ଭୁବନେଶ୍ୱର: ଏଥର ରଜବଜାରରେ ଯେଉଁ ଦୁଇଟି ଓଡ଼ିଆ ସିନେମା ରିଲିଜ୍‌ ହେବାକୁ ଯାଉଛି ସେଥିମଧ୍ୟରେ ସୁପରଷ୍ଟାର ବାବୁସାନ୍‌ଙ୍କର ଏକ ଫିଲ୍ମ ଅଛି। ଏହାର ଟାଇଟଲ୍‌ ରହିଛି ‘ସୁନ୍ଦରଗଡ଼ର ସଲମାନ୍‌ ଖାନ୍‌’।ଏଥିରେ ବାବୁସାନ୍‌ଙ୍କ ବିପକ୍ଷରେ ନାୟିକା ସାଜିଛନ୍ତି ନବାଗତା ଦିବ୍ୟା। ଏତଦ୍‌ବ୍ୟତୀତ ମିହିର ଦାସ , ପୁଷ୍ପା ପଣ୍ଡା, ପପୁ ପମପମ୍‌,ଜୀବନ ପଣ୍ଡା, ତ୍ରିଭୁବନ , କେ କେ, ବବି ମିଶ୍ର ,ଡ଼ ଅନନ୍ତ ଆଚାର୍ଯ୍ୟ ଓ ଉଷସୀ ମିଶ୍ର ମଧ୍ୟ ଅଛନ୍ତି ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ।

Advertisment

ତରଙ୍ଗ ସିନେ ପ୍ରଡ଼କସନ୍‌ସ ବ୍ୟାନରରେ ନିର୍ମିତ‘ସୁନ୍ଦରଗଡ଼ର ସଲମାନ୍‌ ଖାନ୍‌’ର ନିର୍ଦ୍ଦେଶନା ଦେଉଛନ୍ତି ଅଶୋକ ପତି, । ଅଭିଜିତ୍‌ ମଜୁମ୍‌ଦାର୍‌ ଏହାର ସଙ୍ଗୀତ ନିର୍ଦ୍ଦେଶକ। ରଣଜିତ୍‌ ପଟ୍ଟନାୟକ ଏହାର ସଂଳାପ ଲେଖିଥିବା ବେଳେ ଗୀତ ରଚନା କରିଛନ୍ତି ଡ଼ ନିର୍ମଳ ନାୟକ। ‘ସୁନ୍ଦରଗଡ଼ର ସଲମାନ୍‌ ଖାନ୍‌’ର ସେନସର୍‌ କାମ ବି ସରିଥିବା ଜଣାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଏହାକୁ ସେନସର୍‌ ବୋର୍ଡ ପକ୍ଷରୁ ‘ୟୁ ’ ସାର୍ଟିଫିକେଟ୍‌ ମିଳିଛି। ଏହା ଏକ ସ୍ୱଚ୍ଛ ସିନେମା ବୋଲି କୁହାଯାଇପାରେ।

publive-image
ହେଲେ ‘ସୁନ୍ଦରଗଡ଼ର ସଲମାନ୍‌ ଖାନ୍‌’ ଓରିଜିନାଲ୍‌ କାହାଣୀ ଉପରେ ଆଧାରିତ ଫିଲ୍ମ ନୁହେଁ ବୋଲି ଚର୍ଚ୍ଚା ହେଉଛି।ପ୍ରକୃତରେ ଏହା ଏକ ତେଲୁଗୁ ଆକ୍‌ସନ୍‌-କମେଡ଼ି ଫିଲ୍ମର ରିମେକ୍‌ ବୋଲି କୁହାଯାଉଛି।ଏହା ହେଉଛି ମୋହନ ବାବୁଙ୍କ ପ୍ରଯୋଜିତ ତଥା ଜି.ନାଗେଶ୍ୱର ରେଡ଼ିଙ୍କ ନିର୍ଦ୍ଦେଶିତ ତେଲୁଗୁ ସିନେମା ‘ଦେନିକୈନା ରେଡ଼ି’ର ରିମେକ୍‌। ଏହାର ଥିଲା ମାଲାୟାଲାମ୍‌ ଫିଲ୍ମ ‘ଉଦୟପୁରମ୍‌ ସୁଲତାନ୍‌’।ଏହା ବକ୍ସ ଅଫିସ୍‌ରେ ବ୍ଲକବଷ୍ଟର ମୁଭି ଥିଲା। ଏହାକୁ ହିନ୍ଦୀରେ ଡ଼ବ୍‌ କରାଯାଇଥିଲା। ଯାହାର ଟାଇଟଲ୍‌ ଥିଲା ‘ସବ୍‌ସେ ବଡ଼ା ହେରାଫରି-୨’।