକ ବିଷୟରେ ଏ କଥା ଜାଣି ଝିଅର ବିବାହ କରୁନାହାନ୍ତି ରୋଶନ ପରିବାର

ମୁମ୍ବାଇ : କିଛି ଦିନ ହେଲାଣି ରୋଶନ ପରିବାର ବିବାଦରେ ରହିଛି । ବଲିଉଡ୍‌ ଅଭିନେତା ରିତିକ୍‌ ରୋଶନଙ୍କ ଭଉଣୀ ସୁନୈନା ନିଜ ପରିବାରକୁ ନେଇ ଯେଉଁ ବିବାଦୀୟ ବୟାନ ଦେବାରେ ଲାଗିଛନ୍ତି, ତାକୁ ସହଜରେ ହଜମ କରି ପାରୁ ନାହାନ୍ତି ଲୋକେ । ମୁସ୍‌ଲିମ୍‌ ଯୁବକଙ୍କୁ ଭଲ ପାଉଥିବାରୁ ପରିବାର ଲୋକେ ଘରେ ବନ୍ଦୀ କରି ରଖିବା ସହ ମାଡ଼ ମାରୁଥିବାର ଅଭିଯୋଗ ଆଣିଥିଲେ ସୁନୈନା । ଏ ନେଇ ଅଭିନେତ୍ରୀ କଙ୍ଗନା ରାଣାଓ୍ଵତଙ୍କ ଭଉଣୀ ରଙ୍ଗୋଲି ଏକାଧିକ ଟୁଇଟ୍‌ କରି ଜଣାଇବା ପରେ ପ୍ରଥମେ ଘଟଣାଟି ସାମ୍ନାକୁ ଆସିଥିଲା । ଏତେ ସବୁ ବିବାଦ ମଧ୍ୟରେ ସୁନୈନାଙ୍କ ପ୍ରେମିକ ରୁହେଲ ଅମିନ ସାମ୍ନାକୁ ଆସିବା ସହ ସୁନୈନାଙ୍କ ସମସ୍ତ ଅଭିଯୋଗକୁ ସତ ବୋଲି କହିଥିଲେ ।

Newsd

ତେବେ ରୋଶନ ପରିବାର ଏଭଳି ନିଜ ଘରର ଝିଅ ସହ କ’ଣ ପାଇଁ ବ୍ୟବହାର କରୁଥିବା ନେଇ ଲୋକଙ୍କ ମନରେ ପ୍ରଶ୍ନ ଉଠୁଥିବା ବେଳେ ଏବେ ଏହାର କାରଣ ସାମ୍ନାକୁ ଆସିଛି । ସୁନୈନା ଭଲ ପାଉଥିବା ରୁହେଲ ପୂର୍ବରୁ ବିବାହିତ ଏବଂ ତାଙ୍କ ସନ୍ତାନ ମଧ୍ୟ ରହିଥିବା ସନ୍ଦେହ କରି ରୋଶନ ପରିବାର ସୁନୈନାଙ୍କୁ ତାଙ୍କ ଠାରୁ ଦୂୂରରେ ରଖିବା ପାଇଁ ଏଭଳି କରୁଥିବା ଜଣା ପଡ଼ିଛି । ସୁନୈନା ପୂର୍ବରୁ ନିଜ ବିବାହକୁ ନେଇ ଅନେକ ବଡ଼ ବଡ଼ ଭୁଲ କରି ସାରିଛନ୍ତି । ପୁଣି ଥରେ ସେ ଭୁଲ କରନ୍ତୁ ବୋଲି ଚାହୁଁ ନାହିଁ ରୋଶନ ପରିବାର ।

ସମ୍ବନ୍ଧିତ ଖବର