ବଲିଉଡ୍‍ରେ କ୍ୟାରିୟର ଆରମ୍ଭ ନ କରିବା ପୂର୍ବରୁ  ପୁଅକୁ ନେଇ ଏହି କଥା କହିଲେ ସୁନୀଲ ସେଟ୍ଟୀ

ମୁମ୍ବାଇ :ବଲିଉଡ୍‍ରେ ଏବେ ଧୀରେ ଧୀରେ ଷ୍ଟାର୍‌ କିଡ଼୍‍ଙ୍କ ଜମାନା ଆରମ୍ଭ ହୋଇଛି । କିଛି ଦିନ ତଳେ ଶ୍ରୀଦେବୀଙ୍କ ବଡ଼ ଝିଅ ଜାହ୍ନବୀ କପୁରଙ୍କ ପ୍ରଥମ ବଲିଉଡ଼୍‍ ଫିଲ୍ମର ଟ୍ରେଲର ଏବଂ ଟାଇଟେଲ ଟ୍ରାକ୍‌ ରିଲିଜ ହୋଇଥିବା ବେଳେ ସୈଫ୍‌ ଅଲ୍ଲି ଖାନ୍‌ ଏବଂ ଅମ୍ରିତା ସିଂ ତନୟା ସାରା ଅଲ୍ଲୀ ଖାନ୍‌ ଫିଲ୍ମର ସୁଟିଂ ଶେଷ ହୋଇଛି । ଅନ୍ୟ କଳାକାରମାମନଙ୍କ ପିଲାମାନେ ବଲିଉଡ଼୍‍କୁ ଆସିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ସୁନୀଲ ସେଟ୍ଟୀଙ୍କ ପୁଅ ଆହାନ୍‌ ସେଟ୍ଟୀ ଏଥି ପାଇଁ ପୂରା ପ୍ରସ୍ତୁତ ହୋଇ ସାରିଥିବା ଜଣାପଡ଼ିଛି ।

Manorama Online

କରଣ ଜୋହର ଏବଂ ସାଜିଦ୍‌ ନାଦିଆଦ୍‌ଓ୍ଵାଲା ଆହାନ୍‌ଙ୍କୁ ନେଇ ଏକ ଫିଲ୍ମ ତିଆରି କରିବାର ଯୋଜନା କରୁଛନ୍ତି । ତେବେ ଆହାନଙ୍କ ବଲିଉଡ଼୍‍ ଏଣ୍ଟ୍ରିକୁ ନେଇ ପିତା ସୁନୀଲଙ୍କୁ ପଚରାଯିବାରୁ ସେ କହନ୍ତି, ‘ଅଭିନୟ କ୍ଷେତ୍ରରେ ଆହାନ ମୋ ଠାରୁ ବେଶ ଭଲ । ବଲିଉଡ଼୍‍କୁ ଆସିବା ପରେ ଲୋକମାନେ ତାକୁ ମୋ ଠାରୁ ଅଧିକ ଭଲ ପାଇବା ଦେବେ,ଏହା ମୋର ବିଶ୍ୱାସ । ଆହାନ ପ୍ରତିଭାବାନ୍‌ ହେବା ସହ ଆଜିର ଇଣ୍ଡଷ୍ଟ୍ରି ପାଇଁ ପୁରା ଫିଟ୍‌।” ଏହା ପୂର୍ବରୁ ସୁନୀଲଙ୍କ ତନୟା ଆଥିଆ ଏକ ବଲିଉଡ଼୍‍ ଫିଲ୍ମ ‘ହିରୋ’ରେ ଡେବ୍ୟୁ ସାରିଥିଲେ ମଧ୍ୟ ତାଙ୍କୁ ସେ ଫିଲ୍ମରେ ଏତେ ସଫଳତା ମିଳି ପାରି ନଥିଲା ।

ସମ୍ବନ୍ଧିତ ଖବର