ବିବାହ ଆଗରୁ ନିଜ ସଂପର୍କରେ ଏହି କଥା ଲୁଚାଇଥିଲେ  ସୁନ୍ଦରୀ , ଜାଣନ୍ତୁ କ’ଣ ସେହି କଥା ?

ମୁମ୍ବାଇ: ଆଜି ହେଉଛି ସତୁରି ଦଶକର ଜଣେ ଲୋକପ୍ରିୟ ନାୟକ ଫିରୋଜ୍‌ ଖାନ୍‌ଙ୍କ ଜନ୍ମଦିନ।   ସେ ୧୯୩୯ ମସିହା ସେପ୍ଟେମ୍ବର ୨୫ ତାରିଖରେ ବେଙ୍ଗଲୁରୁ ଠାରେ ଜନ୍ମଗ୍ରହଣ କରିଥିଲେ।  ଫିରୋଜ ଖାନ୍‌  କେବଳ ଯେ ଜଣେ ଅଭିନେତା ତା’ ନୁହେଁ ,ବରଂ ଏକାଧାରରେ ଜଣେ ନିର୍ମାତା-ନିର୍ଦ୍ଦେଶକ ଓ ଅଭିନେତା ଥିଲେ ସେ।

ଫିରୋଜ ଖାନ୍‌   ୧୯୯୨ରେ ମୁକ୍ତିଲାଭ କରିଥିବା ଇଂରାଜି ଫିଲ୍ମ ‘ଟାର୍ଜନ୍‌ଗୋଜ୍‌ ଟୁ ଇଣ୍ଡିଆ’ରେ ପ୍ରଥମେ ଅଭିନୟ କରିଥିଲେ। ଏହାପରେ ମଜୁଦାରଙ୍କ ନିର୍ଦ୍ଦେଶିତ ‘ଉଚ୍ଚେ ଲୋଗ୍‌’ , ସଫର୍‌,ଉପାସନା,ଅପରାଧ୍‌,ଖୋଟେ ସିନେ,କାଲା ସୋନା,ଧର୍ମାତ୍ମା,କୁର୍ବାନି,ଜାନ୍‌ବାଜ୍‌,ଦୟାବାନ୍‌,ଆଦମି ଔର୍‌ ଇନସାନ୍‌,ଜାନଶିନ୍‌ ଏବଂ ଓ୍ଵଲକମ୍‌ ଆଦି ସମେତ ୫୧ଟି ସିନେମାରେ ଅଭିନୟ କରିଥିଲେ।।

ଫିରୋଜ୍‌ ଖାନଙ୍କ ବ୍ୟକ୍ତିଗତ ଜୀବନ ସଂପର୍କରେ ଅନେକ କଥା ଶୁଣିବାକୁ ମିଳେ। ବିଭିନ୍ନ ଯୁବତୀଙ୍କ ସହ ସେ  ପ୍ରେମ ସଂପର୍କ ରଖିଥିଲେ। ସେ ପାର୍ଟିରେ ସେମାନଙ୍କ ସହ ସମୟ ବିତାଉଥିଲେ ବୋଲି ବି ଶୁଣିବାକୁ ମିଳେ ।

ଏଭଳି ଏକ ପାର୍ଟିରେ ସୁନ୍ଦରୀ ଙ୍କ ସହିତ ଫିରୋଜ୍‌ ଖାନଙ୍କର ପ୍ରଥମ ଦେଖା ହୋଇଥିଲା। ସୁନ୍ଦରୀଙ୍କୁ ପ୍ରଥମ ଦେଖାରେ ନିଜର ଦିଲ୍‌  ଦେଇଥିଲେ ଫିରୋଜ୍‌ ଖାନ୍‌। ୧୯୬୫ରେ ସୁନ୍ଦରୀଙ୍କୁ ବିବାହ  କରିଥିଲେ ଫିରୋଜ୍‌ ଖାନ୍‌। ସେତେବେଳକୁ ପତ୍ନୀଙ୍କ ସଂପର୍କରେ ଗୋଟିଏ କଥା ଜାଣି ନଥିଲେ । ଏକଥାକୁ ଗୋପନ ରଖିଥିଲେ ସୁନ୍ଦରୀ।

ତାହା ହେଲା  ଯେ ସୁନ୍ଦରୀ ଆଗରୁ ବିବାହ କରିଥିଲେ  ଓ ତାଙ୍କର ଏକ କନ୍ୟା ବି ଥିଲା। ଏହା ପରେ ଜାଣିବାକୁ ପାଇଲେ ଫିରୋଜ୍‌ ଖାନ୍‌। କିନ୍ତୁ ସେତେବେଳକୁ ଆଦୌ ପ୍ରତିକ୍ରିୟାଶୀଳ ହୋଇ ନଥିଲେ ଫିରୋଜ୍‌।

 

ସମ୍ବନ୍ଧିତ ଖବର